ଶୈକ୍ଷିକ ଶ୍ରେଣୀଗୃହ ଉଦ୍ଘାଟନ
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ସଦର ମହକୁମାରେ ଥିବା ମହିଳା ମହାବିଦ୍ୟାଳୟରେ ଓଡିଶା ଉଚ୍ଚÿଶିକ୍ଷା ସର୍ବୋତ୍ତମତା ଓ ସମତା କାର୍ଯ୍ୟକ୍ରମ ଉଚ୍ଚଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ଶୈକ୍ଷିକ ଶ୍ରେଣୀ କୋଠା ଆଜି ମାନ୍ୟବର ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉଦଘାଟନୀ ଉସôବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦ୍ଘାଟନ କରିଥିଲେ । ଜାତୀୟ ଶିକ୍ଷା ନୀତି ଲାଗୁ ହେଲେ ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଆସିପାରିବ । ଜାତିୟ ଶିକ୍ଷା ନୀତିରେ ବିଦ୍ୟାର୍ଥୀ ନିଜ ଇଛା ମୁତାବକ ମାତୃଭାଷାରେ ଶିକ୍ଷା ଗ୍ରହଣର ସୁଯୋଗ ରହିଛି । ଏଥି ସହ ଧନ୍ଦା ମୂଳକ ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଇଛି । ଜାତୀୟ ଶିକ୍ଷା ନୀତି ଲାଗୁହେଲେ ପ୍ରାକ ପ୍ରାଥମିକ ଶିକ୍ଷା ଠାରୁ ଆରମ୍ଭ କରି ଉଚ୍ଚÿ ଶିକ୍ଷା କ୍ଷେତ୍ରର ଢାଞ୍ଚା ପରିବର୍ତ୍ତନ ହେବ ବୋଲି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରକାଶ କରିଛନ୍ତି । ଆଜି ନବରଙ୍ଗପୁର ଜିଲ୍ଲା ଗସ୍ତ ରେ ଆସି ମନ୍ତ୍ରୀ ଶ୍ରୀ ଗଣ୍ଡ ବିଭିନ୍ନ କାର୍ଯ୍ୟକ୍ରମର ଯୋଗ ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ଅତିରିକ୍ତ ଜିଲ୍ଲପାଳ ମହେଶ୍ୱର ଚନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇଥିଲେ ।