ନିବେଶକଙ୍କୁ ମୋହନଙ୍କ ଆମନ୍ତ୍ରଣ


 ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମୁମ୍ବାଇରେ ଆୟୋଜିତ ୱେଭସ ସମ୍ମିଳନୀରେ  ଯୋଗଦେବା ସହ ବହୁ ଶିଳ୍ପପତି ଓ ନିବେଶକଙ୍କ ସହ ଆଲୋଚନା କରିଛନ୍ତି  । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅନେକ ଶିଳ୍ପପତିଙ୍କ ସହ ସିଧାସଳଖ କଥା ହୋଇଥିଲେ  । ଟାଟା ଷ୍ଟିଲ୍, ସାପୁରଜି ପାଲୋନଜି ଗ୍ରୁପ, ୱାରୀ ଏନର୍ଜି, ଇଣ୍ଡିଆନ୍ ରେୟାର ଆର୍ଥ ଭଳି କମ୍ପାନୀର ପ୍ରତିନିଧିଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି  ।
ଏତଦବ୍ୟତୀତ କୃଷି ପ୍ରକ୍ରିୟାକରଣ ଏବଂ ଆଲୁମିନିୟମ୍ ଉଦ୍ୟୋଗରେ ନିବେଶ ପାଇଁ ଜୈନ ଇରିଗେସନ୍ ଓ ଜେଏସକେ ଆଲୁମିନିୟମ୍ ଇଣ୍ଡଷ୍ଟି୍ର ସହ ଆଲୋଚନା କରାଯାଇଛି  । ଡିଜିଟାଲ ପ୍ରଶାସନରେ ଉନ୍ନତି ପାଇଁ ଗୁଗୁଲ ଓ କାନାରି ଅଟୋମେଟେସନ କମ୍ପାନୀ ସହ ବି ରାଜ୍ୟ ସରକାର ଆଲୋଚନା କରିଛନ୍ତି  । ମହାରାଷ୍ଟ୍ରର ସିଏଏସଏମଇ କମ୍ପାନୀ ଓଡ଼ିଶାରେ ଖାଦ୍ୟ ପ୍ରକ୍ରିୟାକରଣ, ପ୍ୟାକେଜିଂ ଆଦିରେ ନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଛି  ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଶିଳ୍ପ ବିକାଶ, ସାଂସ୍କୃତିକ ପ୍ରୋତ୍ସାହନ ଓ ଡିଜିଟାଲ ପ୍ରଶାସନ କ୍ଷେତ୍ରରେ ଥିବା ସୁଯୋଗ ଉପରେ ଆଲୋକପାତ କରିଥିଲେ  । ସେହିପରି ୱେଭସ ୨୦୨୫ରେ ସିନେ ନିର୍ମାତା, ପର୍ଯ୍ୟଟନ, କ୍ରୀଡ଼ା, ପ୍ରଯୁକ୍ତି ଉଦ୍ୟୋଗୀମାନେ ସାମିଲ୍ ହୋଇଛନ୍ତି  । ୨୦୩୬ ପାଇଁ ଉକôର୍ଷ ଓଡ଼ିଶା ଏବଂ ଓଡ଼ିଶା ୨୦୩୬ର  ଲକ୍ଷ୍ୟ ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ବିଶ୍ୱସ୍ତରୀୟ ନିବେଶକମାନଙ୍କୁ ଆମନ୍ତ୍ରଣ କରିଛନ୍ତି  ।