ସାମ୍ବାଦିକଙ୍କ ଅଗଣାରେ ବ୍ରହ୍ମ କମଳ
ତୁଳସୀପୁର ବ୍ରାହ୍ମଣ ଶାସନର ସାମ୍ବାଦିକ ସନ୍ତୋଷ କୁମାର ଦାଶଙ୍କ ଅଗଣାରେ ୪ଟି ବିରଳ ବ୍ରହ୍ମ କମଳ ଫୁଲ ଫୁଟିଛି । ତାକୁ ପରିବାର ଲୋକ ତୋଳି ଗ୍ରାମର ଆରାଧ୍ୟ ଶ୍ରୀଜଗନ୍ନାଥ ଶ୍ରୀ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ନିକଟରେ ଲାଗି କରିଥିଲେ । ସେହିପରି ତୁଳସୀପୁର ମହାଜନ ସାହିର ଶିକ୍ଷକ ପ୍ରକାଶ ଚନ୍ଦ୍ର ସାହୁଙ୍କ ଅଗଣାରେ ୨ଟି ବ୍ରହ୍ମ କମଳ ଫୁଲ ଫୁଟିଥିଲା । ତାଙ୍କ ପରିବାର ପକ୍ଷରୁ ଗାଁରେ ପୂଜା ପାଉଥିବା ବାବା ବାସୁଦେବ ଓ ରାଧା କୃଷ୍ଣଙ୍କୁ ଲାଗି କରାଯାଇଥିଲା । ଏହି ଫୁଲ ବର୍ଷକୁ ମାତ୍ର ଥରେ ଫୁଟେ । ଏହା ଦେଖିବାକୁ ଯେତିକି ସୁନ୍ଦର ଏହାର ବାସ୍ନା ସେତିକି ମଧୁର ।ଏହି ଫୁଲ ଅଗଣାରେ ଫୁଟିଲେ ଘରର ସମସ୍ତ ବାସ୍ତୁ ଦୋଷ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି ।