ସୂର୍ଯ୍ୟମନ୍ଦିର ଫାଟକରେ  ପର୍ଯ୍ୟଟକ-ସୁରକ୍ଷାକର୍ମୀ ଠେଲାପେଲା  

ସୂର୍ଯ୍ୟମନ୍ଦିର ଫାଟକରେ  ପର୍ଯ୍ୟଟକ-ସୁରକ୍ଷାକର୍ମୀ ଠେଲାପେଲା  

କୋଣାର୍କ : ରବିବାର ସୂର୍ଯ୍ୟମନ୍ଦିର ସୂର୍ଯ୍ୟମନ୍ଦିର ସମ୍ମୁଖରେ ପର୍ଯ୍ୟଟକ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଠେଲାପେଲା ଦେଖିବାକୁ ମିଳିଥିଲା । ବଙ୍ଗୀୟ ପର୍ଯ୍ୟଟକଙ୍କୁ ସୁରକ୍ଷା କର୍ମୀ ଦୁର୍ବବ୍ୟବହାର କରିବା ନେଇ ଅଭିଯୋଗ ହୋଇଛି । ସଂଧ୍ୟା ୬ଟାରେ ସୁରକ୍ଷା କର୍ମୀ ମନ୍ଦିର ମୁଖ୍ୟ ଫାଟକ ବନ୍ଦ କରିବାରୁ ବଙ୍ଗୀୟ ପର୍ଯ୍ୟଟକ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ସୂର୍ଯ୍ୟମନ୍ଦିର ଲାଇଟ୍‌ ଆଣ୍ଡ ସାଉଣ୍ଡ ସୋ ଟିକେଟ ପାଇଁ ପର୍ଯ୍ୟଟକମାନେ ଲମ୍ବା ଲାଇନ ଲଗାଇଥିଲେ । ଏହି ସମୟରେ ବଙ୍ଗୀୟ ପର୍ଯ୍ୟଟକ ପରିବାର ନେଇ ପ୍ରବେଶ କରୁଥିବା ସମୟରେ ଜଣେ ବୟସ୍କ ବଙ୍ଗୀୟ ପର୍ଯ୍ୟଟକ ପଛରେ ରହିଯିବା ଫଳରେ ସୁରକ୍ଷା କର୍ମୀ ତାଙ୍କୁ ନଛାଡିବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ସୁରକ୍ଷା କର୍ମୀ ଜଣକ ପର୍ଯଟକଙ୍କୁ ଗାଳିଗୁଲଜ କରିବା ସହିତ ଠେଲାପେଲା କରିଥିବା ବଙ୍ଗୀୟ ପର୍ଯ୍ୟଟକ ଅଭିଯୋଗ କରିଥିଲେ । ଏହାକୁ ନେଇ କିଛି ସମୟ ପର୍ଯ୍ୟନ୍ତ ଉତ୍ତେଜନା ଦେଖାଯାଇଥିଲା। ସୂର୍ଯ୍ୟମନ୍ଦିର ପ୍ରବେଶ ପାଇଁ ଅନଲାଇନ ଓ ଅଫଲାଇନ୍‌ ଟିକେଟର ବ୍ୟବସ୍ଥା ରହିଥିବାବେଳେ ଲାଇଟ୍‌ ଆଣ୍ଡ ସାଉଣ୍ଡ ସୋ ପାଇଁ ଅଫଲାଇନ ବ୍ୟବସ୍ଥା ରହିଛି । ମନ୍ଦିର ବନ୍ଦ ପୂର୍ବରୁ ଟିକେଟ କାଟିବା ପାଇଁ ପର୍ଯ୍ୟଟକମାନେ ଭିଡ ଲଗାଇଥିବାରୁ ପର୍ଯ୍ୟଟକ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହି ଘଟଣା ପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହୋଇଛି ।