ସୁନାବେଶ ଦେଖିବାକୁ ଭକ୍ତଙ୍କ ଭିଡ଼
ତାଳଚେର : ଆଶାଢ଼ମାସ ଶୁକ୍ଳପକ୍ଷ ବଡ଼ ଏକାଦଶୀ ପବିତ୍ର ତିଥିରେ ରଥ ଉପରେ ତିନିଦିଅ ବିରାଜମାନ ହୋଇଥିବାରୁ ଦର୍ଶନ କରିବାକୁ ଭକ୍ତଙ୍କ ଲମ୍ବାଧାଡ଼ି ଦେଖିବାକୁ ମିଳିଛି । ଆଜିଭଳି ପବିତ୍ର ଦିନରେ ରଥ ଉପରେ ଠାକୁରଙ୍କୁ ଦର୍ଶନ କଲେ କୋଟି ପୂର୍ଣ୍ଣ୍ୟ ଅର୍ଜନ କରିବା ସହିତ ମନସ୍କାମନା ପୂରଣ ହୋଇଥାଏ ବୋଲି ଶ୍ରଦ୍ଧାଳୁମାନେ ଏହା ପ୍ରକାଶ କରିଛନ୍ତି । ଘଂଟ ଘଂଟା, ହୁଳହୂଳି, ହରିବୋଲ, ଝାଞ୍ଜକୀର୍ତନ, ମୃଦଙ୍ଗ ଶଦ୍ଦରେ ବଡ଼ଦାଣ୍ଡଟି ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା । ତିନିଦିଅଙ୍କର ସୁନାବେଶ ହୋଇଥିବାରୁ ଏହି ସୁନାବେଶ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଜନସମାଗମ ହୋଇଥିବା ଦେଖାଯାଇଥିଲା । ଭଗବାନଙ୍କର ଏହି ସୁନାବେଶ ବର୍ଷକୁ ପ୍ରାୟ ୫ଥର ଅନୁଷ୍ଠିତ ହୋଇଥାଏ । ସାଧାରଣତଃ ବିଜୟା ଦଶମୀ, ପୌଷପୂର୍ଣ୍ଣିମା, ଦୋଳପୂର୍ଣ୍ଣିମା, କାର୍ତିକ ପୂର୍ଣ୍ଣିମା ଓ ଆଶାଢ଼ ଶୁକ୍ଳ ଏକାଦଶୀରେ ଏହି ବେଶ ଅନୁଷ୍ଠିତ ହୋଇଥାଏ । ଜଗନ୍ନାଥ ମହାପ୍ରଭୂଙ୍କର ଏହି ପବିତ୍ର ସୁନାବେଶର ଉତ୍ପତି ପୌରାଣିକ ଆଧାରିତ ଅନୁଯାୟୀ ଅନୁଷ୍ଠିତ ହୋଇଆସୁଛି ।