ସାହିତ୍ୟ ସମାଜ ପକ୍ଷରୁ କବିତା ପାଠୋତ୍ସବ

 ଧର୍ମଶାଳା : ଗୋକର୍ଣ୍ଣେଶ୍ୱ ପୀଠରେ ଧର୍ମଶାଳା ସାହିତ୍ୟ ସମାଜ ପକ୍ଷରୁ ବର୍ଷପୂର୍ତ୍ତି କବିତା ପାଠୋତ୍ସବ ସଭାପତି କାହ୍ନୁଚରଣ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅତିଥି ବିଶିଷ୍ଟ ସାହିତି୍ୟକ ମନୋରଞ୍ଜନ ଷଡଙ୍ଗୀ ଉତ୍ସବକୁ ଉଦ୍ଘାଟନ କରି, କବିତା ସାଧାରଣ ଲୋକଙ୍କ ଜୀବନ ଜୀବିକା କଥା କହିବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ । କବି ଡ. ଶ୍ରୀହରି ଧଳ ଯୋଗଦେଇ କବିତା ପ୍ରତ୍ୟେକ ମଣିଷଙ୍କ ଠାରେ କବିତ୍ୱ ରହିଛି ମାତ୍ର ତାର ପରିପ୍ରକାଶ ସମସ୍ତଙ୍କ ପକ୍ଷେ ସମ୍ଭବପର ହୋଇ ନଥାଏ ବୋଲି ଆଲୋକପାତ କରିଥିଲେ । ଦ୍ୱିତୀୟ ଅଧିବେଶନରେ ବର୍ଷପୂର୍ତ୍ତି କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । କବି ସବିତା ମିଶ୍ର, ବିଜୟ ଦେବତା ଓ ଗଣେଶ୍ୱର ବେହେରାଙ୍କ ସଂଯୋଜନାରେ କବିତା ପାଠୋତ୍ସବରେ କବି ସୂର୍ଯ୍ୟମଣି ଖୁଣ୍ଟିଆ, ପ୍ରାଧ୍ୟାପକ ରାଧାଶ୍ୟାମ ସାହୁ, ଗୋକର୍ଣିକା ସମ୍ପାଦକ ରମାକାନ୍ତ ଜେନା, ଡ. ଚନ୍ଦ୍ରକାନ୍ତ ମହାନ୍ତି, ପ୍ରେମଲତା ମହାରଣା, ଅବରସରପ୍ରାପ୍ତ ଅଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ସ୍ତମ୍ଭକାର ନବଘନ ଜେନା, ଦେବେନ୍ଦ୍ର ପଟ୍ଟନାୟକ, ଅଖିଳ ମୋହନ ଦାସ, ସୁବାସ ଚନ୍ଦ୍ର ସାହୁ, ଦୀନବନ୍ଧୁ ତ୍ରୀପାଠୀ, ଗୋଲକ ଚନ୍ଦ୍ର ପଲେଇ, ଦୀନବନ୍ଧୁ କର, ଶଶିଭୂଷଣ ଦ୍ୱାରୀ, ରନôାକର ନାୟକ, କାଦମ୍ବିନୀ ମିଶ୍ର, ସରୋଜିନୀ ପଣ୍ଡା, ଗୋବିନ୍ଦ ସାହୁ, ନିର୍ମଳ ମିଶ୍ର, ପ୍ରତିମା ରଥ, ମନୋଜ ନାଥ, ଜୀତେନ୍ଦ୍ର ବେହେରା, ପ୍ରଭାତ ମଲ୍ଲିକ, ଅର୍ଜ୍ଜୁନ ସାହୁ ପ୍ରମୁଖ ବହୁ କବି କବିତା ପାଠ କରିଥିଲେ । ସାଧାରଣ ସମ୍ପାଦକ ଡ. ପ୍ରଶାନ୍ତ ସ୍ୱାଇଁ ବାର୍ଷିକ ବିବରଣୀ ପାଠ କରିଥିଲେ । ଉପସଭାପତି ବେଣୁଧର ନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, ଡ. ଚିତରଞ୍ଜନ ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ । ମନ୍ଦିର ପୂଜକ ସୋମନାଥ ପାଢ଼ୀ ଶିବସ୍ତୁତି ପାଠ କରିଥିଲେ । ସଦସ୍ୟ ଯୁଗଳ କିଶୋର ଦାସ ଧନ୍ୟବାଦ ଦେଇଥିଲେ ।