ଚୋରା ମଦ ଭାଟିରେ ଚାଲିବ ବୁଲଡୋଜର
illicit liquor

ଭୁବନେଶ୍ୱର : ଚିକିଟିରେ ବିଷାକ୍ତ ମଦ ପିଇ ୨ ଜଣଙ୍କ ମୃତ୍ୟୁ ହେବା ପରେ ରାଜ୍ୟ ସରକାର ତତ୍ପର ହୋଇ ପଡ଼ିଛନ୍ତି । ଚୋରା ମଦ ବେପାରୀଙ୍କ ଭାଟି ଉପରେ ଚଢ଼ାଉ ଆରମ୍ଭ ହୋଇଯାଇଛି । ଇତିମଧ୍ୟରେ ୧୧୭ ମଦ ବେପାରୀଙ୍କୁ ଗିରଫ କରାଗଲାଣି । ମଦ ଭାଟି ଉପରେ ମଧ୍ୟ ବୁଲଡୋଜର ବୁଲିବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।
ସେହିପରି ଚିକିଟି ମଦ ମୃତ୍ୟୁ ମାମଲାର ଆରଡ଼ିସିସ୍ତରୀୟ ତଦନ୍ତ କରିବେ । ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଜି ଏହି ସୂଚନା ଦେଇଛନ୍ତି । ଗତକାଲି ମଧ୍ୟ ବ୍ରହ୍ମପୁରୀ ଆରକ୍ଷୀ ଅଧିକ୍ଷକଙ୍କୁ ହଟାଇ ଦିଆଯାଇଥିଲା । ଏହି ପ୍ରସଙ୍ଗକୁ ନେଇ ଏବେ ବିରୋଧୀ ସରକାରଙ୍କୁ ଘେରିଛନ୍ତି । ବିଧାନସଭାରେ ମଧ୍ୟ ଏନେଇ ବିରୋଧୀ ଦଳ ପକ୍ଷରୁ ତୁମୁଳ ହଟ୍ଟଗୋଳ କରାଯାଇଛି । ମଦମୃତ୍ୟୁକୁ ନେଇ ଏବେ ନୂଆ ସରକାର ଅକଳରେ ପଡ଼ି ଯାଇଛନ୍ତି । ତେବେ ବିଜେପି ପକ୍ଷରୁ କୁହାଯାଇଛିଯେ, ବିଜେଡ଼ି ସରକାରଙ୍କ ଅମଳରେ ହିଁ ଗଞ୍ଜାମରେ ଚୋରା ମଦ କାରବାର ବ୍ୟାପିଥିଲା । ବିଜେଡ଼ି ନେତାଙ୍କର ଏଥିରେ ସଂପୃକ୍ତି ରହିଛି । ସରକାର ତଦନ୍ତ କରି ନିଶ୍ଚିତ ଭାବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେବୋଲି ବିଜେପି ପକ୍ଷରୁ କୁହାଯାଇଛି ।