ସିପାହୀଙ୍କ ଉପରେ ଚଢ଼ିଗଲା ମିକ୍ସର ମେସିନ୍ ଟ୍ରକ୍ ; ଡ୍ରାଇଭର ଗିରଫ

ସିପାହୀଙ୍କ ଉପରେ ଚଢ଼ିଗଲା ମିକ୍ସର ମେସିନ୍ ଟ୍ରକ୍ ; ଡ୍ରାଇଭର ଗିରଫ


 ଭୁବନେଶ୍ୱର, ୦୬ା୬ : ଗତକାଲି ରାତିରେ ଏମ୍ସ ରୋଡରେ ଜଣେ ବୁଲେଟରେ ଘରକୁ ଫେରୁଥିବା ସିପାହୀଙ୍କ ପଛପଟୁ ଧକ୍କା ଦେବା ସହ ଉପରେ ଚଢ଼ିଗଲା ମିକ୍ସର ମେସିନ୍ ଟ୍ରକ୍ । ଫଳରେ ଘଟଣା ସ୍ଥଳରେ ସିପାହୀଙ୍କ ମୃତୁ୍ୟ ଘଟିଥିବା ବେଳେ ଟ୍ରକ୍ ଓ ଡ୍ରାଇଭରକୁ କାବୁ କଲେ ସ୍ଥାନୀୟ ଲୋକେ । ବହେ ଛେଚିବା ସହ ଥାନାରେ ଜିମା ଦେଲେ । ଏନେଇ ପୁଲିସ ୩୮୫ରେ ମାମଲା ରୁଜୁକରି ଆଜି ଅଭିଯୁକ୍ତ ଡ୍ରାଇଭରକୁ ଦଫା ୨୭୯, ୩୦୪-ଏରେ କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲା ଖୋର୍ଦ୍ଧା ଜଙ୍କିଆ ଲକ୍ଷ୍ମୀନାରାୟଣ ପୁରର ଦୀନବନ୍ଧୁ ମହାନ୍ତି ।
ସୂଚନାଯୋଗ୍ୟଯେ, ବୁଧବାର ରାତି ପ୍ରାୟ ୯ଟାରେ ଅଭିଯୋଗକାରିଣୀଙ୍କ ସ୍ୱାମୀ ବୀର ନାରାୟଣ ବିକ୍ରମ କେଶୋରୀ ସାମଲ (୫୫) ଏକ ବୁଲେଟରେ ଡୁମୁଡୁମା ପାଶ୍ୱର୍ରୁ ଏମସ୍ ସର୍ଭିସ ରୋଡ ପାଶ୍ୱର୍କୁ ଯାଉଥିଲେ । ସେହି ସମୟରେ ଗିରଫ ଅଭିଯୁକ୍ତ ଏକ ମିକ୍ସଚର ମେସିନ୍ ଟ୍ରକ୍ରେ ସିମେଣ୍ଟ ମିକ୍ସଚର ପରିବହନ କରି ଦୃତ ଓ ବେପରୁଆ ଭାବରେ ଗାଡି ଚାଳନା କରି ବୀର ନାରାୟଣଙ୍କ ବୁଲେଟ ପଛପଟୁ ଧକ୍କା ଦେଇ ଉପରେ ଚଢ଼ିଯାଇ ପ୍ରାୟ ୫ ଶହ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା । ଫଳରେ ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ଗହଳି ହେବ ସହ ଟ୍ରକ୍ ଡ୍ରାଇଭରକୁ କାବୁ କରି ବହେ ଛେଚି ପୁଲିସରେ ଜିମା ଦେବା ସହ ବୀର ନାରାୟଣଙ୍କୁ ଆମ୍ବୁଲାନ୍ସରେ ଏମ୍ସ ହସ୍ପିଟାଲକୁ ପଠାଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।