ସାଇମନ୍ଦିର ପକ୍ଷରୁ ରାମନବମୀ 

 ଭୁବନେଶ୍ୱର  :  ଚନ୍ଦ୍ରଶେଖରପୁର ସ୍ଥିତ ହାଉସିଂ ବୋର୍ଡ ସାଇ ମନ୍ଦିର ପକ୍ଷରୁ ଦୁଇଦିନ (୬, ୭) ଧରି ଶ୍ରୀରାମ ନବମୀ ମହୋତ୍ସବ ଆଡମ୍ବର ସହକାରେ ପାଳନ କରାଯାଇଛି । ୬ରେ ଶ୍ରୀସାଇ ବାବଙ୍କ ମହାଭିଷେକ ସ୍ନାନ, ବାବଙ୍କ ଆରତୀ ପୂଜା ପାଠ ସହିତ ବାଦ୍ୟ ପରିବେଷଣ, ସାଇ ସେବକ ସେବିକାଙ୍କ ଦ୍ୱାରା ରାମାୟଣ ପରିବେଷଣ କରାଯାଇଥିଲା । ଏହାସହ ଅଗଣିତ ଭକ୍ତ ମାନଙ୍କ ମଧ୍ୟରେ ବାବାଙ୍କର ପାଲିଙ୍କି ଶୋଭାଯାତ୍ରା ମହାଡମ୍ବରରେ ସମାପନ ହୋଇଥିଲା । ୭ ତାରିଖ ଦିନ ଓଡ଼ିଶା ତଥା ଓଡ଼ିଶା ବାହାରୁ ଆସିଥିବା ସୁନାମଧନ୍ୟ କଣ୍ଠଶିଳ୍ପୀଙ୍କ ଦ୍ୱାରା ଭଜନ ପରିବେଷଣ କରାଯାଇଥିବା ବେଳେ ସାଇ ମନ୍ଦିରର ସାଇ ଗାଥା ଟିଭି ପକ୍ଷରୁ ବାବାର ବାଡି ନାମରେ ଏକ ନୂତନ ସାଇ ଭଜନ ଉନ୍ମୋଚନ କରାଯାଇଥିଲା । ଏ ଅବସରରେ ମନ୍ଦିରର ସଭାପତି ପ୍ରଭାସ ପଟ୍ଟନାୟକ ଓ ମନ୍ଦିରର ମୁଖ୍ୟ ପୂଜକ ସୁଦର୍ଶନ ଦାଶଙ୍କ ସହିତ ମୁଖ୍ୟଅତିଥି ଭଜନର କଣ୍ଠଶିଳ୍ପୀ କୁଲଦୀପ ପଟ୍ଟନାୟକ, ସଙ୍ଗୀତ ନିଦେ୍ର୍ଦଶକ ସମ୍ବିତ ମହାନ୍ତି , ଅରୁଣ ପ୍ରଦୀପ ଏବଂ ଭଜନର ପ୍ରଯୋଜକ ସୌମ୍ୟା ସୁଚରିତା, ଭଜନର ଲେଖକ ମନୋଜ ବେହେରା ସହିତ ସାଇ ଗାଥା ଟିଭିର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ । ଏହିଦିନ ପନ୍ଦର ହଜାରରୁ ଊଦ୍ଧ୍ୱର୍ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।