ସିଲେଇ ମେସିନ ଓ ଛତା ବଣ୍ଟନ
ଧର୍ମଶାଳା : ବ୍ଲକ ଜାରକା ଇନରହୁଇଲ କ୍ଲବ ତରଫରୁ ଧର୍ମଶାଳା ବ୍ଲକ ମାଝିପାଟଣା ଗ୍ରାମରେ ବସବାସ କରୁଥିବା ଗ୍ରାମବାସୀଙ୍କୁ ଛତା ବଣ୍ଟନ କରାଯାଇଛି । ସଭାପତି ଲୋପାମୁଦ୍ରା ଷେଣ୍ଢ ଓ ସମ୍ପାଦକ ପ୍ରଭାତ ନଳିନୀ ସାହୁଙ୍କ ନେତୃତ୍ୱରେ ସଦସ୍ୟା ବ୍ଲକ ଦେଓଦା ପଞ୍ଚାୟତ ମାଝିପାଟଣା ଗ୍ରାମରେ ପହଁଚି ସେଠାରେ ରହୁଥିବା ଅସହାୟ ପରିବାର ଲୋକଙ୍କୁ ଛତା ପ୍ରଦାନ କରିଥିଲେ । ସେହିପରି ବ୍ଲକ ଅଧିନସ୍ଥ ଚୋରମୁହାଁ ଗ୍ରାମର ଗରିବ ଅସହାୟ ମହିଳା ଗାୟତ୍ରୀ ବାରିକଙ୍କୁ କ୍ଲବ ତରଫରୁ ଗୋଟିଏ ସିଲାଇ ମେସିନ ସହ ୨ମାସ ପାଇଁ ରାସନ ସାମଗ୍ରୀ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଇନରହୁଇଲ କ୍ଲବର ବରିଷ୍ଠ ସଦସ୍ୟା ମିନତୀ ସାହୁ, ମାଧୁରୀ ଶତପଥି, ଶକୁନ୍ତଳା ମହାନ୍ତି, ରଶ୍ମିତା ନାୟକ, କଳ୍ପନା ପରିଡା, ଇନ୍ଦୁପ୍ରଭା ସାମଲ, ଅର୍ଚ୍ଚନା ସ୍ୱାଇଁ, ବିଶ୍ୱାମିତ୍ରା ସାହୁ, କାଦମ୍ବିନୀ ମିଶ୍ର ଓ ସରୋଜିନୀ ପଣ୍ଡା ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ ।