ରାଜଧାନୀରୁ ମହିଳା ଖେଳାଳିଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀରୁ ଭୁବନେଶ୍ୱରରୁ ରାଜ୍ୟସ୍ତରୀୟ ମହିଳା ଖେଳାଳିଙ୍କ ମୃତଦେହ ଉଦ୍ଧାର ହୋଇଛି । ଭୁବନେଶ୍ୱର ପୁରୁଣା ବିଏମସି ଅଫିସ୍ ପଛ ହଷ୍ଟେଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତା ଯୁବତୀ ଜଣକ ହେଲେ ପୁରୀ ଜିଲ୍ଲା ଡେଲାଙ୍ଗ ଜଗଦଳପୁରର ସରୋଜିନୀ ସୁନ୍ଦରା । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହୋଇନାହିଁ । ସରୋଜିନୀଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ବରଗଡ଼ ଥାନା ପୁଲିସ ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।
ସରୋଜିନୀ ଜଣେ ରାଜ୍ୟସ୍ତରୀୟ ବକ୍ସିଂ ଓ ଖୋଖୋ ଖେଳାଳି । ଗତ କିଛି ବର୍ଷ ହେବ ସେ ରାଜଧାନୀରେ ରହିବା ସହ କଟକ ରୋଡ୍ରେ ଏକ ବାଇକ୍ ସୋ-ରୁମ୍ ରେ ଚାକିରି କରୁଥିଲେ । ତେବେ କିପରି ଓ କେଉଁ ପରିସ୍ଥିତିରେ ତାଙ୍କ ମୃତ୍ୟୁ ଘଟିଲା ତାହା ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଝିଅ ମୃତ୍ୟୁ ଖବର ପାଇ ସରୋଜିନୀଙ୍କ ପରିବାର ଲୋକେ ଭୁବନେଶ୍ୱରରେ ପ ିିଛନ୍ତି । ତେବେ ସେମାନେ ବି ଏହାର ପଛର କାରଣ ସ୍ପଷ୍ଟ ଭାବେ କହି ପାରୁ ନ ଥିବା ବେଳେ ଝିଅର କାହା ସହ ଶତ୍ରୁତା ନ ଥିବା କହିଛନ୍ତି । ପୁଲିସ୍ ସରୋଜିନୀଙ୍କ କଲ ଡିଟେଲ୍ସ ଯା କରିବା ସହ ତାଙ୍କ ସାଙ୍ଗସାଥୀ ଓ ସହଯୋଗୀଙ୍କୁ ପଚରାଉଚରା କରୁଛି ।