ମନ୍ତ୍ରୀଙ୍କ ଜନ୍ମଦିନରେ ଚାରା ବଣ୍ଟନ

 ଭୁବନେଶ୍ୱର: ଜଙ୍ଗଲ ପରିବେଶ, ଜଳବାୟୁ ପରିବର୍ତ୍ତନ, ଶ୍ରମ, କର୍ମଚାରୀ ଓ ବୀମା ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ଜନ୍ମଦିବସ ଅବସରରେ ଭୁବନେଶ୍ୱରର ବିଭିନ୍ନ ବସ୍ତି ଏବଂ ଅଞ୍ଚଳରେ ବୃକ୍ଷରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ କରାଯାଇଛି । ଏହାସହ ଅନାଥ ଶିଶୁଙ୍କୁ ଖାଦ୍ୟ ବଣ୍ଟନ ଓ ଅନ୍ୟାନ୍ୟ ସେବା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଭୂମିପୁତ୍ର ଟ୍ରଷ୍ଟ ଓ ବିଜେପି ନେତା ବାମଦେବ ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉଦ୍ୟମୀ କାର୍ଯ୍ୟକର୍ତ୍ତା ଓ ମନ୍ତ୍ରୀଙ୍କ ପ୍ରଶଂସକମାନେ ବିପୁଳ ସଂଖ୍ୟାରେ ଯୋଗ ଦେଇଥିଲେ । ପରିବେଶ ସୁରକ୍ଷା ଓ ଗଛ ଲଗାଇବାର ଆବଶ୍ୟକତା ବିଷୟରେ ମନ୍ତ୍ରୀ ଉଦ୍ବୋଧନ ଦେଇଥିବା ବେଳେ ବୃହତ ପରିମାଣରେ ଚାରା ବଣ୍ଟନ କରାଯାଇଥିଲା । ବିଜେପି ନେତା ବାମଦେବ ଦାସ କହିଥିଲେ, ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ଜୀବନ ଏକ ସେବା ଓ ସମର୍ପଣର ପ୍ରତୀକ । ସେଉଁଥିରୁ ପ୍ରେରଣା ନେଇ ଆମେ ଏହି ସେବା କାର୍ଯ୍ୟକ୍ରମ ଆୟୋଜନ କରିଛୁ । ଏହି ଅବସରରେ ଅନେକ ସଂଖ୍ୟାର ସ୍ଥାନୀୟ ବାସିନ୍ଦା, କାର୍ଯ୍ୟକର୍ତ୍ତା ଓ ନେତୃତ୍ୱ ମଣ୍ଡଳୀ ଉପସ୍ଥିତ ଥିଲେ ।