ସିଭିଲ ସୋସାଇଟର ଚତୁର୍ଥ ସାମ୍ବିଧାନିକ ସମ୍ମିଳନୀ
ବେତନଟୀ : ବେତନଟୀର ସିଭିଲ ସୋସାଇଟିର ୪ର୍ଥ ସାମ୍ବିଧାନିକ ସମ୍ମିଳନୀ ଶତାଧିକ ସଦସ୍ୟ, ସଦସ୍ୟା ଓ ନିମନ୍ତ୍ରିତ ଅତିଥିଙ୍କ ଉପସ୍ଥିତିରେ ସ୍ଥାନୀୟ ବନ୍ଧନ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଅଛି । ପ୍ରାରମ୍ଭରେ ଜଗନ୍ନାଥଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହ ସମ୍ମିଳନୀକୁ ଉଦ୍ପାଟନ କରିଥିଲେ,ବରିଷ୍ଠ ସାମ୍ବାଦିକ ହରିଶ ଚନ୍ଦ୍ର ନନ୍ଦ ଗୋସ୍ୱାମୀ । ସଭାପତି ଚୂଡାମଣି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସଂପାଦକ ସଚ୍ଚÿିଦାନନ୍ଦ ମହାନ୍ତି ସଂପାଦକୀୟ ବିବରଣୀ ପାଠ କରିଥିଲେ । କବି ନୀରୋଦ ସୁନ୍ଦର ଜେନାଙ୍କ ସଂଯୋଜନାରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା । ସୋସାଇଟିର ମିଡିଆ ଅଧିବକ୍ତା ଅରୁଣ କୁମାର ଓତା ଅତିଥିଙ୍କୁ ମଞ୍ଚ ଆହ୍ୱାନ ଓ ପରିଚୟ ପ୍ରଦାନ କରିଥିଲେ ।ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ, ମୟୂରଭଞ୍ଜ ନେତ୍ରାନନ୍ଦ ମଲ୍ଲିକ ଯୋଗ ଦେଇ "ସମାଜ ସୁଧାରରେ ବରିଷ୍ଠ ନାଗରିକମାନଙ୍କ ଭୂମିକା" ସଂପର୍କରେ ଆଲୋଚନା କରିଥିଲେ । ମୁଖ୍ୟବକ୍ତା ଆଡଭୋକେଟ୍ ମନୋଜ କୁମାର ନାୟକ, ସମ୍ପାଦକ, ବାଲେଶ୍ୱର ସିଭିଲ ସୋସାଇଟି ନିଜ ବକ୍ତବ୍ୟରେ ବେତନଟୀ ସିଭିଲ ସୋସାଇଟିର ଉତ୍ତମ କାର୍ଯ୍ୟାବଳୀର ଭୂୟସୀ ପ୍ରଶଂସା କରିଥିଲେ । ବିଶେଷ ଅତିଥି ରୂପେ ବିଶିଷ୍ଟ ସମାଜସେବୀ ତଥା ଗାନ୍ଧିବାଦୀ ନେତା ଡକ୍ଟର ଆଦିତ୍ୟ କୁମାର ପଟ୍ଟନାୟକ ସମାଜରେ ବରିଷ୍ଠ ନାଗରିକମାନଙ୍କୁ ସରକାରୀ ସାହାଯ୍ୟରୁ ଉପେକ୍ଷା କରାନଯିବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ ।