ଜାତୀୟ କ୍ରୀଡା ନୀତି ୨୦୨୫କୁ କ୍ୟାବିନେଟ ମଞ୍ଜୁରି : ଦେଶକୁ କ୍ରୀଡା ମହାଶକ୍ତି ରୂପେ ପ୍ରତିଷ୍ଠିତ କରିବା ଲକ୍ଷ୍ୟ

 ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଜାତୀୟ କ୍ରୀଡା ନୀତି (ଏନଏସପି)୨୦୨୫କୁ ଅନୁମୋଦନ କରାଯାଇଛି । ଦେଶର କ୍ରୀଡା ପରିଦୃଶ୍ୟରେ ବ୍ୟାପକ ପରିବର୍ତ୍ତନ ଆଣିବା ଏବଂ କ୍ରୀଡା ମାଧ୍ୟମରେ ନାଗରିକଙ୍କ ସଶକ୍ତୀକରଣ ଉଦେ୍ଦଶ୍ୟରେ ଏହି ଐତିହାସିକ ପଦକ୍ଷେପ ଗ୍ରହଣ କରାଯାଇଛି । ପୂର୍ବରୁ ଥିବା ଜାତୀୟ କ୍ରୀଡା ନୀତି, ୨୦୦୧ ସ୍ଥାନରେ ଏହି ନୂଆ କ୍ରୀଡା ନୀତି କାର୍ଯ୍ୟକାରୀ ହେବ । ଭାରତକୁ ଏକ ବିଶ୍ୱ କ୍ରୀଡା ମହାଶକ୍ତି ରୂପେ ପ୍ରତିଷ୍ଠିତ କରିବା ଲାଗି ଏଥିରେ ଦୂରଦୃଷ୍ଟିପୂର୍ଣ୍ଣ ଏବଂ ରଣନୀତିକ ରୂପରେଖ ପ୍ରସ୍ତୁତ କରାଯାଇଛି । ଏହା ୨୦୩୬ ଅଲିମ୍ପିକ୍ସ କ୍ରୀଡା ସମେତ ଅନ୍ତର୍ଜାତୀୟ କ୍ରୀଡା ପ୍ରତିଯୋଗିତାଗୁଡିକରେ ସଫଳତା ପାଇଁ ଭାରତକୁ ଏକ ଦୃଢ ଦାବିଦାରରେ ପରିଣତ କରିବ । ବିଶ୍ୱସ୍ତରରେ ସଫଳତା ପାଇଁ ପ୍ରତିଭାର ପ୍ରାରମ୍ଭିକ ଚିହ୍ନଟ ଏବଂ ପ୍ରୋସôାହନ ପାଇଁ ବ୍ୟବସ୍ଥା ସମେତ ତୃଣମୂଳ ସ୍ତରରୁ ଉଚ୍ଚଚସ୍ତର ସ୍ତର ପର୍ଯ୍ୟନ୍ତ କ୍ରୀଡା କାର୍ଯ୍ୟକ୍ରମକୁ ସୁଦୃଢ଼ କରିବା,   ପ୍ରତିଯୋଗିତାମୂଳକ ଲିଗ୍ ଓ ପ୍ରତିଯୋଗିତା ଆୟୋଜନକୁ ପ୍ରୋସôାହିତ କରିବା ଏବଂ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଉଭୟ କ୍ଷେତ୍ରରେ କ୍ରୀଡା ଭିତ୍ତିଭୂମି ବିକାଶ କରିବା, ଜାତୀୟ କ୍ରୀଡା ସଂଘଗୁଡ଼ିକର କ୍ଷମତା ଏବଂ ପ୍ରଶାସନକୁ ବୃଦ୍ଧି କରିବା ଆଦି ଲକ୍ଷ ରହିଛି । ସେହିଭଳି ଆର୍ଥିକ ବିକାଶ ପାଇଁ କ୍ରୀଡା ପର୍ଯ୍ୟଟନକୁ ପ୍ରୋସôାହିତ କରିବା ଏବଂ ଭାରତରେ ପ୍ରମୁଖ ଅନ୍ତର୍ଜାତୀୟ କ୍ରୀଡା ସମାରୋହ ଆୟୋଜନକୁ ଆକର୍ଷିତ କରିବା, କ୍ରୀଡା ଉତ୍ପାଦନ ଇକୋସିଷ୍ଟମକୁ ସୁଦୃଢ଼ କରିବା, ଏବଂ ଏହି କ୍ଷେତ୍ରରେ ଷ୍ଟାର୍ଟଅପ୍ ଏବଂ ଉଦ୍ୟୋଗ ବିକାଶକୁ ପ୍ରୋସôାହନ କରିବା ଜାତୀୟ କ୍ରୀଡା ନୀତି ୨୦୨୫ରେ ଲକ୍ଷ ରଖାଯାଇଛି । କ୍ରୀଡାକୁ ଏକ ଆନେ୍ଦାଳନରେ ପରିଣତ କରିବା ଲାଗି ଏହି ନୀତିରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଯେପରିକି ଦେଶବ୍ୟାପୀ ଅଭିଯାନ ଏବଂ ସାମାଜିକ କାର୍ଯ୍ୟକ୍ରମ ମାଧ୍ୟମରେ ବହୁଳ ଅଂଶଗ୍ରହଣ ଏବଂ ଫିଟନେସ୍ ସଂସ୍କୃତିକୁ ପ୍ରୋସôାହନ, ସ୍କୁଲ, କଲେଜ ଏବଂ କର୍ମକ୍ଷେତ୍ର ଇତ୍ୟାଦି ପାଇଁ ଫିଟନେସ୍ ସୂଚକାଙ୍କ ଆରମ୍ଭ କରିବା ଇତ୍ୟାଦି । ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁରୂପ ଏନଏସପି ୨୦୨୫ରେ ବିଦ୍ୟାଳୟ ପାଠ୍ୟକ୍ରମରେ କ୍ରୀଡାର ଏକୀକରଣ କରିବା, କ୍ରୀଡା ଶିକ୍ଷା ଏବଂ ସଚେତନତାକୁ ପ୍ରୋସôାହନ ଲାଗି ସ୍ୱତନ୍ତ୍ର ତାଲିମ ସହିତ ଶିକ୍ଷାବିତ୍ ଏବଂ ଶାରୀରିକ ଶିକ୍ଷା ଶିକ୍ଷକଙ୍କୁ ସକ୍ଷମ କରିବା ଲକ୍ଷ ରହିଛି । ଏହାର ଢାଞ୍ଚାଗତ ଦୃଷ୍ଟିକୋଣ ଓ ଭବିଷ୍ୟତ ରଣନୀତି ସହିତ, ଜାତୀୟ କ୍ରୀଡା ନୀତି ୨୦୨୫ ଭାରତକୁ ବିଶ୍ୱ ସ୍ତରରେ ଏକ ଅଗ୍ରଣୀ କ୍ରୀଡା ରାଷ୍ଟ୍ର ହେବା ପାଇଁ ଏକ ପରିବର୍ତ୍ତନଶୀଳ ପଥରେ ରଖିବା ସହିତ ସୁସ୍ଥ ଏବଂ ସଶକ୍ତ ନାଗରିକ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି ।