ବ୍ଲକ ଶିକ୍ଷକ ସଂଘର କର୍ମକର୍ତ୍ତା ଚୟନ
ସୁକିନ୍ଦା: ନିଖିଳ ଉକôଳ ପ୍ରାଥମିକ ଶିକ୍ଷକ ସଂଘ ଆହ୍ୱାନରେ ସୁକିନ୍ଦା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସର୍ବସମ୍ମତିକ୍ରମେ ସଭାପତି ଭାବେ ଅନୱାର ଅଲ୍ଲି ଖାଁ, ଉପସଭାପତି ଭାବେ ବିଶ୍ୱମୋହନ ମହାନ୍ତି ଓ ସୀତା ତିଉ, ସମ୍ପାଦକ ଭାବେ ପ୍ରସନ୍ନ କୁମାର ମିଶ୍ର, ସହସଂପାଦକ ଭାବେ ବିବେକାନନ୍ଦ ନାୟକ, ରଘୁନାଥ ମିଶ୍ର, ମାନସ ରଞ୍ଜନ ମଲିକ, କୋଷାଧ୍ୟକ୍ଷ ଭାବେ ହେମନ୍ତ ସାହୁ, ସଂଯୋଜକ ଭାବେ ଦେବେନ୍ଦ୍ର କୁମାର ଦାସ ପ୍ରମୁଖ ନିର୍ବାଚିତ ହୋଇଥିଲେ । ସେହିପରି ସଂଘର ଉପଦେଷ୍ଟା ଭାବେ ଶିଶିର କୁମାର ବାରିକ, ଶାନ୍ତନୁ କୁମାର ସ୍ୱାଇଁ ଓ ଅଲେଖ ପ୍ରସାଦ ପାଗଡଙ୍କୁ ଚୟନ କରାଯାଇଛି । ନବ ନିର୍ବାଚିତ କର୍ମକର୍ତ୍ତାଙ୍କୁ ଅତିଥି ବିଜୟ କୁମାର ନାୟକ ଶପଥ ପାଠ କରାଇଥିଲେ । ରାଜ୍ୟ ସଂଘ ଉପଦେଷ୍ଟା ବିଜୟ କୁମାର ନାୟକ, ଧର୍ମଶାଳା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଆର୍ତ୍ତତ୍ରାଣ ସେଠୀ, ଦାନଗଦୀ ବ୍ଲକ ଶିକ୍ଷକ ସଂଘ ସଂପାଦକ ସନ୍ତୋଷ କୁମାର ସାହୁ ପ୍ରମୁଖ ନିର୍ବାଚନ ପରିଚାଳନା କରିଥିଲେ । ସଂଗଠନର ପୂର୍ବତନ ସଭାପତି ଶିଶିର କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସୁକିନ୍ଦା ବ୍ଲକର ଶତାଧିକ ଶିକ୍ଷକଶିକ୍ଷୟିତ୍ରୀ ଉପସ୍ଥିତ ରହିଥିଲେ ।