ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମୋତ୍ସବ
ଯାଜପୁର ସଦର: ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ପକ୍ଷରୁ ସ୍ୱାମୀ ବିବେକାନନ୍ଦଙ୍କ ୧୩୩ତମ ଜନ୍ମୋତ୍ସବ ପାଳିତ ହୋଇଯାଇଛି । ଅତିଥି ଭାବେ ଯାଜପୁରର ପୂର୍ବତନ ସାଂସଦ ଅଂଚଳ ଦାସ, ସାମ୍ବାଦିକ ଅନୀଲ ପଣ୍ଡା, ଶୁଭେନ୍ଦୁ ଚାଟାର୍ଜୀ ଉପସ୍ଥିତ ରହି ସ୍ୱାମୀ ବିବେକାନନ୍ଦଙ୍କ ଆଧ୍ୟାତ୍ମିକ ବିଷୟବସ୍ତୁ ସଂପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ଅଭିଭାଷଣ ଦେଇଥିଲେ । ପବ୍ଲିକ ସ୍କୁଲର ସଭାପତି ମହେଶ ଦାସ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ସ୍ୱାମୀ ବିବେକାନନ୍ଦଙ୍କ ଜୀବନୀ ଉପରେ ଏକ ବିଷୟ ବସ୍ତୁର ପ୍ରତିଯୋଗୀତା ହୋଇଥିଲା । ସ୍କୁଲ ପକ୍ଷରୁ ସ୍ୱାମୀ ବିବେକାନନ୍ଦଙ୍କ ରୁପେ କୁନି କୁନି ପିଲାମାନଙ୍କୁ ନେଇ ଏକ ସମାରୋହ ହୋଇଥିଲା । ଛାତ୍ରଛାତ୍ରୀମାନେ ଉଚ୍ଚକୋଟୀର ଅଭିନୟ କରିଥିଲେ । ଅତିଥିଙ୍କ ଦ୍ୱାରା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।
ଆନନ୍ଦପୁର: ପୂଜ୍ୟପୂଜା ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ପୌରପାରିଷଦ ଅନ୍ତର୍ଗତ ସ୍ଥାନୀୟ ଆନନ୍ଦ ଭବନ ପରିଷରରେ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଓ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ଉପସଭାପତି ରମାକାନ୍ତ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ସଦସ୍ୟ ରଘୁନାଥ ପଣ୍ଡିତ, ବିନୋଦ ବିହାରୀ ମିଶ୍ର, ଉମାକାନ୍ତ ନାୟକ, ସୁଦାମ ଚରଣ ସାହୁ ଶିକ୍ଷକ ଚିତରଞ୍ଜନ ଘଡ଼େଇ ପ୍ରମୁଖ ଯୋଗଦେଇ ଦିବସ ପାଳନର ଆଭିମୁଖ୍ୟ ସମ୍ବନ୍ଧରେ ନିଜର ସ୍ୱସ୍ୱ ବକ୍ତବ୍ୟ ମାନ ପ୍ରଦାନ କରିଥିଲେ । ସ୍ୱାମୀଜୀଙ୍କ ଆଦର୍ଶ, ଦର୍ଶନ ଓ ଆଧ୍ୟାତ୍ମିକତାର ପରାକାଷ୍ଠା କବିତା ମାଧ୍ୟମରେ କବି ସାବିତ୍ରୀ ଦାସ, ରଘୁନାଥ ପଣ୍ଡିତ, ରଙ୍ଗାଧର ନନ୍ଦି, ନିଳମଣୀ ବାରିକ, ରାମଚନ୍ଦ୍ର ଜେନା ଓ ବା‚ାନିଧି ସାହୁ ପ୍ରମୁଖ ଆବୃତି କରିଥିଲେ । ଶିଶୁ ସାହିତି୍ୟକ ରନôାକର ଦାସଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମକୁ ପରିଷଦର କାର୍ଯକାରୀ ସମ୍ପାଦକ ରାମଚନ୍ଦ୍ର ଜେନା, ସମ୍ପାଦକ ପଦ୍ମନାଭ ପାତ୍ର ଓ ଜଗନ୍ନାଥ ପାଢ଼ୀ ପରିଚାଳନା କରିଥିଲେ । ମମତାରାଣୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।