ଜିରୋ ନାଇଟ୍ରେ ପୁଲିସର ଜିରୋ ଟଲେରାନ୍ସ ନୀତି

ରାଜଧାନୀରେ ଯାଞ୍ଚ କଡାକଡି; ଧରାହେଲେ ୩୦ ମଦୁଆ; ୫୦ ଜଣଙ୍କୁ ଫାଇନ୍
 ଭୁବନେଶ୍ୱର, ୩୧ା୧୨ : ଜିରୋ ନାଇଟ୍ରେ ଟୁଇନ୍ ସିଟିରେ ଶାନ୍ତିଶୃଙ୍ଖଳାକୁ ଦୃଷ୍ଟିରେ ରଖି କମିଶନରେଟ ପୁଲିସ କରିଛି ବ୍ୟାପକ ବ୍ୟବସ୍ଥା । ଜିରୋ ନାଇଟ୍ ବେଳେ ଜିରୋ ଟଲେରାନ୍ସ ନୀତି ଆପଣାଇଥିବା ପୁଲିସ ଡ୍ରିଙ୍କ୍ ଆଣ୍ଡ ଡ୍ରାଇଭ୍ ଅଭିଯାନକୁ ଜୋରଦାର କରିଛି । ୨୦୨୪କୁ ବିଦାୟ ଦେଇ ପାଦ ଥାପିଛି ୨୦୨୫ । ମଙ୍ଗଳବାର ରାତି ୧୨ରେ ରାଜଧାନୀରେ ହୋଇଛି ଜିରୋ ନାଇଟ୍ ସେଲିବ୍ରେସନ୍ । ଏନେଇ ବିଭିନ୍ନ ହୋଟେଲ, ବାର, ମଲ ମାନଙ୍କରେ ଦେଖାଯାଇଛି ପାର୍ଟି ମୁଡ । ଯାହାକୁ ନେଇ କମିଶନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯିବା ସହ ରାତି ୨ଟା ପର୍ଯ୍ୟନ୍ତ ରାଜଧାନୀ ସାରା ଚେକିଂ, ବ୍ଲକିଂ, ପାଟ୍ରୋଲିଂ କଡ଼ାକଡ଼ି କରାଯାଇଛି । ଏହି ସମୟରେ ବହୁ ମଦୁଆଙ୍କୁ କାବୁ କରାଯାଇ ହଜାର ହଜାର ଟଙ୍କାର ଫାଇନ୍ କଟାଯାଇଛି । ସେପଟେ ରାତିରେ କୌଣସି ଦୃର୍ଘଟଣା, ଘଟଣା ଘଟିଲେ ସେମାନଙ୍କ ଚିକିତ୍ସା ପାଇଁ ୨୪ ଘଣ୍ଟିଆ କ୍ୟାପିଟାଲ ହସ୍ପିଟାଲ ସମେତ ରାଜଧାନୀର ସମସ୍ତ ଘରୋଇ ଓ ସରକାରୀ ହସ୍ପିଟାଲରେ ଡାକ୍ତର, ନର୍ସ, ଆମ୍ବୁଲାନ୍ସ ସେବା ଜାରି ରହିଥିଲା । 
 ସୂଚନାଯୋଗ୍ୟ ଯେ, ପୁରୁଣା ବର୍ଷକୁ ବିଦା ଦେଇ ନୂଆବର୍ଷକୁ ସ୍ୱାଗତ କରିବାକୁ ସମସ୍ତଙ୍କ ମନରେ ପ୍ରବଳ ଉସôାହ ରହିଥାଏ । ଫଳରେ ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ଚାରିଆଡେ ପ୍ରସ୍ତୁତି ଜୋରଦାର କରାଯାଇଛି । ଫଳରେ ଟୁଇନ୍ ସିଟିରେ ଶାନ୍ତିଶୃଙ୍ଖଳାକୁ ଦୃଷ୍ଟିରେ ରଖି କମିଶନରେଟ ପୁଲିସ ବ୍ୟାପକ ବ୍ୟବସ୍ଥା କରିଛି । ଜିରୋ ନାଇଟ୍ ବେଳେ ଜିରୋ ଟଲେରାନ୍ସ ନୀତି ଆପଣାଇଥିବା ପୁଲିସ ଡ୍ରିଙ୍କ୍ ଆଣ୍ଡ ଡ୍ରାଇଭ୍ ଅଭିଯାନକୁ ଜୋରଦାର କରାଯାଇଥିଲା । ବାର, ପବ୍ ଓ ହୋଟେଲରେ ହୋଇଥିଲା କଡାକଡି ଚେକିଂ । ମଙ୍ଗଳବାର ସନ୍ଧ୍ୟାରୁ ଯାଞ୍ଚ ପ୍ରକ୍ରିୟାକୁ କଡାକଡି କରାଯାଇଥିଲା  । ମଦ ପିଇ ଗାଡି ଚଳାଇଥିବା କିଛି ମଦୁଆଙ୍କୁ ମଧ୍ୟ ପୁଲିସ ଗିରଫ କରିଛି । ସେହିପରି ରୋଡ୍ ରୋମିଓଙ୍କ ଉପରେ ତୀକ୍ଷଣ ନଜର ରଖାଯାଇଥିଲା  । ସେମାନଙ୍କ ପାଇଁ ଜିରୋ ଟଲେରାନ୍ସ ନୀତି ଆପଣେଇଥିଲା କମିଶନରେଟ ପୁଲିସ  ।