ଫେରାର ଅଭିଯୁକ୍ତ ଗିରଫ ; ପୂର୍ବରୁ ଗିରଫ ହୋଇଥିଲେ ୪ ଅଭିଯୁକ୍ତ

ଫେରାର ଅଭିଯୁକ୍ତ ଗିରଫ ; ପୂର୍ବରୁ ଗିରଫ ହୋଇଥିଲେ ୪ ଅଭିଯୁକ୍ତ


 ଭୁବନେଶ୍ୱର, ୦୬ା୬ : ପୂର୍ବ ଶତ୍ରୁତାକୁ ନେଇ ଗତ ଜାନୁୟାରୀ ମାସ ୧ ତାରିଖ ସନ୍ଧ୍ୟାରେ କିଛି ଯୁବକଙ୍କୁ ଆଉ କିଛି ଯୁବକ ମାନେ ଜାଗମରା ନୂଆଁ ରୋଡରେ ଜନଗହଳି ପୂର୍ଣ୍ଣ ଭିତରେ ଗୋଡାଇ ଗୋଡାଇ ଖଣ୍ଡା ଓ ଭୁଜାଲିରେ ହାଣିଥିଲେ । ଏହି ଘଟଣାକୁ ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ଘଟଣାର ୧ ମାସ ପରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ହେଲେ ଏହି ଘଟଣାର ଆଉ କିଛି ଅଭିଯୁକ୍ତ ପୁଲିସ ହାତରୁ ଫେରାର ରହିଥିବା ବେଳେ ଆଜି ଜଣେ ଫେରାର ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ହେଲା, କେନ୍ଦ୍ରପଡ଼ାର ସ୍ମୁତି ରଞ୍ଜନ ଧଳ ।
 ସୂଚନାଯୋଗ୍ୟଯେ, ଅଭିଯୋଗକାରୀ ବିଭୁତି ଭୂଷଣ ସିଂହଙ୍କ ପୁଅ ଓ ତାଙ୍କ ବନ୍ଧୁ ମାନଙ୍କ ସହିତ ନିମ୍ନୋକ୍ତ ଅଭିଯୁକ୍ତ ତଥା ତାଙ୍କ ସହଯୋଗୀ ମାନଙ୍କର ପୂର୍ବରୁ କୌଣସି କାରଣକୁ ନେଇ ଶତ୍ରୁତା ଲାଗି ରହିଥିଲା । ଗତ ଜାନୁୟାରୀ ୩୦ ତାରିଖ ସନ୍ଧ୍ୟାରେ ଅଭିଯୋଗକାରୀଙ୍କ ପୁଅ ଏବଂ ତାଙ୍କ ବନ୍ଧୁମାନେ ଆଇଟିଆର ଫୁଡ୍ କୋର୍ଟରୁ ଘରକୁ ଫେରୁଥିବା ବେଳେ, ଜାଗମରା ନୂଆଁ ରୋଡରେ ଥିବା ଗୋଲ୍ଟେନ୍ ଚିଲି ଆଣ୍ଡ ଟାପ୍ରି ଟାଇମ ରେଷ୍ଟୁରାଣ୍ଟ ସମ୍ମୁଖରେ ନିମ୍ନୋକ୍ତ ଅଭିଯୁକ୍ତ ଓ ତାଙ୍କର ୧୦ରୁ ୧୫ ଜଣ ସହଯୋଗୀ ମାନେ ରାସ୍ତାରେ ଗାଡି ରଖି ସେମାନଙ୍କୁ ଜୋର ଜବରଜସ୍ତ ଅଟକାଇ ଲାଠି, ଥଣ୍ଡା ବୋତଲ, ଖଣ୍ଡା, ଭୁଜାଲିରେ ସାର୍ଯ୍ୟରେ ସେମାନଙ୍କୁ ବିଚ୍ ରାସ୍ତାରେ ଗୋଡାଇ ଗୋଡାଇ ହାଣିବା ସହ ବହୁ ଗାଡିକୁ ଭାଙ୍ଗିରୁଜି ନଷ୍ଟ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ସୁଧା ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ବାକି ଅଭିଯୁକ୍ତ ମାନେ ଏବେବି ଫେରାର ରହିଛନ୍ତି ।