ଏମ୍ସିଏଲ୍ରେ ବାର୍ଷିକ କୋଇଲା ଖଣି ସୁରକ୍ଷା ପକ୍ଷ
ସମ୍ବଲପୁର : ଏମ୍ସିଏଲ୍ ପକ୍ଷରୁ ବାର୍ଷିକ କୋଇଲା ଖଣି ସୁରକ୍ଷା ପକ୍ଷ ଉଦ୍ୟାପିତ ହୋଇଯାଇଛି । କମ୍ପାନୀର ସିଏ୍ଡି ଉଦୟନ ଅନନ୍ତ କାଓଲେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଡିଜିଏମ୍ଏସ୍ (ଧାନବାଦ) ଉଜ୍ଜ୍ଳ ତାହ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସେହିପରି କମ୍ପାନୀର କାର୍ମିକ ନିଦେ୍ର୍ଦଶକ କେଶବ ରାଓ, ସିଭିଓ ପି.କେ. ପଟେଲ, ଅର୍ଥ ନିଦେ୍ର୍ଦଶକ ଏ.କେ. ବେହୁରା ବୈଷୟିକ ନିଦେ୍ର୍ଦଶକ ସଂଜୟ କୁମାର ଝାଙ୍କ ସହିତ ଏମ୍ସିଏଲ୍ ଓ ଖଣି ସୁରକ୍ଷା ବିଭାଗର ଅଧିକାରୀମାନେ ବିଶିଷ୍ଟ ଅତିଥି ଭାବରେ ଉପସ୍ଥିତ ଥିଲେ । ଏହି ଅବସରରେ କୋଇଲା ଖଣି ସୁରକ୍ଷା ସମ୍ପର୍କିତ ଉପକରଣ, କୃତି୍ରମ ବୁଦ୍ଧିମତା ଆଧାରିତ ଉପକରଣ ପ୍ରଭୃତି ଷ୍ଟଲର ପ୍ରଦର୍ଶନୀ ଉଦ୍ଘାଟିତ ହୋଇଥିଲା । ଏମ୍ସିଏଲ୍ର ଲିଙ୍ଗରାଜ କ୍ଷେତ୍ରର ସିଜିଏମ୍ ଏବଂ ତାଙ୍କ ଟିମ୍ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଓରିଏଣ୍ଟ କ୍ଷେତ୍ରର ହୀରାଖଣ୍ଡ ବୁନ୍ଦିଆକୁ ଶ୍ରେଷ୍ଠ ଏବଂ ଜଗନ୍ନାଥ ଖଣିକ୍ଷେତ୍ରର ଅନନ୍ତ ଓସିପିକୁ ସର୍ବଶ୍ରେଷ୍ଠ ମେଗା ଓସିପି ପୁରସ୍କାର ଦିଆଯାଇଥିଲା । ଇବ୍ ଉପତ୍ୟକାର ଲାଜକୁରା ଏବଂ ତାଳଚେରର ଲିଙ୍ଗରାଜ ଓସିପିକୁ ସର୍ବଶ୍ରେଷ୍ଠ ଲଘୁ ଓ ମଧ୍ୟମ ଓସିପି ପୁରସ୍କାର ଦିଆଯାଇଥିଲା ।