ମୁଖ୍ୟମନ୍ତ୍ରୀ ଫୁଟବଲ ଟ୍ରଫିର ଜୋନସ୍ତରୀୟ ଚମ୍ପିୟାନସିପ୍: ମାଲକାନାଗିରି ଖେଳାଳିଙ୍କ ବ୍ରହ୍ମପୁର ଗସ୍ତ
ମାଲକାନଗିରି : ୧୫ ବର୍ଷରୁ କମ ମୁଖ୍ୟମନ୍ତ୍ରୀ ଫୁଟବଲ ଟ୍ରଫି ଜୋନ ସ୍ତରୀୟ ଚମ୍ପିୟାନସିପ ଟୁର୍ନାମେଣ୍ଟ ଆସନ୍ତା ୨୮ ତାରିଖରୁ ବ୍ରହ୍ମପୁର ଠାରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ମ୍ୟାଚରେ ଅଂଶ ଗ୍ରହଣ କରିବା ପାଇଁ ମାଲକାନଗିରି ଜିଲ୍ଲାର ୨୪ ଜଣିଆ ଖେଳାଳି ଦଳ ବ୍ରହ୍ମପୁର ଗସ୍ତ କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ଜିଲ୍ଲା ଏଥେଲେଟିକ ସଂଘର ସମ୍ପାଦକ ରାମହରି ପଣ୍ଡା, କୋଷାଧକ୍ଷ ପ୍ରସାଦି ରାଓ, ସହ ସମ୍ପାଦକ ଗୋପୀଗୃକୃଷ୍ଣ ପଟ୍ଟନୟକ ପ୍ରମୁଖ ସ୍ଥାନୀୟ ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଉପସ୍ଥିତ ରହି ଖେଳାଳିଙ୍କୁ ଉସôାହିତ କରିଥିଲେ । ଏହା ସହ ଖେଳାଳି ମାନେ ଯେପରି ଉତ୍ତମ ପ୍ରଦର୍ଶନ କରିବେ ସେନେଇ ସେମାନଙ୍କୁ ମନବଳ ଯୋଗାଇଥିଲେ । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ଯୁବ ପ୍ରତିଭାର ଅନ୍ୱେଷଣ ସହ କ୍ରୀଡାବିତ ମାନଙ୍କୁ କ୍ରୀଡାନୈପୁଣ୍ୟ ପ୍ରଦର୍ଶନ ପାଇଁ ରାଜ୍ୟ ସରକାରଙ୍କ ଯୁବ ଓ କ୍ରୀଡା ବିଭାଗ ସମସ୍ତ ପ୍ରକାର ସହାୟତା ଯୋଗାଇଦେବ ବୋଲି କହିଥିଲେ । ପ୍ରକାଶ ଥାଉକି ଗତ ଏପ୍ରିଲ ୭ତାରିଖରେ ମାଲକାନଗିରି ସ୍ପୋର୍ଟ୍ସ କମଲେକ୍ସରେ ଜିଲ୍ଲାର ୭ଟି ବ୍ଲକର ୮ ଟି ଦଳକୁ ନେଇ ସିଏମ ଟ୍ରଫିର ଜିଲ୍ଲା ସ୍ତରୀୟ ଖେଳ ଅନୁଷ୍ଠିତ ହୋଇଥିଲା । ଏହି ୮ଟି ଦଳର ୫୦ ଜଣ ଉତ୍ତମ ଖେଳାଳିଙ୍କୁ ଚୟନ କରି ଜିଲ୍ଲାର ସ୍ପୋର୍ଟ୍ସ କମଲେକ୍ସରେ ତାଲିମ ପ୍ରଦାନ ପରେ ଉତ୍ତମ ପ୍ରଦର୍ଶନ କରୁଥିବା ୨୪ ଖେଳାଳିଙ୍କୁ ଚୟନ କରି ଏହି ଜୋନ ସ୍ତରୀୟ ଖେଳ ପାଇଁ ପଠାଯାଇଛି । ଆସନ୍ତା ୩ ତାରିଖ ଯାଏଁ ଏହି ଜୋନ ସ୍ତରୀୟ ଖେଳ ଜାରି ରହିବ ବୋଲି ସମ୍ପାଦକ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି ।