"ସୂର୍ଯ୍ୟପ୍ରଭା' ଓ ପ୍ରଭାଟ୍ରଷ୍ଟ ପକ୍ଷରୁ ରାଜ୍ୟସ୍ତରୀୟ ଆର୍ଟ ପ୍ରତିଯୋଗିତା : ‘ଡ୍ରିମ ଗ୍ରୀନ, ଡ୍ର ଚ୍ୟାଲେଞ୍ଜ’
ଯୋଗଦେଲେ ଦୁଇ ହଜାରରୁ ଊଦ୍ଧ୍ୱର୍ ପ୍ରତିଯୋଗୀ
ଭୁବନେଶ୍ୱର : ଦୈନିକ ଖବରକାଗର ‘ସୂର୍ଯ୍ୟପ୍ରଭା’ ଓ ‘ପ୍ରଭା ସୋସିଆଲ ୱେଲଫେୟାର ଟ୍ରଷ୍ଟ’ ପକ୍ଷରୁ ସ୍ଥାନୀୟ ଇନ୍ଦିରା ଗାନ୍ଧି ପାର୍କ ଠାରେ ରାଜ୍ୟସ୍ତରୀୟ ଆର୍ଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ‘ଡ୍ରିମ ଗ୍ରୀନ, ଡ୍ର ଚ୍ୟାଲେଞ୍ଜ’ ନାମକ ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରାୟ ୨୦୦୦ରୁ ଊଦ୍ଧ୍ୱର୍ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ ୪ଟି ବିଭାଗ ଯଥା, ସବ ଜୁନିୟର, ଜୁନିୟର, ସିନିୟର ଓ ଭିନ୍ନକ୍ଷମ ବର୍ଗର ପିଲାମାନେ ଅଂଶଗ୍ରହଣ କରିଥିଲେ । ସମସ୍ତ ବିଭାଗ ପାଇଁ ପରିବେଶ ଉପରେ ଭିନ୍ନ ଭିନ୍ନ ବିଷୟବସ୍ତୁ ରଖାଯାଇଥିଲା । ସବଜୁନିୟର ବର୍ଗର ପିଲାଙ୍କ ପାଇଁ ଆର୍ଟ ଥିମ୍ ‘ସବୁଜ ଉତ୍କଳ-ପ୍ରକୃତି ସହିତ ସୁଖଦ ମୁହୂର୍ତ୍ତ’, ଜୁନିଅର ବର୍ଗଙ୍କ ପାଇଁ ‘ଗ୍ରାମ୍ୟ ସଂସ୍କୃତି-ପର୍ବପର୍ବାଣୀ’, ସିନିଅର ବର୍ଗଙ୍କ ପାଇଁ ‘ଆମ ପରିବେଶ, ଆମ ପର୍ଯ୍ୟଟନ’ ଓ ଦିବ୍ୟାଙ୍ଗଙ୍କ ପାଇଁ ‘ବନ୍ୟପ୍ରାଣୀ ସଂରକ୍ଷଣ’ ଥିମ୍ ରହିଥିଲା । ପିଲାମାନେ ଅତ୍ୟନ୍ତ ଉକ୍ରଣ୍ଠା ଓ ଉତ୍ସାହ ମଧ୍ୟରେ ଚିତ୍ରାଙ୍କନ କରୁଥିବା ଦେଖାଯାଇଥିଲା ।
ଏହି ଅବସରରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂ, ଉତ୍ତର-ଭୁବନେଶ୍ୱର ବିଧାୟକ ସୁଶାନ୍ତ ରାଉତ, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ୱାଇଁ, ବରିଷ୍ଠ ବିଜେଡ଼ି ନେତା ଶଶୀଭୂଷଣ ସାହୁ, ସିନେ ତାରକା ବବି ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି ଏକ ପ୍ରକୃତିଧର୍ମୀ କାର୍ଯର୍୍ୟକ୍ରମକୁ ଭୁୟଶୀ ପ୍ରଶଂସା କରିଥିଲେ । ଆଇଆଇଏମ୍ ଲକ୍ଷେ୍ନøର ପ୍ରଫେସର ସତ୍ୟଭୂଷଣ ଦାସ, ଏନଟିପିସିର ପୂର୍ବତନ ନିର୍ଦ୍ଦେଶକ କୁଳମଣି ବିଶ୍ୱାଳ, ବିଚାରପତି ଭାବେ ବିଶିଷ୍ଟ ଚିତ୍ରକର ବିଜୟାନନ୍ଦ ବିଶ୍ୱାଳ, ଗଜେନ୍ଦ୍ର ସାହୁ ଓ ଛତ୍ରପତି ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ଦେବକାନ୍ତ ମହାନ୍ତି ଓ ଲଳିତ ମିଶ୍ର ଉପସ୍ଥିତ ଥିଲେ । ଏକାମ୍ର ବିଧାୟକ ବାବୁ ସିଂ କହିଥିଲେ ଯେ, ଏଭଳି ପରିବେଶଧର୍ମୀ କାର୍ଯ୍ୟକ୍ରମ ପିଲାମାନଙ୍କୁ ପରିବେଶ ଉପରେ ସଚତେନ କରିବାରେ ବେଶ ସହାୟ ହେବ । ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ୱାଇଁ କାର୍ଯ୍ୟକ୍ରମକୁ ପ୍ରଶଂସା କରି କହିଥିଲେ ଯେ, ଏଭଳି କାର୍ଯ୍ୟକ୍ରମ ଖାଲି ଭୁବନେଶ୍ୱର ନୁହେଁ, ସାରା ଓଡ଼ିଶାରେ ହେବା ଉଚିତ । ସେ ସୂର୍ଯ୍ୟପ୍ରଭାର ପରିଚାଳନା ନିର୍ଦ୍ଦେଶକ ବିକାଶ ସ୍ୱାଇଁଙ୍କୁ ଖଣ୍ଡପଡ଼ାରେ ଏଭଳି ଏକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସ୍ୱତନ୍ତ୍ର ଭାବେ ଅନୁରୋଧ କରିଥିଲେ ।
ସେହିଭଳି ଉତ୍ତର-ଭୁବନେଶ୍ୱର ବିଧାୟକ ସୁଶାନ୍ତ ରାଉତ ପିଲାମାନଙ୍କ ଗହଣରେ ବୁଲି ସେମାନଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମରେ ପ୍ରଭା ଟ୍ରଷ୍ଟର ମୁଖ୍ୟ ତଥା ସୂର୍ଯ୍ୟପ୍ରଭାର ପରିଚାଳନା ନିର୍ଦ୍ଦେଶକ ବିକାଶ ସ୍ୱାଇଁ ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ସୂର୍ଯ୍ୟପ୍ରଭାର ପରିଚାଳନା ସମ୍ପାଦକ ରାମଚଣ୍ଡୀ ପ୍ରସାଦ ରଣସିଂହ, ବରିଷ୍ଠ ସହ ସମ୍ପାଦକ ବିଜୟ ଖୁଣ୍ଟିଆ, ପ୍ରଚାର ବିଭାଗ ମୁଖ୍ୟ ରବି ରଥ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦୁଷ୍ମନ୍ତ ପାଣିଗ୍ରାହୀ, ଅର୍ପିତ, ଦିଲୀପ ଖୁଣ୍ଟିଆ, କମଳାକାନ୍ତ ରାଉତରାୟ, ପ୍ରତିମା ପାଣିଗ୍ରାହୀ, ସୌଭାଗ୍ୟ ମହାନ୍ତି, ଶ୍ରୀକାନ୍ତ ରାଉତ, ଅରବିନ୍ଦ ମହାପାତ୍ର, ମାନିନୀ ସ୍ୱାଇଁ, ବର୍ଷାରାଣୀ ଛାଟୋଇ, ହେନାମଞ୍ଜରୀ ସ୍ୱାଇଁ, ମିତାରାଣୀ ବେହେରା, ବାସୁଦେବ ସାହୁ, ରାଜୀବ ପଣ୍ଡା, ମନୋଜ ଖୁଣ୍ଟିଆ, ପ୍ରଦୀପ ମହାନ୍ତି, ଭଜହରି ଦାସ, ରଶ୍ମିରଞ୍ଜନ ଜେନା, ନୀଳକଣ୍ଠ ବାରିକ, ମଧୂସୁଦନ ସାହୁ, ବାବୁନା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
Samir Kumar Rout