ସୁବର୍ଣ୍ଣପୁରରେ ନାହିଁ ରୋଜଗାର ପନ୍ଥା
ସୋନପୁର : ସୋନପୁର-ସୁବର୍ଣ୍ଣପୁର ଜିଲ୍ଲା ଆତ୍ମପ୍ରକାଶକୁ ୩୨ବର୍ଷ ବିତିଥିଲେ ମଧ୍ୟ ଜିଲ୍ଲାର ବିକାଶ ଆଶାତୀତ ଉନ୍ନତି ହୋଇ ପାରିନାହିଁ ବୋଲି ଅଭିଯୋଗ ହେଉଛି । ଛୋଟ ଜିଲ୍ଲା ହୋଇଥିବାରୁ କେବଳ ପ୍ରଶାସନିକ ସୁଦୃଢ ରହିଛି । ୨୬୧ ବର୍ଗ କିଲୋମିଟର ପରିଧି ବିଶିଷ୍ଟ ଏହି ଜିଲ୍ଲାର ଲୋକସଂଖ୍ୟା ପ୍ରାୟ ୮ ଲକ୍ଷ ହୋଇଥିବା ବେଳେ, ସାକ୍ଷରତା ୮୩.୦୩ ପ୍ରତିଶତ ରହିଛି । ଏହି ଅଞ୍ଚଳ ଐତିହ୍ୟ, ସଂସ୍କୃତି, ପରମ୍ପରା ନେଇ ବେଶ୍ ସମୃଦ୍ଧଶାଳୀ ରହିଛି । ଦ୍ୱିତୀୟ ବାରାଣସୀ ସୋନପୁରର ସାହିତ୍ୟ, ଜ୍ୟୋତିଷ ଶାସ୍ତ୍ର, ଆୟୁର୍ବେଦିକ ନେଇ ଦେଶରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା । ଗଡ଼ଜାତ ସମୟର ବୟନ ଶିଳ୍ପ ନେଇ ଏବେ ବି ବିଶ୍ୱ ଦରବାରରେ ପରିଚିତ ସୁବର୍ଣ୍ଣପୁର । ଏବେ ଜିଲ୍ଲାରେ ଉନ୍ନତ ମାନର ରାସ୍ତା ସହ ଗମନାଗମନା ସୁବିଧା ରହିଛି । କିନ୍ତୁ ବିଶେଷ ରୋଜଗାର ପନ୍ଥା ନେଇ କୌଣସି ବ୍ୟବସ୍ଥା ନାହିଁ । ବେକାରୀ ବଢି ଚାଲିଛି, ରୋଜଗାରର ପନ୍ଥା କମି କମି ଚାଲିଛି । ଏବେ ବ୍ୟବସ୍ଥା ମନ୍ଦାଳିଆ ଅବସ୍ଥା ଦେଇ ଗତି କରୁଥିବାର ଅଭିଯୋଗ ହେଉଛି । ଅନେକ ଦାଦନ ମୁହାଁ ହେଉଥିବା ବେଳେ ଆଉ କେତେକ ସୋନପୁରରେ ନିଜର ଉଜ୍ଜ୍ୱଳ ଭବିଷ୍ୟତ ଅନିଶ୍ଚିତତାରେ ରହୁଥିବାର ଅଭିଯୋଗ ହେଉଛି । ଜିଲ୍ଲାର ବିକାଶ ନେଇ ନୂତନ ରୋଡ୍ ମ୍ୟାପର ଆବଶ୍ୟକତା ରହିଛି । ଅନେକ ଦକ୍ଷ ଯୁବ ଜିଲ୍ଲାପାଳମାନେ ଆସିଲେ, ହେଲେ କେବଳ ସରକାରଙ୍କ ନିଦେ୍ର୍ଦଶନାମା ନେଇ କାର୍ଯ୍ୟ କରି ଚାଲି ଗଲେ । କିନ୍ତୁ ଜିଲ୍ଲାବାସୀ ବିକାଶ ଦେଖି ପାରିଲେ ନାହିଁ ବୋଲି ବୁଦ୍ଧିଜୀବୀ ମହଲରୁ ଅଭିଯୋଗ ହୁଏ । ଏହି ଅଞ୍ଚଳର ସାମାଜିକ, ଭୌଗଳିକ, ଅର୍ଥନୈତିକ ସ୍ଥିତି ନେଇ ରୋଜଗାର ପନ୍ଥା ନିଶ୍ଚିତ ବ୍ୟବସ୍ଥା କରାଗଲା ନାହିଁ ବୋଲି କୁହାଯାଉଛି ।
ଶିଳ୍ପ ବିହୀନ ସୁବର୍ଣ୍ଣପୁର ଜିଲ୍ଲାରେ ଶିକ୍ଷା ଏକ ମୂଳ ସମ୍ବଳ ରହିଛି । କିନ୍ତୁ ଗୋଟିଏ ସରକାରୀ ମହାବିଦ୍ୟାଳୟ ନାହିଁ । ଆଜିର ଦିନରେ ଜିଲ୍ଲାରେ ଇଞ୍ଜିନିୟରିଂ ଓ ବିଇଡି କଲେଜର ସୁବିଧା ଓ ସୁଯୋଗ ଦେବାର ଆବଶ୍ୟକତା ରହିଛି । ପ୍ରସ୍ତାବିତ ହୋଇଥିବା ସୈନିକ ସ୍କୁଲ ଏବେ ପର୍ଯ୍ୟନ୍ତ ମଧ୍ୟ ହୋଇ ପାରିନାହିଁ । ବଡ଼ ପ୍ରକଳ୍ପ ନେଇ କୌଣସି ରୋଜଗାର ପନ୍ଥା ହୋଇନାହିଁ କି ମେଡିକାଲ୍ କଲେଜ ମଧ୍ୟ ହୋଇ ପାରିନାହିଁ । ଶିକ୍ଷା କ୍ଷେତ୍ରକୁ ସୁଦୃଢ଼ କରିବାକୁ ସାଧାରଣରେ ଦାବି ହୋଇଛି । ଏବେ ଧାନ କ୍ୱିଣ୍ଟାଲ ୩୧୦୦ ଟଙ୍କା ହୋଇଛି । ଚାଷୀ ଚାଷ କରିବା ପାଇଁ ଆଗ୍ରହୀ କିନ୍ତୁ ସୋନପୁର, ତରଭା, ଉଲୁଣ୍ଡା, ବୀରମହାରାଜପୁର ବ୍ଳକରେ ଜଳସେଚନ ଘୋର ସମସ୍ୟା ରହିଛି । ଜିଲ୍ଲାକୁ ମହାନଦୀ, ତେଲ ନଦୀ, ନିବୃତ୍ତି, ଅଙ୍ଗ ନଦୀ, ସୁରୁ ବାଲି, ଯୋର, ହରିହର ଯୋର ପରି ଅନେକ ନଦୀ ଜାଲ ପରି ବିଛାଇ ହୋଇ ରହିଥିଲେ ହେଁ ସଠିକ ଜଳ ପରିଚାଳନାର ଅଭାବ ରହିଛି । ଜିଲ୍ଲାରେ ଇକୋ ଟୁରିଜିମ୍ ବିକାଶ ନେଇ ବଡ଼ କ୍ଷେତ୍ର ରହିଥିଲେ ମଧ୍ୟ ଅଣଦେଖା କରାଯାଉଛି । କୃଷି ପରେ ବୟନ ଶିଳ୍ପରେ ଜିଲ୍ଲାରେ ଅନେକ ନିର୍ଭରଶୀଳ ଥିଲେ ବି ଏହାର ସଠିକ ବଜାର ନୀତିରେ ସମସ୍ୟା ରହିଛି ।
ଗଡ଼ଜାତ ସମୟ କୁଟୀର ଶିଳ୍ପ ନେଇ ସୋନପୁର ପ୍ରସିଦ୍ଧ ରହିଥିଲା । ସେଥିପାଇଁ ଏହି ଅଞ୍ଚଳର ଲୋକେ ଦାଦନ ଖଟିବାକୁ ଯାଉ ନ ଥିଲେ । କିନ୍ତୁ ଏବେ ସମୃଦ୍ଧ କୁଟୀର ଶିଳ୍ପ ଧ୍ୱଂସାଭିମୁ;;ଖୀ ହେଲାଣି । ଅଶୀ ଦଶକ ସମୟରେ ସୋନପୁରର ମାନ୍ଦାଳିଆ ପରିସ୍ଥିତି ନେଇ ଅବିଭକ୍ତ ବଲାଙ୍ଗିର ଜିଲ୍ଲାର ସୋନପୁର ସବ୍-ଡିଭିଜନରେ ପ୍ରଥମ ଶିଳ୍ପ ସୁତାକଳ ପ୍ରତିଷ୍ଠା ଯାଇଥିଲା ଏହି ଶିଳ୍ପ କେବଳ ସୋନପୁର ନୁହେଁ । ପୂର୍ବ ଓଡ଼ିଶାର କେନ୍ଦ୍ରପଡ଼ା, ଜଗତସିଂହପୁର ଅଞ୍ଚଳର ଆସି କାର୍ଯ୍ୟ କରୁଥିଲେ । ଏବେ ଉକ୍ତ କୃଷି ଜାତ ଶିଳ୍ପ ସୂତାକଳ ଋଗଣ ହୋଇ ବନ୍ଦ ହୋଇଯାଉଛି । ଜିଲ୍ଲାରେ ଜଳ, ବିସ୍ତୀର୍ଣ୍ଣ ଜମି ନେଇ ନୂତନ ଶିଳ୍ପ କିମ୍ବା ବଡ଼ ପ୍ରକଳ୍ପ ପ୍ରତିଷ୍ଠା ନେଇ ସୁବିଧା ଓ ସୁଯୋଗ ରହିଛି । ପର୍ଯ୍ୟଟନ କ୍ଷେତ୍ରରେ ସୁବର୍ଣ୍ଣପୁର ଜିଲ୍ଲାକୁ ରାଜ୍ୟର ନାଭିକେନ୍ଦ୍ର କୁହାଯାଉ ଥିବାବେଳେ ଏହାକୁ ହେରିଟେଜ ଜିଲ୍ଲା ଭାବରେ ଘୋଷଣା ଆବଶ୍ୟକତା ରହିଛି । ଏହା ଏକ ପ୍ରମୁଖ ରୋଜଗାର ପ୍ରମୁଖ ପନ୍ଥା ହୋଇପାରନ୍ତା । ଜିଲ୍ଲା ୩୨ ବର୍ଷ ପରେ ଗୋଟିଏ ପ୍ରକଳ୍ପ ହୋଉଛି ଖୋର୍ଦ୍ଧା -ବଲାଙ୍ଗୀର ରେଳପଥ ।ଏବେ ବଲାଙ୍ଗିରରୁ ସୋନପୁର ପର୍ଯ୍ୟନ୍ତ ରେଳ ଗଢିଛି । ଏହାକୁ ନେଇ ବହୁ ସମ୍ମାବନା ଜିଲ୍ଲାରେ ଦେଖା ଦେଇଛି । କିନ୍ତୁ ଏହାକୁ ନେଇ ବିକାଶ ଭିତ୍ତିଭୂମି ଆରମ୍ଭ କରିବା ଆବଶ୍ୟକତା ରହିଛି । ଗତ ନିର୍ବାଚନରେ ଏହି ଜିଲ୍ଲାରେ ମସô୍ୟ ମହାବିଦ୍ୟାଳୟ , ଟେକ୍ସଟାଇଲ ମିଲ , ଆୟୁ ବୈଦିକ ଶିଳ୍ପନୁଷ୍ଠାନ ଖୋଲିବ ନେଇ ବିଜେପି ଦଳ ନିର୍ବାଚନ ପ୍ରତିଶୃତି ଦେଇଥିଲା ।ପରେ ଉପ ମୂଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ସୋନପୁର ସୁତା କଳର ପୁନଃ ଚାଲୁ କରିବାରେ ପ୍ରତିଶ୍ରୁତି ଦେଇଛନ୍ତି ।ଏହା ଉପରେ କେନ୍ଦ୍ର ଓ ରାଜ୍ୟ ବିଜେପି ସରକାର ଆନ୍ତରିକତା ସହ ଦୃଷ୍ଟି ଦେବାକୁ ଦାବୀ ହେଉଛି । ଏବେ ସମ୍ବଲପୁର-ବ୍ରହ୍ମପୁର ରେଳପଥ ସୋନପୁର ଦେଇ ଯିବାକୁ ଦାବୀ ହେଉଛି । ଫଳରେ ସାମାଜିକ, ଅର୍ଥନୈତିନ ବିକାଶ ସହ ଆଞ୍ଚଳିକ ବୈଷମ୍ୟ ଦୂର ହେବ । ଏହା ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ।