ଏପ୍ରିଲ ୭ରୁ ବନଦୁର୍ଗା ମହୋସବ

 ବଲାଙ୍ଗିର : ଏକ ବୃହତ୍ତର ସ୍ୱାର୍ଥ ରକ୍ଷା ପାଇଁ ଲୋୟର ସୁକତେଲ ବୁଡି ଅଞ୍ଚଳର ଲୋକେ ସବୁ କିଛି ତ୍ୟାଗ କରିଛନ୍ତି । ମା, ମାଟି, ମନ୍ଦିର, ଆତ୍ମିୟ ସ୍ୱଜନ ଏ ସମସ୍ତଙ୍କୁ ଛାଡି ୨୯ ଖଣ୍ଡ ଗାଁ ର ଲୋକେ ହେଲେ ବିସ୍ତାବିତ । ସମସ୍ୟା ଥିଲା ଅନେକ, ବିସ୍ତାପିତ ହେବା ପୂର୍ବରୁ ଯଦି ଓ ସିଂହଭାଗ କ୍ଷତିପୁରଣ ଲୋକେ ପାଇପାରିଥିଲେ ତଥାପି ମଧ୍ୟ କିଛି ଲୋକେ ଆଜି ବି ସମ୍ପୁର୍ଣ୍ଣ କ୍ଷତିପୁରଣ ପାଇ ନାହାନ୍ତି । ପୁଣି ପୁର୍ନର୍ବାସ କଲୋନିରେ ନାହିଁ ନ ଥିବା ଅସୁବିଧା । ନା ଛୋଟ ଛୋଟ ଛୁଆମାନଙ୍କ ପାଇଁ ସ୍କୁଲ, ନା ଅଛି ପିଲାଙ୍କ ପାଇଁ ଆଙ୍ଗନୱାଡି କେନ୍ଦ୍ର । ସେଠାରେ ହେଉଛି ପ୍ରତ୍ୟେକ ଦିନ ସେମାନଙ୍କ ମୋ÷÷ଳିକ ଅଧିକାର କ୍ଷୁର୍ଣ୍ଣ । ସମସ୍ୟା ଶୁଣିବା ପାଇଁ ଆଉ କେହି ନାହାନ୍ତି । ତେଣୁ ଏ ସମସ୍ତ ଲୋକଙ୍କ ସଂସ୍କୃତି, ପରମ୍ପରାର ସୁରକ୍ଷା, ତାଙ୍କ ଭିତରେ ପୁଣି ପୂର୍ବପରି ଭାବ ବିନିମୟ କରିବା ଭଳି ଏକତା, ସମସ୍ୟା ଗୁଡିକୁ ଯେପରି ସମାଧାନ ହୋଇପାରିବ ସେ ଉପରେ ଆଲୋଚନାର ବାଟ, ଏ ସବୁକୁ ଦୃଷ୍ଟିରେ ରଖି ୨୯ ଖଣ୍ଡ ଗାଁର ଲୋକେ ଏକତ୍ରିତ ହୋଇ ଏ ଅଞ୍ଚଳର ଇଷ୍ଟଦେବୀ ମା’ବନଦୁର୍ଗାଙ୍କ ନାଁରେ ଲୋୟର ସୁକତେଲ ପ୍ରକଳ୍ପ ଅଞ୍ଚଳରେ ମା’ବନଦୁର୍ଗା ମହୋସôବ ପାଳନ କରିବାକୁ ଯାଉଛି । ମୁଁ ଦୃଢ ନିଶ୍ଚିତ ବିସ୍ତାପନ ପରେ ତାଙ୍କ ଭିତରେ ଥିବା ନିରାଶଭାବ  ତଥା ନିସଙ୍ଗପଣିଆ ଓ ଏ ଅଂଚଳର ସଂସ୍କୃତିର ହଜିଯିବା ଭୟକୁ ବନଦୁର୍ଗା ମହୋସôବ ନିଶ୍ଚିତ ଭାବରେ ପୁଣି ଫେରେଇ ଆଣି ପରିବ ବୋଲି ମାଁ ବନଦୁର୍ଗା ମହୋସôବ କମିଟି ଦ୍ୱାରା ଆୟୋଜିତ ମଞ୍ଚ ଭୂମିପୂଜା ଉସôବରେ ମହୋସôବ କମିଟିର