ସେନା ପାଇଁ ତ୍ରିରଙ୍ଗା ଶୋଭାଯାତ୍ରା 

 ଢେଙ୍କାନାଳ : ଆତଙ୍କବାଦ ବିରୋଧୀ ଅଭିଯାନ "ଅପରେସନ୍ ସିନ୍ଦୂର' ର ସଫଳତା ପାଳନ ଓ ଭାରତୀୟ ସେନା ବାହିନୀର ଦକ୍ଷତା ଓ ପରାକ୍ରମକୁ ସମ୍ମାନ ଜଣାଇବା ସହିତ ସେମାନଙ୍କ ମନୋବଳକୁ ବୃଦ୍ଧି କରିବା ଉଦେ୍ଦଶ୍ୟରେ ଢେଙ୍କାନାଳରେ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ତ୍ରିରଙ୍ଗା ପତାକା ଦେଖାଇ ଶୋଭାଯାତ୍ରାକୁ ଶୁଭାରମ୍ଭ କରିଥିଲେ । ହଜାର ହଜାର ସଂଖ୍ୟାରେ ଜନସାଧାରଣ ତ୍ରିରଙ୍ଗା ପତାକା ଲହରାଇ ଜୟ ବୀର ଯବାନ୍, ବନେ୍ଦ ମାତରମ୍, ଭାରତ ମାତା କୀ ଜୟ ଭଳି ଦେଶାତ୍ମବୋଧକ ନାରା ଦେଇ ସ୍ଥାନୀୟ ବାଜିଚୌକ ଠାରୁ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅବସ୍ଥାପିତ ଭାରତମାତା ପ୍ରତିମୂର୍ତ୍ତି ନିକଟରେ ପହଞ୍ଚôଥିଲେ । ଜିଲ୍ଲା ସଭାପତି ରାସବିହାରୀ ବେହେରାଙ୍କ ଅଧ୍ୟକ୍ଷତାରେ ସେଠାରେ ଏକ ସାଧାରଣ ସଭା ଆୟୋଜନ କରାଯାଇଥିଲା ।  ମନ୍ତ୍ରୀ ଶ୍ରୀ ପାତ୍ର  ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅପରେଶନ ସିନ୍ଦୂର କେବଳ ଏକ ନାମ ନୁହେଁ, ଭାରତୀୟ ସେନାର ସାହାସ, ପରାକ୍ରମ ଓ ନାରୀ ସମ୍ମାନର ପ୍ରତୀକ ବୋଲି କହିଥିଲେ । ସାଂସଦ ରୁଦ୍ର ନାରାୟଣ ପାଣି, ପରଜଙ୍ଗ ବିଧାୟକ ବିଭୁତି ପ୍ରଧାନ,  କାମାକ୍ଷାନଗର ବିଧାୟକ ଶତୃଘ୍ନ ଜେନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଅପରେସନ୍ ସିନ୍ଦୂରରେ ସଫଳତା ତଥା ବୀର ଯବାନମାନଙ୍କର ପରାକ୍ରମ ବାବଦରେ ଉଦ୍ବୋଧନ ଦେଇଥିଲେ । ଢେଙ୍କାନାଳ ନଗରପାଳିକା ଜୟନ୍ତୀ ପାତ୍ର, ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ ଓ ଜିଲ୍ଲା ଅବସରପ୍ରାପ୍ତ ସୈନିକ ସଂଘ ସଭାପତି କୈଳାସ ଚନ୍ଦ୍ର ରାଉତ ପ୍ରମୁଖ ମଂଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ର, ବରିଷ୍ଠ ନେତା ରାମଚନ୍ଦ୍ର ପାତ୍ର, ପ୍ରେମାନନ୍ଦ ଜେନା, ଜିଲ୍ଲା ମିଡିଆ ପ୍ରଭାରୀ ନବ କିଶୋର ଗୁରୁ, ଜିଲ୍ଲା ଉପସଭାପତି ମାତୃପ୍ରସାଦ ନନ୍ଦ, ବିଷ୍ଣୁ ପ୍ରସାଦ ଲେଙ୍କା, ଇତିଶ୍ରୀ ସାହୁ, ଯଶସ୍ୱିନୀ ରାଉତ, ଜିଲ୍ଲା ସାଧାରଣ ସଂପାଦକ ସୁନିଲ୍ ଶର୍ମା, ଗଁଦିଆ ବ୍ଲକ୍ ଚେୟାରମ୍ୟାନ୍ ରୀନାରାଣୀ ଖଟୁଆ, ରତ୍ନପ୍ରଭା ପଣ୍ଡା, ଭାରତୀ ସ୍ୱାଇଁ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ମହାଦୀପ ଯଶୋବନ୍ତ ମହିମା, ଜିଲ୍ଲା କୃଷକମୋର୍ଚ୍ଚା ସଭାପତି ସହଦେବ ପୃଷ୍ଟି, ପୂର୍ବତନ ଜିଲ୍ଲାପରିଷଦ ଉପାଧ୍ୟକ୍ଷ କୋଦଣ୍ଡଧର ସାହୁ, ପୂର୍ବତନ ରାଜ୍ୟ ସମବାୟ ବ୍ୟାଙ୍କ ସଭାପତି ଅକ୍ଷୟ କୁମାର ମହାନ୍ତି, ବରିଷ୍ଠ ନେତା ହର୍ଷବର୍ଦ୍ଧନ ସିଂହଦେଓ, ଜିଲ୍ଲା ଓକିଲ ସଂଘ ପୂର୍ବତନ ସଭାପତି ସଂଜୟ କୁମାର ମିଶ୍ର, ବରିଷ୍ଠ ନେତା ସତ୍ୟ ରଞ୍ଜନ ଭୂୟାଁ, ଧୃବଚରଣ ସ୍ୱାଇଁ, ନିରୋଦ କୁମାର ସାହୁ, ସନ୍ତୋଷ ରାଉତ, ରୁଦ୍ରନାରାୟଣ ତ୍ରିପାଠୀ, ପଦ୍ମଭୂଷଣ ସାହୁ, ଶତୃଘନ ରାଉତ, ପ୍ରଦୀପ ଦାସ, ଜ୍ଞାନ ରଞ୍ଜନ ନାୟକ, ଜିଲ୍ଲା ଓକିଲ ସଂଘ, ଜିଲ୍ଲା କ୍ରୀଡା ସଂଘ, ଜିଲ୍ଲା ଅବସରପ୍ରାପ୍ତ ସୈନିକ ସଂଘ, ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ, ମିଳିତ ବଜାର ପୂଜା କମିଟି, ଡ୍ରାଇଭର ସଂଘ, ରୋଟାରୀ କ୍ଲବ୍, ଏନ୍ସିସି ଛାତ୍ରଛାତ୍ରୀ, ବହୁ ସ୍ୱୟଂ ସହାୟକ ଗୋଷ୍ଠୀ, ବହୁ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନର ସଦସ୍ୟ, ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ତଥା ୫ ହଜାରରୁ ଊଦ୍ଧ୍ୱର୍ ଢେଙ୍କାନାଳର ଜନସାଧାରଣ ଉକ୍ତ ଶୋଭାଯାତ୍ରାରେ ଯୋଗ ଦେଇଥିଲେ । ସତ୍ୟନାରାୟଣ କର ସଂଯୋଜନା କରିବା ସହ ଧନ୍ୟବାଦ ପ୍ରଦାନ କରିଥିଲେ ।
ନୂଆପଡା: ଖଡ଼ିଆଳ ବ୍ଲକ ଅନ୍ତର୍ଗତ ସୁନାରି ସିକୁଆ ଗ୍ରାମପଞ୍ଚାୟତରେ ତ୍ରିରଙ୍ଗା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପାକିସ୍ତାନରେ ପଶି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଥିବା ସୈନ୍ୟ ବାହିନୀଙ୍କ ସମ୍ମାନର୍ଥେ ଏହି ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ପଦଯାତ୍ରାରେ ଅନେକ ପଞ୍ଚାୟତ ପ୍ରତିନିଧି, ଜିପିଏଲଏଫର ପ୍ରତିନିଧି ଓ ଗ୍ରାମର ସ୍ୱଚ୍ଛୋସେବୀମାନେ ସାମିଲ ହୋଇ ଦେଶର ମାନ, ସମ୍ମାନ ଓ ସ୍ୱାଭିମାନ ଆମ ସୈନ୍ୟ ବାହିନୀଙ୍କ ସହ ୧ଶହ ୪୦କୋଟି ଜନତାଙ୍କ ସମର୍ଥନ ରହିଥିବା ବେଳେ ତାଙ୍କ ପରିବାରଙ୍କୁ ମଧ୍ୟ ସମର୍ଥନ ରହିଥିବା ମତବ୍ୟକ୍ତ କରି ଭାରତୀୟ ବାୟୁସେନା ପାକିସ୍ତାନରେ ପଶି ଉପଯୁକ୍ତ ଜବାବ ଦେଇଥିବା ବେଳେ ୯ ଗୋଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଥିବା