ବିଭିନ୍ନ ସ୍ଥାନରେ ଗଣତନ୍ତ୍ର ଦିବସ ପାଳିତ
ସାଲେପୁର: : ସାଲେପୁର ଅଞ୍ଚଳର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ମାନଙ୍କରେ ୭୬ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସାଲେପୁର ବ୍ଲକ୍ ପିକୋଳ ପଞ୍ଚାୟତର ସାଇଁପଡ଼ା ଠାରେ ଥିବା ମଦ୍ରାସା ମସିଉଲ୍ ଉଲୁମ୍ ହୁସନିଆ ପରିସରରେ ମୌଲାନା ଇଦ୍ରିଶଙ୍କ ସଭାପତିତ୍ୱରେ ୭୬ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ରୂପେ ସାମ୍ବାଦିକ ହୃଷିକେଶ ମଲ୍ଲିକ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଭାଇଚାରା ସଂପର୍କ ଯେତିକି ସୁଦୃଢ଼ ରହିବ, ଭାରତ ଦେଶ ସାର୍ବଭୌମ କ୍ଷମତା ବୃଦ୍ଧିପାଇବ ବୋଲି ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ହେମନ୍ତ କୁମାର ଭୂୟାଁ, ଅମିୟ ରଂଜନ ବିଶ୍ୱାଳ, ପୂର୍ବତନ ସମିତିସଭ୍ୟ ଅଜୟ କୁମାର ନାୟକ, ଅଧ୍ୟାପକ ହାଫିଜ ଖୁଦରତୁଲା, ହାଫିଜ ମୁସ୍ତାଫିଜ୍, ମୌଲାନା ମୁନ୍ତାଜ, ହାଫିସ ସାହିଲ, ସେକ୍ ମହମ୍ମଦ ଜହର ସିରାଜୀ ଯୋଗଦେଇ ଭାରତର ଅଖଣ୍ଡତା ସଂପର୍କରେ ଆଲୋଚନା କରିଥିଲେ । ସେକ୍ ଇସାକ୍ ଅଲ୍ଲି, ସେକ୍ ମୁସରଫ ଅଲ୍ଲି, ଗୋଲାମ ଫକୁରୁଲା ଖାଁ, ହସିବୁଲ ଅମିନ୍ ଖାଁ, ସେକ୍ କମରୁଲ ହକ୍, ଅବଦୁଲ ୱାହିଦ, ଆକରମ କମାଲ, ଆକରମ ଜମାଲ, ସେକ୍ ମିରାଜ ଅଲ୍ଲି, ସେକ୍ ହସନ୍, ତନବିର ଇସଲାମ, ମୌଲାନା ରିଜୁଆନା ସକିଲ ଅଖତାର, ଅଲ୍ଲି ଇମ୍ରାନ୍ ଖାଁ, ସେକ୍ ମୋବାସରୁଲ ହୋଦା, ସେକ୍ ନୁରୁଲ ଇସଲାମ, ସେକ୍ ନଜରୁଲ୍ ଇସଲାମ, ସେକ୍ ମୁମତାଜ ଅଲ୍ଲି, ସେକ୍ ଲିୟାକତ୍ ଅଲ୍ଲି, ସେକ୍ ସିରାଜୁଲ ଇସଲାମ, ମହମ୍ମଦ ଅଜିମ୍, ସେକ୍ ଅବଦୁଲ କରିମ, ସେକ୍ ଅଜିମୁଲ୍ଲା, ଗୟାସୁଦ୍ଦିନ ଖାଁ, ଆଲ୍ଲାଉଦ୍ଦିନ ଖାଁ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସେହିପରି ସାଲେପୁର ସଦର ମହକୁମା ସ୍ତରୀୟ ଗଣତନ୍ତ୍ର ଦିବସ ଉତ୍ସବରେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡ୍ ଅଭିବାଦନ ଗ୍ରହଣ କରିଥିଲେ । ସେହିପରି ସାଲେପୁର କୋର୍ଟ ପରିସରରେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ସରୋଜ କୁମାର ଦାଶ ଉତ୍ତୋଳନ କରିଥିବା ବେଳେ ସିଭିଲ ଜଜ୍ ସିନିୟର ଡିଭିଜନ୍ ମଳୟ କୁମାର ପ୍ରଧାନ, ସିଭିଲ ଜଜ୍ ଜୁନିୟର ଡିଭିଜନ୍ ପ୍ରଦୋଷ କୁମାର ଦାଶଙ୍କ ସମେତ ବହୁ ଆଇନ୍ଜୀ, କୋର୍ଟର କର୍ମଚାରୀ ଓ ଅଧିକାରୀମାନେ ଉପସ୍ଥିତ ଥିଲେ । ସେହିପରି ସାଲେପୁର ଥାନାରେ ଆଇଆଇସି ମନୋଜ ସ୍ୱାଇଁ, ସାଳେପୁର ତହସିଲରେ ତହସିଲଦାର ଜୟନ୍ତ କୁମାର ଜୟସିଂ, ବିଜେପି କାର୍ଯ୍ୟାଳୟରେ ବିଜେପି ନେତା ଅରିନ୍ଦମ ରାୟ, ନବପ୍ରଭାତ ଆଇଟିଆଇରେ ଚେୟାରମ୍ୟାନ୍ ଇଂ. ମାନଗୋବିନ୍ଦ ପଣ୍ଡା, ସାଲେପୁର କଳେଜରେ ଅଧ୍ୟକ୍ଷା ସଂଗୀତା ମିଶ୍ର, ସାମ୍ବାଦିକ ସଂଘ କାର୍ଯ୍ୟାଳୟରେ ସଭାପତି ଅକ୍ଷୟ କୁମାର ଦାଶ, ସାବିତ୍ରୀ ଦେବୀ କଲେଜରେ ପ୍ରତିଷ୍ଠାତା ଉମାକାନ୍ତ ଓଝା ପ୍ରମୁଖ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।