ସାମ୍ବାଦିକଙ୍କ ବିୟୋଗରେ ଶୋକ
କୁଆଖିଆ: ପ୍ରେସ୍ କ୍ଲବ କୁଆଖିଆର ସଦସ୍ୟ ତଥା ଫଟୋ ସାମ୍ବାଦିକ ସେକ୍ ଜୁମନ୍ଙ୍କ ଅକାଳ ବିୟୋଗରେ ଏକ ଶୋକ ପ୍ରେସ୍ କ୍ଲବ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ନିଗମାନନ୍ଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଉପଦେଷ୍ଟା କୈଳାସ ଚନ୍ଦ୍ର ରାଉତ, ଉପଦେଷ୍ଟା ଅମୂଲ୍ୟ କୁମାର ପତି, ପୂର୍ବତନ ସମ୍ପାଦକ ଅମୁଲ୍ୟ କୁମାର ବରାଳ, ଉପସଭାପତି ବିଶ୍ୱନାଥ ପଣ୍ଡା, ପ୍ରକାଶ ଚନ୍ଦ୍ର ରଥ, ପ୍ରଶାନ୍ତ କୁମାର ନାୟକ ପ୍ରମୁଖ ଯୋଗଦେଇ ପ୍ରେସ୍ କ୍ଲବର ସଦସ୍ୟ ସ୍ୱର୍ଗତ୍ ଜୁମନ୍ ୧୯୯୪ରୁ ସାମ୍ବାଦିକତା ଜୀବନ ଆରମ୍ଭ କରିବା ସହିତ ଫଟୋ ସାମ୍ବାଦିକତା କ୍ଷେତ୍ରରେ ୨୦୦୧ମସିହାରେ ଓଡ଼ିଶାର ଜଣେ ଶ୍ରେଷ୍ଠ ସାମ୍ବାଦିକ ଭାବେ ରାଜ୍ୟ ସ୍ତରୀୟ ପୁରସ୍କାର ଲାଭ କରିଥିଲେ । ୧୯୭୧ ମସିହାରେ ଜନ୍ମ ଗ୍ରହଣ କରିଥିବା ଜୁମନ୍(୫୩)ଙ୍କ ଗତମାସ ୩୧ତାରିଖରେ ଅକାଳ ବିୟୋଗ ଘଟିଥିଲା । କ୍ଲବର ସଦସ୍ୟମାନେ ତାଙ୍କ ସ୍ମୃତିଚାରଣ କରିବା ସହିତ ସ୍ୱର୍ଗତ୍ ଆତ୍ମାର ସଦଗତି ପ୍ରାର୍ଥନା ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସଭାରେ ଆଲୋକ ପହି, ସୁଭେନ୍ଦୁ ସାମଲ, କଳ୍ପତରୁ ପଣ୍ଡା, କୋଷାଧ୍ୟକ୍ଷ ପଦ୍ମଲୋଚନ ନାୟକ, ଅଞ୍ଜନ କୁମାର ପତି, ସଞ୍ଜିବ ସାହୁ, ସୁନୀଲ ମନୋହର ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିବାବେଳେ, ସମ୍ପାଦକ କାଳନ୍ଦି ଚରଣ କଣ୍ଠ ବିବରଣୀ ପ୍ରଦାନ କରିଥିଲେ । ସହସମ୍ପାଦକ କୈଳାସ ଚନ୍ଦ୍ର ମଲିକ୍ ଧନ୍ୟବାଦ ଅର୍ପଣ କରିଥିଲେ ।