କୁଳିପଶି ଟ୍ରକ ମାଲିକ ସଂଘର ବନ୍ଧୁମିଳନ
କାଳିଆପାଣି :କୁଳିପଶି ଟ୍ରକ ମାଲିକ ସଂଘ ପକ୍ଷରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠତ ହୋଇଯାଇଛି । ଖଣି ଅଞ୍ଚଳ ରଗଦା ଡ୍ୟାମ୍ ଠାରେ ଅନୁଷ୍ଠିତ ବନ୍ଧୁମିଳନ କାର୍ଯ୍ୟକ୍ରମରେ ଶତାଧିକ ଟ୍ରକ ମାଲିକ ଯୋଗ ଦେଇଥିଲେ । କୁଳିପଶି ଟ୍ରକ ମାଲିକ ସଂଘର ସଭାପତି ଦଶରଥ ମହାନ୍ତ, ସମ୍ପାଦକ ଆଶିଷ କୁମାର ଜେନା, ଉପ ସଭାପତି ଚନ୍ଦ୍ର ମୋହନ ମହାନ୍ତ, ଯୁଗ୍ମ ସମ୍ପାଦକ ରଞ୍ଜନ ସାହୁ, କୋଷାଧ୍ୟକ୍ଷ ସଞ୍ଜୟ କର,ଚୈତନ୍ୟ ମୁର୍ମୁ, ଆଶୀର୍ବାଦ ମହାରଣାଙ୍କ ଆବାହକତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଖଣି ପ୍ରଭାବିତ ଟ୍ରକ ମାଲିକ ସଂଘର ସଭାପତି ବିଶ୍ୱଜିତ୍ ମହାନ୍ତି, ସମ୍ପାଦକ ମାନସ ରଞ୍ଜନ ଭଞ୍ଜ, ଆବାହକ ବୈକୁଣ୍ଠ ମହାନ୍ତ, ପୂର୍ବତନ ସଭାପତି କୃତିବାସ ଭଞ୍ଜ ଯୋଗ ଦେଇଥିଲେ । ମାଲିକ ସଂଘର ସାଲୁକା ହନାନଗା,ମୋତିଲାଲ୍ ମହାନ୍ତ, ବିଜୟ କୁମାର ଜେନା, ହୃଦେଶ୍ ରଞ୍ଜନ ନାୟକ, ଲଳିତ କୁମାର ମହାନ୍ତ, ରମାକାନ୍ତ ମହାନ୍ତଙ୍କ ସମେତ ଶତାଧିକ ମାଲିକ ଯୋଗ ଦେଇଥିଲେ ।