କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ୟାପିତ: ବିଶୁନିଆପଡା ଓ ସିଆରଏନ ଏକାଦଶ ଚାମ୍ପିଅନ୍

 ବାଲିଅନ୍ତା : ବାଳକାଟି କଲେଜ ପଡିଆରେ ପ୍ରତାପଶାସନ ଗ୍ରାମ ପଞ୍ଚାୟତ ଏବଂ ଜାଗେଶ୍ୱରୀ କ୍ରିକେଟ କ୍ଲବ ମିଳିତ ଆନୁକୂଲ୍ୟରେ ୩ ଦିନ ଧରି ଚାଲିଥିବା ବାଳକାଟି ପ୍ରେମିୟର ଲିଗ୍ ଟୁର୍ଣ୍ଣାମେଣ୍ଟର ଅଷ୍ଟମ ସଂସ୍କରଣ ଉଦ୍ୟାପିତ ହୋଇଛି । ଏଥିରେ ପଞ୍ଚାୟତ ଓ ରାଜ୍ୟସ୍ତରୀୟ ୨ ଟି ଟୁର୍ଣ୍ଣାମେଣ୍ଟ ହୋଇଥିଲା । ପଞ୍ଚାୟତସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ବିଶୁନିଆପଡା ଓ ଯଶୁଆପୁର ଦଳ ଫାଇନାଲରେ ପ୍ରବେଶ କରିଥିଲା । ଏଥିରେ ବିଶୁନିଆପଡା ଦଳ ଯଶୁଆପୁର ଦଳକୁ ହରାଇ ଚାମ୍ପିଅନ ହୋଇଥିବା ବେଳେ, ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଣ୍ଟ ଫାଇନାଲରେ ତାଳଚେର ସିଆରଏନ୍-ଏକାଦଶ ଏବଂ ଭୁବନେଶ୍ୱର ଜେଜେୱାଇସିଏସ୍ଏସ୍ ସାନ ଭୁବନେଶ୍ୱର ପ୍ରବେଶ କରିଥିଲା । ଏଥିରେ ସିଆରଏନ୍ ଏକାଦଶ, ତାଳଚେର ଚାମ୍ପିଅନ୍ ହୋଇଥିଲା । ପଞ୍ଚାୟତସ୍ତରୀୟ ମ୍ୟାଚ୍ରେ ବିଶୁନିଆପଡା ଦଳ ନିର୍ଦ୍ଧାରିତ ୬ ଓଭରରେ ୮୧ ରନ କରିଥିଲା । ମାତ୍ର ଯଶୁଆପୁର ଦଳ ନିର୍ଦ୍ଧାରିତ ଓଭରରେ ସମସ୍ତ ଓି୍ୱକେଟ ହରାଇ ୪୫ ରନ କରି ପରାଜୟ ହୋଇଥିଲା ।
ସେହିପରି ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ତାଳଚେରର ସିଆରଏନ୍ ଏକାଦଶ ଭୁବନେଶ୍ୱର ଏସ୍ଏସ୍ସାନ, ଭୁବନେଶ୍ୱର ବିପକ୍ଷରେ ଲଗାତାର ୨ ଟି ମ୍ୟାଚ୍ ଜିତି ଚାମ୍ପିଅନ ହୋଇଥିଲା । ଉଦଯାପନୀରେ ଜୟଦେବ ବିଧାୟକ ନବ କିଶୋର ମଲ୍ଲିକ, ସ୍ଥାନୀୟ ସରପଞ୍ଚ ରୀନା ବେହେରା, ହାଇଟେକ ଗ୍ରୁପ ମୁଖ୍ୟ ତିରୁପତି ପାଣିଗ୍ରାହୀ, ପୂର୍ବତନ ସରପଞ୍ଚ ଭାଗ୍ୟଧର ନନ୍ଦୀ, ସୁବ୍ରତ କୁମାର ମହାନ୍ତି, ବିଜୟ ନାୟକ, ଅମରେନ୍ଦୁ ପ୍ରସାଦ ପଟ୍ଟନାୟକ, ସମିତିସଭ୍ୟ ଗଙ୍ଗାଧର ମାହାରୀ, ନାଏବ ସରପଞ୍ଚ ଅରୁଣ କୁମାର ସାହୁ, ଯୁବ ସମାଜସେବୀ ସଂସଦ କୁମାର ନାୟକ, ଯୁବ ସାମ୍ବାଦିକ ଅନୁପ ଶୁଭଙ୍କର, ସାମ୍ବାଦିକ ସୂର୍ଯ୍ୟକାନ୍ତ ଭୋଳ, ବିଜୟ କୁମାର ମୁଦୁଲୀ, ଆଇନୀଜୀବୀ ତପନ ବାହୁବଳେନ୍ଦ୍ର ପ୍ରମୁଖ ଯୋଗଦେଇ ଚାମ୍ପିଅନ ଓ ରନର୍ସଅପ ଦଳକୁ ଟ୍ରଫି ସହ ଅର୍ଥରାଶି ପ୍ରଦାନ କରିଥିଲେ । ୩ ଦିନ ଧରି ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟକୁ ଜାଗେଶ୍ୱରୀ କ୍ରିକେଟ କ୍ଲବର ମୁଖ୍ୟ ଇଁ. ରୁଦ୍ରପ୍ରସାଦ ଭଞ୍ଜ, ଭରତ ସେଠି, ସୌମ୍ୟ ରଞ୍ଜନ ମହାନ୍ତି, ଦିବ୍ୟସିଂହ୍ନ ବେହେରା, ଆର୍ଯ୍ୟପ୍ରକାଶ ଭୋଳ, ନିହାର ରଞ୍ଜନ ଦାସ, ଜଗମୋହନ ସେଠି, ମଣ୍ଟୁ ସାହୁ, ହୃଷିକେଶ ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ ।