ସାଗର ମେଳା ଉଦ୍ୟାପିତ


ାା ପ୍ରଭାନୁ୍ୟଜ ।ା ବାଙ୍କୀ: ବାଙ୍କୀ ବ୍ଲକ ଅନ୍ତର୍ଗତ ଗୋଳାଗଣ୍ଡ ପଞ୍ଚାୟତସ୍ଥ ସାଁପୁର କଇଁଫୁଲ ମଠରେ ସାଗର ମେଳା ଉଦ୍ୟାପିତ ହୋଇଯାଇଛି । ଏହି ସାଗରମେଳାକୁ କଇଁପୁଲ ବାବା ୧୯୪୨ମସିହାରେ ଆରମ୍ଭ କରିଥିଲେ । ତାଙ୍କର ସ୍ମୃତି ଉଦେ୍ଦଶ୍ୟରେ ପ୍ରତିବର୍ଷ ଏହି ମଠରେ ସାଗରମେଳା ଅନୁଷ୍ଠିତ ହେଉଛି । ମଠାଧିଶ ଟିକିବାବାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ସାଗରମେଳାରେ ଅତିଥିଭାବେ ନିଖିଳଉକôଳ ଭାଗବତ ପ୍ରସାର ପ୍ର·ର ସମିତିର ଉପଦେଷ୍ଟା ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରିଥିବାବେଳେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଂଚ ପ୍ରଫୁଲ୍ଲ କୁମାର ସେନାପତି, ନିଖିଳ ଉକôଳ ଭାଗବତ ପ୍ରଚାର ପ୍ରସାର ସମିତିର ସାଧାରଣ ସଂପାଦକ କମଳାକାନ୍ତ ମହାରାଜ ଓ ପୂର୍ବତନ ସରପଂଚ ରମେଶ ଚନ୍ଦ୍ର ସେନାପତି ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମକୁ ନନ୍ଦ ଦଳେଇ, ଛବି ଦଳେଇ, ପ୍ରାଣକୃଷ୍ଣ ଦଳେଇ, ପ୍ରମୋଦ ଦଳେଇ, ନବଦଳେଇ ପ୍ରମୁଖ ପରିଚାଳନା କରିଥିଲେ । ଏହି ଅବସରରେ ବିଭିନ୍ନ ଗ୍ରାମରୁ ଆସିଥିବା ଭାଗବତ ମଣ୍ଡଳୀ ଦ୍ୱାରା ଭାଗବତ ପରିବେଷଣ କରାଯାଇଥିଲା ।