ସୂୂଚନା କର୍ମୀଙ୍କ ସହ ସୂର୍ଯ୍ୟପ୍ରଭା କରିଥିଲା ପ୍ରୟାସ.. ହସୁଛି ସାରୋଇ, ସବୁଜିମା ନଣ୍ଡା ପାହାଡ
ଯାଜପୁର : ସରକାରୀ କଳ ଠାରୁ ସ୍ୱେଚ୍ଛାସେବୀ ସମସ୍ତେ ଆଜି ପାଳୁଛନ୍ତି ବିଶ୍ୱ ପରିବେଶ ଦିବସ । ପରିବେଶ ଦିବସ ପାଳନ କରିବାର ଆବଶ୍ୟକତା ରହିଛି । କିନ୍ତୁ ପରିବେଶ କିଭଳି ସ୍ୱଚ୍ଛ ରହିବ, ତା ଉପରେ କଥାରେ ନୁହେଁ କାର୍ଯ୍ୟରେ ପରିଣତ କରିବାର ଆବଶ୍ୟକତା ରହିଛି । ଯାହା କରି ଦେଖାଇପାରିଛନ୍ତି ଜିଲାର ଜଣାଶୁଣା ସୂଚନା କର୍ମୀ ସର୍ବେଶ୍ୱର ବେହୁରା । ଖଣି ଖାଦାନ ବିରୁଦ୍ଧରେ ଲଢେଇ ଭିତରେ ସେ କେତେ ସଫଳତା ପାଇଛନ୍ତି ତାହା ଭିନ୍ନକଥା କିନ୍ତୁ ତାଙ୍କ ଉଦ୍ୟମ କାରଣରୁ ଆଜି ଧର୍ମଶାଳା ତହସିଲର ସାରୋଇ ପାହାଡ଼ ହସୁଛି । ଯେଉଁ ମୋରମ ପାହାଡ଼ ଦିନେ ନଣ୍ଡା ଦିଶୁଥିଲା, ତାହା ଆଜି ସବୁଜିମାରେ ପରିଣତ ହୋଇପାରିଛି । ଏତକ କରିବାକୁ ତାଙ୍କୁ ସରକାରୀ କଳ ଏବଂ ସରକାରୀ ଦଳ ବିରୁଦ୍ଧରେ ଯିବାକୁ ପଡ଼ିଛି । କୋର୍ଟ କଚେରୀ ଠାରୁ ଆରମ୍ଭ କରି ଭିଜିଲାନ୍ସର ଦ୍ୱାରସ୍ଥ ହୋଇଛନ୍ତି । ସାରୋଇକୁ ସବୁଜିମା କରିବାରେ ‘ସୂର୍ଯ୍ୟପ୍ରଭା’ ମଧ୍ୟ ସେସମୟରେ ନ୍ୟାୟପଥରେ ସର୍ବେଶ୍ୱରଙ୍କ ସାଥ ଦେଇଥିଲା । ୧୨ବର୍ଷ ତଳର ନଣ୍ଡା ପାହାଡ଼ ଆଉ ଏବର ସାରୋଇ ପାହାଡ଼କୁ ଦେଖିଲେ ଚିହ୍ନିବା ମୁସ୍କିଲ ହୋଇପଡ଼ିବ । ଦିନ ଥିଲା ମୋହରମ୍ ମାଫିଆ ମାନଙ୍କ ପାଇଁ ସାରୋଇ ଚରା ଭୁଇଁ ପାଲଟିଥିଲା । ମେସିନ ଦାନ୍ତରେ କ୍ଷତ ବିକ୍ଷତ ହୋଇ ପଡିଥିଲା ପାହାଡ଼ର ଛାତି । ବର୍ଷ କେଇଟାରେ ନିଶ୍ଚିହ୍ନ ହୋଇ ଯାଇଥାନ୍ତା ପାହାଡ । ଏହାର ସୁରକ୍ଷା ପାଇଁ ୨୦୦୯ ମସିହାରେ ଆଗେଇ ଆସିଥିଲେ ସର୍ବେଶ୍ୱର । ବିରାଟ ନଣ୍ଡା ପାହାଡରେ ହେଉଥିବା ମାଇନିଙ୍ଗକୁ ବେଆଇନ ଭାବରେ ଉତୋଳନ କରାଯାଉଥିବା କଥା ଜାଣିବା ପରେ ସର୍ବେଶ୍ୱର ୧୦ ଜାନୁଆରୀ ୨୦୧୭ରେ ଧର୍ମଶାଳା ତହସିଲରେ ଅଭିଯୋଗ କରିବା ପରେ ସୁଫଳ ମିଳିନଥିଲା ।
ପରେ ଯାଜପୁର ଉପଜିଲ୍ଲାପାଳ ଏବଂ ଜିଲ୍ଲାପାଳଙ୍କୁ ନ୍ୟାୟ ମାଗି ବିଫଳ ହେବାପରେ ତକôାଳୀନ ଆରଡ଼ିସି ପ୍ରଦୀପ୍ତ ମହାପାତ୍ରଙ୍କୁ ତଥ୍ୟ ଓ ଫଟୋ ଦେଖାଇବା ପରେ ଏହାକୁ ତଦନ୍ତ କରିବା ପାଇଁ ନିର୍ଦେଶ ଦେଇଥିଲେ । ତଦନ୍ତକାରୀ ଅଧିକାରୀ ଭାବେ ତକôାଳୀନ କଳିଙ୍ଗନଗର ଏଡ଼ିଏମ ତଦନ୍ତ ରିପୋର୍ଟ ପରେ ଆରମ୍ଭ ହୁଏ ନ୍ୟାୟିକ ଲଢେଇ । ପରେ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା କରିଥିଲେ ସର୍ବେଶ୍ୱର । ଯାହାର ବିଚାର କରି ମାନ୍ୟବର ହାଇକୋର୍ଟ ଧର୍ମଶାଳା ତହସିଲ ଅନ୍ତର୍ଗତ ବାଲିଗରୀ ମୈାଜାରେ ଅବସ୍ଥିତ ସାରୋଇ ପାହାଡ଼ରୁ ହୋଇଥିବା ଲଘୁ ଖଣିଜ ସଂପଦ ହରିଲୁଟ୍ ମାମଲାରେ ଭିଜିଲାନ୍ସ ସଂପୃକ୍ତ ମାଫିଆ ଏବଂ ସେମାନଙ୍କୁ ସହଯୋଗ ଯୋଗାଇ ଆସୁଥିବା ଜିଲାର କିଛି ପ୍ରଶାସନୀକ ଅଧିକାରୀଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦେବାକୁ ନିଦେ୍ର୍ଦଶ ଦେଇଥିଲେ । ହେଲେ ଏଥିରେ କାଳବିଳମ୍ବ ହେବାରୁ ସଂପୃକ୍ତ ମାମଲାକୁ ଏକପ୍ରକାର ଏଡ଼ାଇ ଚାଲିଥିବା ଜିଲା ପ୍ରଶାସନ ବିରୁଦ୍ଧରେ ହାଇକୋର୍ଟରେ ପୁଣି ଏକ ମାମଲା ଦାଏର ହୋଇଛି । ମାମଲାରେ ଜିଲାପ୍ରଶାସନର ମୁଖିଆ ବା ଜିଲାପାଳଙ୍କ ବିରୁଦ୍ଧରେ କୋର୍ଟ ଅବମାନନା ଅଭିଯୋଗ କରାଯାଇଥିଲା । ସାରେଇ ପାହାଡ଼ ବେଆଇନ୍ ଖନନକୁ ନେଇ ମାମଲା ଦାଏର ହେବା ଏବଂ ମାମଲାକୁ ହାଇକୋର୍ଟ ଗ୍ରହଣ କରିବା ସେସମୟରେ ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଥିଲା । ମିସ୍କେସ୍ ନଂ୧୩୯୩୮/୨୦୧୫ ଅନୁଯାଇ ଅଭିଯୋଗକାରୀ ସର୍ବେଶ୍ୱର ବେହୁରିଆ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ମୋରମ୍ ଲୁଟ୍ ଘଟଣାକୁ ନେଇ ହାଇକୋର୍ଟରେ ଦାଖଲ ଏକ ଜନସ୍ୱାର୍ଥ ମାମଲା ଡବ୍ଲୁ.ପି (ସି) ୭୧୫/୨୦୧୨ର ବିଚାରକରି ତକ୍ରାଳିନ ମୁଖ୍ୟ ବିଚାରପତି ଭି.ଗୋପାଳଗୈାଡ ଏବଂ ଏସ୍ .କେ ମିଶ୍ରଙ୍କ ଖଣ୍ଡପିଠ ଗତ ୨୦୧୨ ମସିହା ମେ ୧୬ ତାରିଖରେ ଉଭୟ ଭିଜିଲାନ୍ସ ଏବଂ ଯାଜପୁର ଜିଲାପାଳଙ୍କୁ ମାମଲାର ତଦନ୍ତ କରି କାର୍ଯ୍ୟାନୁଷ୍ଟାନ ନେବାକୁ ନିର୍ଦେଶ ଦେଇଥିଲେ ।
ଶେଷରେ ୧୦ ନଭେମ୍ବର ୨୦୧୨ ମସିହାରେ ଏହି ପାହାଡଟି ସଇରାତ ମୁକ୍ତ ହୁଏ । ୨୦୧୩ ମସିହାରେ ତାଙ୍କ ଅନୁରୋଧ କ୍ରମେ କଟକ ଡ଼ିଏଫଓ ପାହାଡର କିଛି ଅଞ୍ଚ ଳରେ ବନୀକରଣ କରିବା ପାଇଁ ରାଜି ହୋଇଥିଲେ । ଆଜିକୁ ଦୀର୍ଘ ୧୨ବର୍ଷ ପୂରଣ କରିଛି । ସେଦିନର ଏହି ନଣ୍ଡା ପାହାଡକୁ ଆଜି ଘଞ୍ଚ ଜଙ୍ଗଲରେ ପରିଣତ ହୋଇପାରିଛି । ତଥ ସହିତ ଅନେକ ବନ୍ୟଜନ୍ତୁ ଏବଂ ଦେଶବିଦେଶର ବିଭିନ୍ନ ପ୍ରଜାତିର ଚଢେଇଙ୍କର ଆଶ୍ରୟସ୍ଥଳୀ ପାଲଟିଥିବା ବେଳେ ଜଙ୍ଗଲ ମଧ୍ୟରେ ରହୁଥିବା ପଶୁପକ୍ଷୀ ଏବଂ ବନ୍ୟଜନ୍ତୁଙ୍କର ପାହାଡ ପାଦଦେଶରେ ଥିବା ବିରାଟ ଗାଡ ପୋଖରୀର ଭ୍ରମସୃଷ୍ଟି କରୁଛି । ଯାହା ବନ୍ୟଜନ୍ତୁଙ୍କର ଶୋଷ ମେଣ୍ଟାଉଛି । ନ୍ୟାୟିକ ପ୍ରକ୍ରିୟାରେଆଇନଜୀବୀ ଆଇନଗତ ଲଢେଇରେ ଯେଭଳି ସାହାର୍ଯ୍ୟ କରିଥିଲେ ଗଣମାଧ୍ୟମର ଧର୍ମ ତୁଲାଇବା ଆଧାରରେ ସୂର୍ଯ୍ୟପ୍ରଭା ମଧ୍ୟ ସାଥ୍ ଦେଇଥିଲା ।