ସେଣ୍ଟ୍ରାଲ ନୋଟାରି  ହେଲେ ରଞ୍ଜିତ ସାନା

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ସେଣ୍ଟ୍ରାଲ ନୋଟାରି ପବ୍ଲିକ ଭାବେ ଅନୁମୋଦନ ପାଇଲେ ବରିଷ୍ଠ ଆଇନଜୀବି ରଞ୍ଜିତ ସାନା । ଜିଲ୍ଲାରେ ପ୍ରଥମ ଥର ପାଇଁ ଶ୍ରୀ ସାନା ସେଣ୍ଟ୍ରାଲ ନୋଟାରି ପବ୍ଲିକ ଭାବେ ଅନୁମୋଦନ ହାସଲ କରିଥିବା ବେଳେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିଛି । ଜିଲ୍ଲାରେ ପୂର୍ବରୁ କେହି ଏହି ସ୍ଥାନ ପାଇ ନଥିବା ବେଳେ ଶ୍ରୀ ସାନା ଜିଲ୍ଲାର ପ୍ରଥମ ବ୍ୟକ୍ତି ହୋଇଥିବାରୁ ସେ ଆଗକୁ ଲୋକଙ୍କ ପାଇଁ ଆହୁରି ଅଧିକ ସେବା ଯୋଗାଇ ପାରିବେ ବୋଲି ପ୍ରକାଶ କରିଛନ୍ତି । ଏହା ସହ ସେ ଆଉହୁରି ମଧ୍ୟ କହିଛନ୍ତି ଯେ, ପୂର୍ବରୁ ଜିଲ୍ଲାରେ ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦନ ପାଇଥିବା ଅନେକ ନୋଟାରି ଅଛନ୍ତି, ସେମାନେ ସମସ୍ତେ ଲୋକଙ୍କୁ ବିଭିନ୍ନ ସେବା ଯୋଗାଇ ଆସୁଛନ୍ତି । ଶ୍ରୀ ସାନା ମଧ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଅନୁମୋଦନ ପାଇଥିବା ବେଳେ ସେ ସମସ୍ତ ନୋଟାରିଙ୍କୁ ସହଯୋଗ କରିବେ ଏବଂ ଅନ୍ୟ ମାନଙ୍କ ସହ ମିଳିମିଶି ସରକାରୀ ସ୍ତରରେ ଲୋକଙ୍କୁ ଆହୁରି ଅଧିକ ସେବା ଯୋଗାଇବେ ।