ସର୍ବଭାରତୀୟ ଡିଏସ୍ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ 

 ବୌଦ୍ଧ: ବୌଦ୍ଧଜିଲ୍ଲା ଫୁଟବଲ୍୍ ଆସୋସିଏସନ ଦ୍ୱାରା ଆୟୋଜିତ ଓ ଏଆଇଏଫଏଫ ନୂଆଦିଲ୍ଲୀ ଓ ଫାଓ  ଦ୍ୱାରା ସ୍ୱୀକୃତିପ୍ରାପ୍ତ ମର୍ଯ୍ୟାଦାଜନକ ସର୍ବଭାରତୀୟ ଡିଏସ୍୍ କପ୍୍ ଫୁଟବଲ୍୍ ଟୁର୍ଣ୍ଣାମେଣ୍ଟ ୨୦୨୫ ଆସନ୍ତା ମାର୍ଚ୍ଚ ୨ ତାରିଖରୁ ଆରମ୍ଭ ହେଉଛି । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଁଞ୍ଚô ସାରିଛି । ଏହି ସର୍ବଭାରତୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ବୌଦ୍ଧ ଜିଲ୍ଲା ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବ । ଷ୍ଟାଡିୟମ ନିର୍ମାଣ ହେଲା ଦିନ ଠାରୁ ପ୍ରଥମଥର ପାଇଁ ଏଠାରେ କୌଣସି ସର୍ବଭାରତୀୟ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି । ପ୍ରତ୍ୟହ ଅପରାହ୍ନ ୩ଟାରୁ ମ୍ୟାଚ୍ ଆରମ୍ଭ ହେବାକୁ ଥିବାବେଳେ ଏଥିରେ ରାଜ୍ୟରୁ ବଛାବଛା ଚାରୋଟି ଦଳ ଯଥା ୟୁନାଇଟେଡ ସ୍ପୋର୍ଟସ କ୍ଲବ ବରଗଡ, ବୌଦ୍ଧଜିଲ୍ଲା ଫୁଟବଲ୍ ଦଳ, ସମ୍ବଲପୁର ଏକାଡେମୀ, ଫାଓ କଟକ ଅଂଶଗ୍ରହଣ କରୁଛନ୍ତି । ସେହିପରି   ରାଜ୍ୟ ବାହାରୁ ଚାରୋଟି ଟିମ୍ ଯଥା କୋଲକତା ଫୁଟବଲ ଏକାଡେମୀ,  ଏମଇଜି ସେଣ୍ଟର ବାଙ୍ଗାଲୋର, ନ୍ୟୁ ସ୍ପୋର୍ଟିଂ କ୍ଲବ ଛତିଶଗଡ ଓ ଏମକେଏସସି ବକ୍ସର ବିହାର ଅଂଶଗ୍ରହଣ କରୁଛି । ୨ ତାରିଖରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇ ୯ତାରିଖ ଦିନ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ଫୁଟବଲ ଆସୋସିଏସନ ସଭାପତି ଲମ୍ବୋଦର ପୁରୋହିତ ଓ ସଂପାଦକ ଯୁଗଳ କିଶୋର ସାମଲ ସୂଚନା ଦେଇଛନ୍ତି ।  ମ୍ୟାଚକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଜାତୀୟ ସ୍ତରର ଅନେକ ରେଫରୀ ପରିଚାଳନା କରିଥିଲେ ।  ବିଜେତା ଓ ଉପବିଜେତାଙ୍କ ପାଇଁ ଟ୍ରଫିସହ ୧ଲକ୍ଷ ଟଙ୍କାର ପୁରସ୍କାର ଅର୍ଥରାଶି ରହିଥିବା ମଧ୍ୟ ସୂଚନା ଦିଆଯାଇଛି ।