ଅବକାରୀ ଚଢଉ : ହେରୋଇନ୍ ଓ ମୋଟର ସାଇକେଲ ଜବତ
ତାଳଚେର : ତାଳଚେର କୋଲିୟରୀ ଥାନା ଅନ୍ତର୍ଗତ ଡେରା ନିକଟରେ ତାଳଚେର ଅବକାରୀ ବିଭାଗ ଓ କୋଲିୟରୀ ଥାନା ଅଧିକାରୀ କୌଣସି ସୂତ୍ରରୁ ଖବର ପାଇ ଜିଏମ କଲୋନୀରେ ଆତର୍କିତ ଚଢଉ କରି ପୁପୁଲ ସାହୁ (୨୫) ଠାରୁ ୪୬ଗ୍ରାମ ହେରୋଇନ୍ ଏକ ବାଜାଜ ମଟର ସାଇକେଲ ନଂ- ଓଡି ୩୫ଜେ-୦୦୩୧, ଏକ ମୋବାଇଲ୍ ଫୋନ୍ ଜବତ କରିଥିବା ଅବକାରୀ ବିଭାଗ ପକ୍ଷରୁ ଜଣାପଡିଛି । ଏହି ହେରୋଇନ୍ର ଆନୁମାନିକ ମୂଲ୍ୟ ୪ଲକ୍ଷ ୬୦ହଜାର ଟଙ୍କା ହେବ ବୋଲି ବିଭାଗ ସୂତ୍ରରୁ ଜଣାପଡିଛି । ଅବକାରୀ ବିଭାଗ ସ୍ୱାଗତଯୋଗ୍ୟ ପଦକ୍ଷେବ ହୋଇଥିଲେ ମଧ୍ୟ ଯେଉଁଭଳି ଭାବେ ଏହି ମାରାତ୍ମକ ନିଶା ବ୍ୟାପି ଚାଲିଛି ଏଥିରେ ଯଦି ରୋକ ନଲଗାଯାଏ ତେବେ ଆଗାମୀ ଦିନରେ ଅବସ୍ଥା କ’ଣ ଯେ, ହେବେ ତାହା ସମୟ ହିଁ କହିବ ।