ଗାଡି ଧକ୍କାରେ ଯୁବତୀ ମୃତ
କୋରେଇ ଥାନା ଅନ୍ତର୍ଗତ ୨୦ନଂ ଜାତୀୟ ରାଜପଥ ରଗଡି ଓଭର ବ୍ରିଜ ଗଡାÿଣି ଲକ୍ଷ୍ମୀ ଟାଇଲ ଦୋକାନ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବତୀଙ୍କ ମୃତୁ୍ୟ ଘଟିଛି । ମୃତା ଯୁବତୀ ପାଟରଙ୍ଗା ପଂଚାୟତ ଭାଲୁକାହୁଡ଼ି ଆଦିବାସୀ ସାହିର ଡୁକୁଡୁ ସାମାଡ଼ଙ୍କ ଝିଅ ସୁମତୀ (୨୨) ହୋଇଥିବା ବେଳେ ସେ ରାସ୍ତା ପାର ହେଉଥିବା ବେଳେ ଯାଜପୁର ରୋଡ ଆଡୁ କେନ୍ଦୁଝର ଅଭିମୁଖେ ଯାଉଥିବା କୌଣସି ଏକ ଗାଡି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ସେ ଗୁରୁତର ହୋଇଥିବା ବେଳେ କଳାକାର ବାରିକଙ୍କ ସହଯୋଗରେ ତାଙ୍କୁ ପ୍ରଥମେ ଯାଜପୁର ରୋଡ ମେଡ଼ିକାଲରେ ଭର୍ତି କରାଯାଇଥିଲା । ପ୍ରାଥମିକ ଚିକିସôା ପରେ ଗୁରୁତର ଥିବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ କଟକ ନେବା ବାଟରେ ବଡ଼ଚଣା ନିକଟରେ ତାଙ୍କର ମୃତୁ୍ୟ ଘଟିଥିଲା । ପୁଲିସ ଘଟଣାର ତଦନ୍ତ କରୁଛି ।