ସୁଶାସନ ସଂପର୍କିତ ଜାତୀୟ କର୍ମଶାଳା ଉଦଯାପିତ: ରାଜ୍ୟର ଅଭିନବ ପଦକ୍ଷେପ ବଖାଣିଲେ ଅଧିକାରୀ
ଭୁବନେଶ୍ୱର : ଭୁବନେଶ୍ୱର ଲୋକସେବା ଭବନସ୍ଥିତ ରାଜ୍ୟ କନଭେନସନ ସେଣ୍ଟରଠାରେ ଚାଲିଥିବା ‘ସୁଶାସନ ଅଭ୍ୟାସ’ ସଂପର୍କିତ ଦୁଇ ଦିନିଆ ଜାତୀୟ ସମ୍ମିଳନୀ ଆଜି ଉଦ୍ୟାପିତ ହୋଇଛି । ଉଦ୍ୟାପନୀ ଅଧିବେଶନରେ ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ସୁରେନ୍ଦ୍ର ଯୋଗଦେଇ ଏଥିରେ ବିଭିନ୍ନ ରାଜ୍ୟର ଯୋଗ ଦେଇଥିବା ପ୍ରଶାସନିକ ଅଧିକାରୀଙ୍କ ଅଭିନବତ୍ୱ କାର୍ଯ୍ୟକାରିତାକୁ ପ୍ରଶଂସା କରିଥିଲେ । ଏହି ଉତ୍ତମ ଅଭ୍ୟାସ ଦେଶର ବିଭିନ୍ନ ଅଞ୍ଚଳରେ ପ୍ରୟୋଗ କରାଯିବାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତିରାଜ, ପାନୀୟ ଜଳ ବିଭାଗ ଓ ପରିମଳ ବିଭାଗ ନିଦେ୍ର୍ଦଶକ ବିନୀତ ଭରଦ୍ୱାଜ, ଶାସନ ସଚିବ ଏନ୍ବିଏସ ରାଜପୁତ, ଭାରତ ସରକାରଙ୍କ ପ୍ରଶାସନିକ ସଂସ୍କାର ଓ ଜନ ଅଭିଯୋଗ ବିଭାଗ ନିଦେ୍ର୍ଦଶକ ଡଃ ତୁଷାବା ସିନେ୍ଦ ଯୋଗ ଦେଇ ନିଜ ନିଜର ସୁଚିନ୍ତିତ ମତାମତ ଦେଇଥିଲେ ।
ଉଦ୍ୟାପନ ଦିବସର ପ୍ରଥମ ଅଧିବେଶନ ରାଜ୍ୟ ସରକାରଙ୍କ ପ୍ରମୁଖ ଶାସନ ସଚିବ ଏନବିଏସ୍ ରାଜପୁତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଆସାମ ସମଗ୍ର ଶିକ୍ଷା ମିଶନ ନିଦେ୍ର୍ଦଶକ ଡଃ. ଓମ ପ୍ରକାଶ ତାଙ୍କର ଉପସ୍ଥାପନରେ ବୈଷୟିକ ଜ୍ଞାନ କୌଶଳ ତଥା କୃତ୍ରିମ ବୁଦ୍ଧିମତ୍ତା ପ୍ରୟୋଗ ଉପରେ ଉପସ୍ଥାପନା କରିଥିଲେ । ସେହିପରି ଉତ୍ତରପ୍ରଦେଶ ମୋରଦାବାଦର ଜିଲ୍ଲାପାଳ ଅନୂଜ ସିଂ, ଝାଡ଼ଖଣ୍ଡ ରାଜ୍ୟ ଗୁମଲାର ଜିଲ୍ଲାପାଳ କର୍ଣ୍ଣ ସତାର୍ଥୀ, ମଧ୍ୟ ପ୍ରଦେଶ ବଡୱାନୀ ଜିଲ୍ଲାର ଗୃହ ଓ ଭିତ୍ତିଭୂମି ଉନ୍ନୟନ ବୋର୍ଡର କମିଶନର ଡଃ. ରାହୁଳ ହରିଦାସ ଫାତିଙ୍ଗ ପ୍ରମୁଖ ଯୋଗ ଦେଇ ସେମାନଙ୍କ ଜିଲ୍ଲାରେ ହୋଇଥିବା ଉନ୍ନୟନ ମୂଳକ ବିକାଶ କାର୍ଯ୍ୟକ୍ରମର ଉପସ୍ଥାପନା କରିଥିଲେ । ରାଜ୍ୟ ପଞ୍ଚାୟତିରାଜ ବିଭାଗ ନିଦେ୍ର୍ଦଶକ ଶ୍ରୀ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଓଡିଶା କମ୍ପୁ୍ୟଟର ଆପ୍ଲିକେସନ ସେଣ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ. ପ୍ରଦୀପ ରାଉତ, ମହିଳା ଓ ଶିଶୁ ବିକାଶ ବିଭାଗ ସମାଜ ମଙ୍ଗଳ ବୋର୍ଡର ନିଦେ୍ର୍ଦଶିକା ମୋନିଷା ବାନାର୍ଜୀ, ପ୍ରଧାନମନ୍ତ୍ରୀ ପୁରସ୍କାର ପ୍ରାପ୍ତ କୋରାପୁଟ ଜିଲ୍ଲାପାଳ ଭି.କୀର୍ତ୍ତି ବାସନ, ସୁନ୍ଦରଗଡ଼ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ପ୍ରମୁଖ ଯୋଗ ଦେଇ ରାଜ୍ୟରେ ହୋଇଥିବା ବିକାଶ ମୂଳକ ପଦକ୍ଷେପ ଉପରେ ନିଜର ଉପସ୍ଥାପନା କରିଥିଲେ ।