ସୀତାରାମ ଛକ ଗଣେଶ ପୂଜା : ମୁଖ୍ୟ ଆକର୍ଷଣ କୃଷ୍ଣ ସୁଦାମା ଓ ଚୈତ୍ୟନଙ୍କ ଶ୍ରୀକୃଷ୍ଣ ପ୍ରେମୀ ଫୋଟୋ
ଜଟଣୀ : ଗଣେଶ ପୂଜାକୁ ନେଇ ଚଳ ଚଞ୍ଚଳ ଜଟଣୀ ସହର, ଜଟଣୀ ସୀତାରମ ଛକ ପୂଜା କମିଟିର ଜୋରଦାର ପ୍ରସ୍ତୁତି । ଚଳିତବର୍ଷ ଭାରତରେ ଭକ୍ତିବାଦର ପ୍ରଚାରକ ଶ୍ରୀ ଚୈତ୍ୟନ ମହାପ୍ରଭୁଙ୍କ ଶ୍ରୀକୃଷ୍ଣ ପ୍ରେମ ଏବଂ କୃଷ୍ଣ ସୁଦାମା ସଂସ୍କୃତି ଉପରେ ଆଧାରିତ ମଣ୍ଡପ ଦର୍ଶକଙ୍କୁ ଆକୃଷ୍ଟ କରୁଛି । ସଂଘ ସଭାପତି ରମେଶ ଚନ୍ଦ୍ର ମହାପାତ୍ର କୁହନ୍ତି ଯେ ବ୍ରିଟିଶ ଶାସନ ସମୟରେ ଜଟଣୀରେ ରେଲୱେର ସମ୍ପ୍ରସାରଣ ହେବା ପରେ ବ୍ୟବସାୟୀ ସୀତାରାମ ବାବୁ,ହୃଷି ସାହୁ, କଣ୍ଠ ପାତ୍ରଙ୍କ ମିଳିତ ଉଦ୍ୟମରେ ଏଠାରେ ବିଘ୍ନରାଜଙ୍କ ପୂଜା ଆରମ୍ଭ କରାଯାଇଥିଲା । ସୀତାରାମ ଅଗ୍ରୱାଲଙ୍କ ସ୍ମୃତି ଉଦେ୍ଦଶ୍ୟରେ ଏହି ଛକର ନାମକୁ ସୀତାରାମଛକ ନାମରେ ନାମିତ କରାଯାଇଥିଲା । ପରବର୍ତ୍ତୀ ସମୟରେ ବହୁ ବ୍ୟବସାୟୀଙ୍କ ସହଯୋଗରେ ଅଧିକରୁ ଅଧିକ ସହଯୋଗରେ ସ୍ଥାନୀୟ ବ୍ୟବସାୟୀ ଭାଇମାନଙ୍କ ସ୍ୱ ଇଛା ଦାନରେ ଅଧିକରୁ ଅଧିକ ସାଜସଜ୍ଜା ହୋଇ ପୂଜା ହୋଇଆସୁଅଛି । ଚଳିତ ବର୍ଷ ଏହିକମିଟି ସ୍ୱତନ୍ତ୍ର ଭାବେ ଭାରତ ବର୍ଷର ଭକ୍ତି ବାଦର ପ୍ରଚାରକ ଶ୍ରୀ ଚୈତ୍ୟନ ମହାପ୍ରଭୁଙ୍କ ଶ୍ରୀକୃଷ୍ଣ ପ୍ରେମ ଓ କୃଷ୍ଣ ସୁଦାମା ବନ୍ଧୁତ୍ୱର ମିଳନ ଶୈଳୀ ଉପରେ ଫୋଟ ଚିତ୍ର ପଦର୍ଶିତ ହୋଇଥିବା ସ୍ଥଳେ ଗରୁଡାସନରେ ରାଜାଧୀରାଜ ବେଶରେ ଗଜାନନ ପ୍ରଭୁ ଦର୍ଶନ ଦେଉଥିବା ବେଳେ ମାତା ସରସ୍ୱତୀ ଓ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହେଉଛି । ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିବାପାଇଁ ଯାଜପୁର ଜାରକା ଓଡ଼ିଶା ପ୍ରସିଦ୍ଧ ହସ୍ତଶିଳ୍ପୀ କାରିଗର ଇନା ଏବଂ ସହଯୋଗୀଙ୍କ ଦ୍ୱାରା ନିର୍ମିତ ଜାତୀୟ ପକ୍ଷୀ ମୟୁର ସଦୃଶ ତୋରଣ ସହରର ମୁଖ୍ୟ ଆକର୍ଷଣ ବିନ୍ଦୁ ସାଜିଛି । ଗତବର୍ଷତୁଳନାରେ ଚଳିତ ବର୍ଷ ଅଧ?ିକ ମୂଲ୍ୟରେ ମଣ୍ଡପର ସାଜସଜ୍ଜା ହୋଇଛି । ଯାହା ଆଜି ଦର୍ଶକଙ୍କୁ ବହୁଆକର୍ଷଣ କରୁଛି । ଭିଡକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ଏବଂ ପୂଜା କମିଟି ତରଫରୁ ଟ୍ରାଫିକ ବ୍ୟବସ୍ଥା ଓ ଶାନ୍ତି ଶୃଙ୍ଖଳାର ସହ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଥିବା ସ୍ଥଳେ ଅନେକ ଦୋକାନ ଘର ଉଚ୍ଛେଦ ପରେ ମଧ୍ୟ ବ୍ୟବସୟୀଙ୍କ ସହଯୋଗରେ ଚୈତ୍ୟନ ମହାପ୍ରଭୁଙ୍କ ଶ୍ରୀକୃଷ୍ଣ ପ୍ରେମ ଓ କୃଷ୍ଣ ସୁଦାମା ବନ୍ଧୁ ପ୍ରେମ ମୂଲ୍ୟବୋଧକୁ ନେଇ ପ୍ରସ୍ତୁତ ମଣ୍ଡପ ବୋଲି ସମ୍ପାଦକ ଗିରିଶ ଚନ୍ଦ୍ର ମହାରଣା ପ୍ରକାଶ କରିଛନ୍ତି ।