ଅଧ୍ୟକ୍ଷ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର ଉପସ୍ଥିତ ଥିବା ତଳି ତଥା ବୁଡି ଅଞ୍ଚଳର ଲୋକଙ୍କୁ ନିଜ ବକ୍ତବ୍ୟରେ କହିଛନ୍ତି । ସେ ଏହାକୁ ନେଇ ଆହୁରି ମଧ୍ୟ କହିଛନ୍ତି ଯେ ଏ ଉସôବ ମାଧ୍ୟମରେ ଏ ଅଞ୍ଚଳର ଲୋକଙ୍କର ଶିକ୍ଷା, ସଂସ୍କୃତି, ପରମ୍ପରା ତଥା ସେମାନେ ଭୋଗୁଥିବା ସମସ୍ୟାକୁ ନେଇ ଏକ ଉତ୍ତମ ମାହୋଲରେ ମତ ବିନିମୟ କରିପାରିବା ଯାହାକି ଶିକ୍ଷା, ସଂସ୍କୃତି, ପରଂପରା ର ସୁରକ୍ଷା ଓ ସମସ୍ୟାର ସମାଧାନ ଦିଗରେ ଆମକୁ ସାହାଯ୍ୟ କରିବ । ଲୋୟର ସୁକତେଲ ଡେମ ତଳେ ଅନୁଷ୍ଠିତ ଏକ ବୈଠକରେ ଉପଦେଷ୍ଟା ମଣ୍ଡିଳି ଘୋଷଣା ହୋଇଥିଲା । ଉପଦେଷ୍ଟା ମଣ୍ଡଳିରେ  ପୂର୍ବତନ ମୁଖ୍ୟ ଯନ୍ତ୍ରୀ ବେଲାର ସିଂ ଭୋଇ, ଗୋ÷÷ନ୍ତିଆ ଲୋକନାଥ କୁମୁରା, ଝାଙ୍କରପାଲି ଗୋ÷÷ନ୍ତିଆ ଦୁର୍ଗା ଭୋଇ, ସାମାଜିକ କର୍ମୀ ଧର୍ମେନ୍ଦ୍ର ନନ୍ଦ, ଲୋଚନ ବିଶ୍ୱାଲ ପ୍ରମୁଖ ମଞ୍ଚାସିନ ଥିଲେ । ଏହି ଉସôବ ଆୟୋଜନରେ ମୁଖ୍ୟତଃ ମାଗୁରବେଡା, ଗ.ଶ.ଡୁଙ୍ଗୁରିପାଲି, କୁଶମେଲ, କୁଟୁମଡୋଲା, ଖଣ୍ଟପାଲି, ରେଙ୍ଗାଲି, ରତାଖଣ୍ଡି, ବାରପୁଡୁଗିଆ, ଝାଙ୍କରପାଲି ଓ ଚୁଡାପାଲି ପଞ୍ଚାୟତର ଜନ ପ୍ରତିନିଧି ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି । ଆସନ୍ତା ଏପ୍ରିଲ ମାସ  ୭ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ୫ ଦିନ ବ୍ୟାପି ଏହି ମହୋସôବ ପାଳନ କରାଯିବାର ସ୍ଥିରିକୃତ ହୋଇଛି ବୋଲି ମହୋସôବ କମିଟି ର ସଭାପତି ସଂଜୟ ଗଡତ୍ୟା , ଉପ-ସଭାପତି କୈଳାସ ଚନ୍ଦ୍ର ସିଂଦେଓ ଓ ସଂପାଦକ ଜୟକୃଷ୍ଣ ମିଶ୍ର, ସହ-ସଂପାଦକ ବିକାଶ ରଥ ଓ କୋଷାଧ୍ୟକ୍ଷ ନରେନ୍ଦ୍ର ବିଶି ସୂଚନା ଦେଇଛନ୍ତି ।