ଦିଲ୍ଲୀମୁହାଁ ଚାଷୀ ଚାଷୀ : ଏକାଠି ସ୍ଥିତିକୁ ଦେଖି କଡ଼ା ସୁରକ୍ଷା
ଦୀର୍ଘ ୮ମାସ ଧରି ଶମ୍ଭୁ ସୀମା ଅର୍ଥାତ ପଞ୍ଜାବ-ହରିୟାଣା ସୀମାରେ ବିରୋଧ କରୁଥିବା କୃଷକମାନେ ଆଜି ପୁଣିଥରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ । ଏଥର କୃଷକମାନେ 'ଦିଲ୍ଲୀ ଚଲୋ' ଆନ୍ଦୋଳନରେ ଟ୍ରାକ୍ଟର-ଟ୍ରଲିକୁ ସାମିଲ ନକରି ଚାଲି ଚାଲି ଆନ୍ଦୋଳନ ଆରମ୍ଭ କରିଛନ୍ତି । ଏହି ଆନ୍ଦୋଳନକୁ ଦୃଷ୍ଟିରେ ରଖି ହରିୟାଣାର ଅମ୍ବାଲା ଶମ୍ଭୁ ସୀମାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ଏଥର କୃଷକମାନେ ସେମାନଙ୍କର ୧୨ଟି ଦାବି ସହିତ ଦିଲ୍ଲୀକୁ ଯାତ୍ରା କରୁଛନ୍ତି । ଏଥିରେ ଏମଏସପି ଗ୍ୟାରେଣ୍ଟି, କ୍ଷତିପୂରଣ ଏବଂ ପେନ୍ସନଠାରୁ ଆରମ୍ଭ କରି ସ୍ବାମୀନାଥନ୍ କମିଶନ ରିପୋର୍ଟର ପରାମର୍ଶ କାର୍ଯ୍ୟକାରୀ କରିବା ପର୍ଯ୍ୟନ୍ତ ଦାବି ଅନ୍ତର୍ଭୁକ୍ତ । କୃଷକଙ୍କ ଆନ୍ଦୋଳନ ଯୋଗୁଁ ସରକାରଙ୍କ ଆଦେଶ ପରେ ଅମ୍ବାଲାର ଉଭୟ ସରକାରୀ ଓ ବେସରକାରୀ ସ୍କୁଲ ଆଜି ବନ୍ଦ କରାଯାଇଛି ।