ସୈନ୍ୟ ବାହିନୀକୁ ସମ୍ମାନ ଓ ସମର୍ଥନ ଜଣାଇ ତାଙ୍କ କାର୍ଯ୍ୟକ୍ରମର ପ୍ରଂଶସା କରାଯାଇଛି । ଏହି ତ୍ରିରଙ୍ଗା ପଦଯାତ୍ରାରେ  ବରିଷ୍ଠ ବିଜେପି ନେତା ରାତ୍ରନନ୍ଦ ମନହିରା, ୱାର୍ଡ ସଭ୍ୟ/ସଭ୍ୟା ନରସିଂହ ନିଆଳ, ପ୍ରତିମା ବୈଠାରୁ, ଜିପିଏଲଏଫର ସଂପାଦିକା ଜୈମନୀ ମନହିରା ଇସି ପ୍ରଣୟନୀ ଦାସ, ଜଗଦ୍ଧାତ୍ରୀ ବୈଠାରୁ, ଷଷ୍ଠି ବୈଠାରୁ, କ୍ଷୀର ମେହେର, ଏମବିକେ ସିଆରପି ତଥା ସାମାଜିକ କର୍ମୀ  ରାୟଧର ସୁନା, କେତନ ଜଗତ ପ୍ରମୁଖ ସାମିଲ ହୋଇଥିଲେ ।
ତେନ୍ତୁଳିଖୁଣ୍ଟି: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପ୍ରଶାସନ ପକ୍ଷରୁ ତ୍ରିରଙ୍ଗା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଖାତିଗୁଡା ଠାରୁ ତେନ୍ତୁଳିଖୁଣ୍ଟି ପର୍ଯ୍ୟନ୍ତ ଏକ ବାଇକ୍ ରାଲି ଆୟୋଜିତ ହୋଇଥିଲା । ଏହି ରାଲିରେ ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୋନଜ କୁମାର ପାଣିଗ୍ରାହୀ ଏବଂ ବ୍ଲକର  ସମସ୍ତ ସରକାରୀ ବିଭାଗର ବିଭାଗୀୟ ଅଧିକାରୀଙ୍କ ସମେତ ଖାତିଗୁଡାର ବଣିକ ସଂଘ, ସାମ୍ବାଦିକ ସଂଗଠନ, ଇଟିପିଏ ସ୍ୱେଚ୍ଛାସେବୀ ସଂଗଠନ, ବ୍ଲକର ୧୫ ଗୋଟି ପଂଚାୟତର ଜନ ସାଧାରଣ ସାମିଲ ହୋଇ ଭାରତୀୟ ସେନା ବାହିନୀର ଦକ୍ଷତା ଓ ପରାକ୍ରମକୁ ସମ୍ମାନ ଜଣାଇ ତ୍ରିରଙ୍ଗା ଶୋଭାଯାତ୍ରା କରାଯାଇଥିଲା । ପ୍ରତ୍ୟକ ଗ୍ରାମରେ ଏହି ଶୋଭଯାତ୍ରାକୁ ଗ୍ରାମବାସୀମାନେ ଉକôଣ୍ଠାର ସହ ସ୍ୱାଗତ ଜଣାଇଥିଲେ । ପହଲଗାମରେ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିବା ନିରୀହ ପର୍ଯ୍ୟଟକଙ୍କ ଅମର ଆତ୍ମାର ସଦ୍ଗତି ଏବଂ ଦେଶର ସୁରକ୍ଷାରେ ନିୟୋଜିତ ବୀର ସୈନିକମାନଙ୍କୁ ଉତ୍ସାହିତ କରିବା ପାଇଁ ଏହି ଶୋଭାଯାତ୍ରାର ମୂଳ ଉଦେ୍ଦଶ୍ୟ । ଏହି କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର ମଣ୍ଡଳ ସଭାପତି ପ୍ରଶାନ୍ତ ନାୟକ, ଅଭିମନୁ୍ୟ ହରିଜନ, ବ୍ଲକ ସାଧାରଣ ସମ୍ପାଦକ ଚନ୍ଦ୍ର ଶେଖର ଜେନା, ବାବୁଲା ନାୟକ, ସାଂସଦ ପ୍ରତିନିଧି ସନ୍ତୋଷ ପାତ୍ର, ଜିଲ୍ଲା ପ୍ରତିନିଧି ଧରଣୀଧର ସିଂ, ହରେକୃଷ୍ଣ ମୁଦୁଲି, ଜିଲ୍ଲା ସାଧାରଣ ସମ୍ପାଦକ ଠଣ ବିଶୋଇଙ୍କ ସମେତ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ ।