ସର୍ବଭାରତୀୟ ବୃହତ ବନ୍ଦର ଫୁଟ୍ବଲ୍ ଚାମ୍ପିଅନ୍ସିପ୍ ଉଦ୍ଘାଟିତ 

 ଭୁବନେଶ୍ୱର : ପାରାଦୀପ ବନ୍ଦର ପ୍ରାଧିକରଣ ଓ ବୃହତ ବନ୍ଦର ସ୍ପୋର୍ଟର୍ସ  କଣ୍ଟ୍ରୋଲ ବୋର୍ଡ ମିଳିତ ଆନୁକୂଲ୍ୟରେ ପାରାଦୀପସ୍ଥିତ ଗୋପବନ୍ଧୁ ଷ୍ଟାଡିୟମରେ  ଆୟୋଜିତ ୪୬ତମ ସର୍ବଭାରତୀୟ ବୃହତ ବନ୍ଦର ଫୁଟ୍ବଲ୍ ଚାମ୍ପିଅନ ସିପ୍-୨୦୨୫ ଗୁରୁବାର ଉଦ୍ଘାଟିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଗୋପବନ୍ଧୁ କ୍ରୀଡା ସଂସଦ, ପାରାଦୀପର ସଭାପତି ତଥା ବୃହତ ବନ୍ଦର ଫୁଟ୍ବଲ୍ ଚାମ୍ପିଅନ୍ସିପ-୨୦୨୫ ଅର୍ଗାନାଇଜିଂ କମିଟିର ଅଧ୍ୟକ୍ଷ  ଡିଏନ୍ ସୋନ୍ଧୀଙ୍କ ପୌରୋହିତ୍ୟରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପାରାଦୀପ ବନ୍ଦର ପ୍ରାଧିକରଣର ଟ୍ରାଫିକ ଆଡଭାଇଜର ଏକେ ବୋଷ ବୃହତ ବନ୍ଦର ଚାମ୍ପିଅନ୍ ସିପ୍କୁ  ଉଦ୍ଘାଟନ କରିଥିଲେ । ଉତ୍ସବ ଆରମ୍ଭରେ ଗୋପବନ୍ଧୁ କ୍ରୀଡା ସଂସଦ, ପାରାଦୀପର କାର୍ଯ୍ୟକାରୀ ସଭାପତି ତଥା ବୃହତ ବନ୍ଦର ଚାମ୍ପିଅନ ସିପ୍-୨୦୨୫ର ଅର୍ଗାନାଇଜିଂ କମିଟି ସମ୍ପାଦକ ଡାକ୍ତର ଦୁର୍ଗା ପ୍ରସାଦ ସେଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ  ଗୋପବନ୍ଧୁ କ୍ରୀଡା ସଂସଦର ସମ୍ପାଦକ ତଥା ଚାମ୍ପିଅନ୍ ସିପ୍ -୨୦୨୫ର ଯୁଗ୍ମ ସମ୍ପାଦକ ରଶ୍ମୀ ରଞ୍ଜନ ବେଉରା । ଉଦ୍ଘାଟନୀ ଉତ୍ସବରେ  ସଂଯୋଜକ ରବି ଦାସ ଉପସ୍ଥିତ ଥିଲେ । ଫେବୃୟାରୀ ୧୨ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି  ଅନୁଷ୍ଠିତ ସର୍ବଭାରତୀୟ ବୃହତ ବନ୍ଦର ଫୁଟବଲ ଚାମ୍ପିଅନ୍ ସିପରେ  ପାରାଦୀପ ବନ୍ଦର ପ୍ରାଧିକରଣ ସମେତ ଚେନ୍ନାଇ ବନ୍ଦର ପ୍ରାଧିକରଣ, ଦୀନ ଦୟାଲ ବନ୍ଦର ପ୍ରାଧିକରଣ, ଶ୍ୟାମ ପ୍ରସାଦ ମୂଖାର୍ଜୀ ବନ୍ଦର ପ୍ରାଧିକରଣ, ମୁମ୍ବାଇ ବନ୍ଦର ପ୍ରାଧିକରଣ, ମୁର୍ମୁଗାଓ ବନ୍ଦର ପ୍ରାଧିକରଣ, ଚିଦାମ୍ବରନର ବନ୍ଦର ପ୍ରାଧିକରଣ, ବିଶାଖାପାଟନା ବନ୍ଦର ପ୍ରାଧିକରଣ ଆଦି ୮ଟି ବନ୍ଦର ପ୍ରାଧିକରଣ ଏହି ସର୍ବଭାରତୀୟ ବୃହତ ବନ୍ଦର ଫୁଟବଲ ଚାମ୍ପିଅନ୍ ସିପ-୨୦୨୫ରେ ଅଂଶ ଗ୍ରହଣ କରିଥିବା ବେଳେ ଉଦଘାଟନୀ ଦିବସରେ ପାରାଦୀପ ବନ୍ଦର ପ୍ରାଧିକରଣ ଓ ବିଶାଖାପାଟନା ବନ୍ଦର ପ୍ରାଧିକରଣ ଟିମ୍ ମଧ୍ୟରେ  ଉଦ୍ଘାଟନୀ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା ।