ଏନଟିସିସି ଗଠନ ନହେଲେ ଆନେ୍ଦାଳନ : ଶିକ୍ଷାନୁଷ୍ଠାନ ପାଖରେ ନିଶାଦ୍ରବ୍ୟ ବିକ୍ରିକୁ ବିରୋଧ
ଭୁବନେଶ୍ୱର : ଶିକ୍ଷାନୁଷ୍ଠାନ ପାଖରେ ଗୁଟଖା ଓÿ ନିଶାଦ୍ରବ୍ୟ ବିକ୍ରିକୁ ରୋକିବାକୁ ରାଜ୍ୟ ଓÿ ଜିଲ୍ଲା ସ୍ତରୀୟ ସ୍ୱତନ୍ତ୍ର କମିଟି ଗଠନ ସହ ସଠିକ ତଦାରଖ ପାଇଁ ମାନବାଧିକାର କମିଶନଙ୍କ ନିଦେ୍ର୍ଧଶକୁ ସରକାର ଫୁ କରିଦେଇଛନ୍ତି । ଓଡିଶା ଅଭିଭାବକ ମହାସଂଘ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ତମାଖୁ, ପାନ ମସଲା ଏବଂ ଅନ୍ୟାନ୍ୟ ତମାଖୁ ଉତ୍ପାଦ ନିକୋଟିନ୍ ଉପାଦାନ ସାମଗ୍ରୀ ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟ ନିକଟବର୍ତ୍ତୀ ସାର୍ବଜନୀନ ସ୍ଥାନରେ ବିକ୍ରି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ୨୦୧୯ ମସିହାରେ ଅଭିଯୋଗ ରଖିଥିଲା । ସ୍ୱାସ୍ଥ୍ୟ ସର୍ଭେ, ୨୦୧୨ ଅନୁଯାଇ ତମାଖୁ ଚୋବାଉଥିବା ରାଜ୍ୟ ମଧ୍ୟରେ ଓଡ଼ିଶା ଶୀର୍ଷରେ ଅଛି । ମାଲକାନଗିରି, ମୟୂରଭଞ୍ଜ, ବଲାଙ୍ଗିର, ବରଗଡ଼, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, କେଉଁଝର, କୋରାପୁଟ, ଭୁବନେଶ୍ୱର, ସମ୍ବଲପୁର ଓ ନବରଙ୍ଗପୁର ଜିଲ୍ଲାରେ ସର୍ବାଧିକ । ସ୍କୁଲ କଲେଜ ନିକଟରେ ଖୁଲମ ଖୁଲା ଗଞ୍ଜେଇ ସିଗାରେଟ ବି ବିକ୍ରି ହେଉଛି । ଏହା ଛାତ୍ର ସମାଜ ଓÿ ଯୁବ ପୀଢି ଙ୍କୁ ନଷ୍ଟ କରିବାକୁ ବସିଲାଣି । ଏହି ମାମଲାରେ ହସ୍ତକ୍ଷେପ କରି ମାନ୍ୟବର କମିଶନ ଅଧକ୍ଷ ଶତ୍ରୁଘ୍ନ ପୁଜାହାରୀ, ମାନ୍ୟବର ସଦସ୍ୟ ଅସୀମ ଅମିତାଭ ଦାସ,ମାନ୍ୟବର ସଦସ୍ୟ ସି ଆର ମହାପାତ୍ରଙ୍କୁ ନେଇ ତିନି ଜଣିଆ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ଏକ ଦୃଢ଼ ଆଇନ ସହ ପଦକ୍ଷେପ ନେବାକୁ କହିଛନ୍ତି । ତାଙ୍କ ପରାମର୍ଶ ଅନୁଯାଇ ସବୁ ଜିଲ୍ଲା ସ୍ତରରେ ଏସଟିସିସି ନିୟମ ଅନୁଯାଇ ତାର ଜିଲ୍ଲା ସଂସ୍ଥା ଗଠନ କରି ତାର କାର୍ଯ୍ୟକାରିତାକୁ ଜଣେ ନୋଡାଲ ଅଧିକାରୀଙ୍କୁ ନିଯୁକ୍ତ କରି ସୁନିଶ୍ଚିତ କରିବାକୁ ପଡିବ ଏବଂ ସେହି କ୍ଷେତ୍ରରେ, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନୋଡାଲ ଅଧିକାରୀ ଭାବରେ ନିଯୁକ୍ତ କରାଯାଇପାରିବ ଏବଂ ପୁଲିସ ବିଭାଗ ଏବଂ ସ୍ୱାସ୍ଥ୍ୟ ବିଭାଗର ଅନ୍ୟ ଅଧିକାରୀମାନଙ୍କୁ ଏହାର ସଦସ୍ୟ ଭାବରେ ନିଯୁକ୍ତ କରାଯାଇପାରିବ । କମିଶନଙ୍କ ସୁପାରିଶ ଅନୁଯାଇ ଜଣେ ରାଜ୍ୟସ୍ତରୀୟ ନୋଡାଲ ଅଧିକାରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସ୍ତରୀୟ କମିଟି ଗଠନ ହେବ, ଯାହା ଜିଲ୍ଲାସ୍ତରୀୟ ସେଲ୍ଗୁଡ଼ିକର କାର୍ଯ୍ୟକ୍ରମ ତଦାରଖ କରିବା ସହିତ ସମସ୍ୟା ସମାଧାନ ଓÿ ସମନ୍ୱୟ କରିବେ କ୍ଷ ରାଜ୍ୟସ୍ତରୀୟ କମିଟି ପ୍ରତି ଛଅ ମାସରେ ଥରେ ଅନୁବନ୍ଧିତ ବିଭାଗଗୁଡ଼ିକୁ ସାମିଲ କରି ଏହାର ବୈଠକ କରିବ । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି କାର୍ଯ୍ୟକ୍ରମ ପାଇଁ ସ୍ୱତନ୍ତ୍ର ପର୍ଯ୍ୟାପ୍ତ ପାଣ୍ଠି ବ୍ୟବସ୍ଥା କରାଯିବ ।