ଭକ୍ତ ଦାସଙ୍କୁ କଟାକ୍ଷ କଲେ ପୃଥ୍ବୀରାଜ ହରିଚନ୍ଦନ
- ପିସିସି ସଭାପତି ଭକ୍ତ ଦାସ ନିଜ ପରାଜୟ ସ୍ୱୀକାର କଲେ ଭଲ ହୁଅନ୍ତା : ପୃଥ୍ୱୀରାଜ ହରିଚନ୍ଦନ
ଭୁବନେଶ୍ୱର : ନୂଆପଡା ଉପନିର୍ବାଚନରେ କଂଗ୍ରେସର ପରାଜୟକୁ ନେଇ ପିସିସି ସଭାପତି ଭକ୍ତ ଦାସ ଉଠାଇଥିବା ଗୃହ ଶତ୍ରୁ ବିଭୀଷଣ ବୟାନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । କଟାକ୍ଷ କରି ମନ୍ତ୍ରୀ କହିଛନ୍ତି ଯେ, ନିଜ ଦୁର୍ବଳତା ଲୁଚାଇବାକୁ ରାଜନୈତିକ ଦଳ ଅନେକ କଥା କୁହନ୍ତି । ହାରିବା କାରଣ କହି ଦୁର୍ବଳତା ଲୁଚାଇବାକୁ ଚେଷ୍ଟା ଚଲାନ୍ତି । ପିସିସି ସଭାପତି ଭକ୍ତ ଦାସ ନିଜ ପରାଜୟ ସ୍ୱୀକାର କଲେ ଭଲ ହୁଅନ୍ତା ।
ସୂଚନା ଯୋଗ୍ୟ, କଂଗ୍ରେସ ପିସିସି ସଭାପତି ଭକ୍ତ ଦାସ କହିଥିଲେ ଯେ ସବୁ ଦଳ ପରି ଆଉ ଆମରେ ଦଳରେ ମଧ୍ୟ ବିଭୀଷଣ ଅଛନ୍ତି । ଦଳର ବିଭୀଷଣଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ସରକାରୀ କଳ, ଅର୍ଥବଳ ବ୍ୟବହାର ପରେ ବି ୪୦ ହଜାର ଭୋଟ ପାଇ ୨ୟ ସ୍ଥାନରେ ରହିଛୁ । ତଥାପି ଦଳ ପ୍ରତ୍ୟେକ କ୍ଷେତ୍ରକୁ ଆତ୍ମସମୀକ୍ଷା କରିବ ବୋଲି ଭକ୍ତ କହିଛନ୍ତି ।