କ୍ରୀଡା ସଂସଦର କାର୍ଯ୍ୟକାରିଣୀ ବୈଠକ

 ବଲାଙ୍ଗିର: ସ୍ଥାନୀୟ ହୋଟେଲ ପାର୍କ ଲ୍ୟାଣ୍ଡ ଠାରେ ଜିଲ୍ଲା କ୍ରୀଡା ସଂସଦ ବଲାଙ୍ଗିରର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ସଂପାଦକ ହରିନାରାୟଣ ପୂଜାରୀଙ୍କ ଆବାହକତ୍ୱ ଓ ସଭାପତି ଡ. ଶ୍ରୀକର ମିଶ୍ରଙ୍କ ଅଧ୍ୟକ୍ଷତାରେ  ଆୟୋଜିତ ଏହି ବୈଠକ ପ୍ରାରମ୍ଭରେ ସଭାପତି ଉପସ୍ଥିତ ସଭ୍ୟମାନଙ୍କୁ ସ୍ୱାଗତ କରି ବୈଠକର ଉଦେ୍ଦଶ୍ୟ ଜ୍ଞାପନ କରିଥିଲେ । ପ୍ରଥମେ ଜିଲ୍ଲାର ଦିବଂଗତ କ୍ରୀଡାବିତ ଶରତ ଚନ୍ଦ୍ର ଦିକ୍ଷିତ ଓ ସୁକାନ୍ତ ପାଣିଗ୍ରାହୀଙ୍କ ଆତ୍ମା ସଦଗତି ଉଦେ୍ଦଶ୍ୟରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ପରେ ସାଧାରଣ ସଂପାଦକ ଶ୍ରୀ ପୂଜାରୀ ୨୦୨୪-୨୫ ବାର୍ଷିକ ବିବରଣୀ ଓ ଆୟବ୍ୟୟର ଅଡିଟ ରିପୋର୍ଟ ଓ ସର୍ବ ସମ୍ମତିରେ ଏହା ଗୃହୀତ ତଥା ୨୦୨୫-୨୬ ପାଇଁ ପ୍ରସ୍ତୁତ ବଜେଟ ଉପସ୍ଥାପନ କରିଥିଲେ ଓ ସର୍ବ ସମ୍ମତିରେ ଗୃହୀତ ହେଲା । ବିଶେଷତଃ ଆଗାମୀ ଜୁଲାଇରେ ହେବାକୁ ଥିବା ସାହାଣୀ କପ୍ ଫୁଟଲ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବା ସକାଶେ ବଲାଙ୍ଗିର ଦଳ ଗଠନ ପାଇଁ ଖେଳାଳି ଚୟନ କୁ ଦୃଷ୍ଟିରେ ରଖି ତା.୨୮.୦୬.୨୦୨୫ ରେ ବଲାଙ୍ଗିର ଜିଲ୍ଲା ଫୁଟବଲ ଟୁର୍ଣ୍ଣାମେଣ୍ଟର  ଆୟୋଜନ କରାଯିବା ପଉରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଯାଇଛି । ବୈଠକରେ କୃଷ୍ଣଚନ୍ଦ୍ର ମିଶ୍ର, ପଦ୍ମ ଚରଣ ଆ·ର୍ଯ୍ୟ, ଶତୃଘ୍ନ ସିଂ, ହେମନ୍ତ କୁମାର ବେହେରା, ଶରତ କୁମାର ନନ୍ଦ, ସୁଧାଂଶୁ ସେଟ, ସଂଗ୍ରାମ କେଶରୀ ବହିଦାର ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଯୁଗ୍ମ ସଂପାଦକ ପଦ୍ମ ଚରଣ ଆ·ର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।