ଦିଲ୍ଲୀରେ ୧୦୦ ବିମାନ ବାତିଲ  

ନୂଆଦିଲ୍ଲୀ : ଆଜି ଦିଲ୍ଲୀ-ଏନସିଆର୍‌ ଅଞ୍ଚଳରେ ଘନ କୁହୁଡ଼ି ଯୋଗୁଁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଦିଲ୍ଲୀରେ ପ୍ରବଳ କୁହୁଡି କାରଣରୁ ୧୦୦ଟି ବିମାନ ବାତିଲ କରାଯାଇଛି । ୩୦୦ଅଧିକ ବିମାନ ବିଳମ୍ବରେ ଚାଲୁଥିବା ସୂଚନା ମିଳିଛି । ଆଜି ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ୪ଟି ବିମାନ ବିଳମ୍ବିତ।