ତତ୍ପରତା ପ୍ରକାଶ ପାଉ :  ମହାପାଟ କଲ୍ୟାଣ ମଣ୍ଡପ; ୧୦ବର୍ଷ ପରେ ବି ଅସମ୍ପୂର୍ଣ୍ଣ 

 ରଗଡି : କୋରେଇ ବ୍ଲକ ଅବିଭକ୍ତ ତଳଗଡ଼ ପଞ୍ଚାୟତ ତଥା ଅଧୁନା ପାଟରଙ୍ଗା ପଞ୍ଚାୟତରେ ଥିବା ମହାପାଟ କଲ୍ୟାଣ ମଣ୍ଡପ ୧୦ବର୍ଷ ହେଲା ସମ୍ପୂର୍ଣ୍ଣ ହୋଇପାରିନି । ୨୦୧୩ମସିହାରେ କୋରେଇର ତକôାଳୀନ ବିଧାୟକ ପ୍ରୀତି ରଞ୍ଜନ ଘଡ଼ାଇଙ୍କ ସହଯୋଗରେ କଲ୍ୟାଣମଣ୍ଡପ ଶିଳାନ୍ୟସ ପଡ଼ିଥିଲା । କଲ୍ୟାଣ ମଣ୍ଡପ ପାଇଁ ୩୦ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଥିଲା । ଦୁଇଟି ପର୍ଯ୍ୟାୟରେ ଏହାର କାମ ହୋଇ ନିମିଟାଲ ପର୍ଯ୍ୟନ୍ତ ହୋଇ ଦୀର୍ଘଦିନ ଧରି ଏହା ପଡିରହିଲା । ପୂର୍ବରୁ ଏହା ତଳଗଡ଼ ପଞ୍ଚାୟତରେ ଥିବା ବେଳେ ୨୦୧୭ ମସିହାରେ ପଞ୍ଚାୟତ ପୁନର୍ଗଠନ ପ୍ରକ୍ରିୟାରେ ପାଟରଙ୍ଗା ଏକ ନୂତନ ପଞ୍ଚାୟତ ସୃଷ୍ଟିରୁ ଏହା ଉକ୍ତ ପଞ୍ଚାୟତ ଅଧିନକୁ ଚାଲିଗଲା । ଯଦ୍ଦ୍ୱାରା ପ୍ରଶାସନିକ ଦୃଷ୍ଟି କୋଣରୁ ଖର୍ଚ୍ଚ ନହୋଇ ପଡି ରହିଥିବା ପ୍ରାୟ୨୦ଲକ୍ଷ ଟଙ୍କା ପାଟରଙ୍ଗା ପଞ୍ଚାୟତ ହାତରେ ରହିଲା । ଟଙ୍କା କିନ୍ତୁ ପୂର୍ବପରି ତଳଗଡ଼ ପଞ୍ଚାୟତ ଆକାଉଣ୍ଟରେ ରହିଥିଲା । ଏହି କାରଣରୁ କାମ କରିବାରେ ଏକ ଅଚଳାବସ୍ଥା ସୃଷ୍ଟି ହୋଇଥିଲା । ୨୦୨୨ମସିହାରେ ପଞ୍ଚାୟତ ନିର୍ବାଚନରେ ପାଟରଙ୍ଗା ଓ ତଳଗଡ଼ ପଞ୍ଚାୟତରେ ଦୁଇଜଣ ଯୁବ ସରପଞ୍ଚ ନିର୍ବାଚିତ ହେଲେ । ୨୦୨୩ମସିହାରେ କୋରେଇ ବ୍ଲକର ତକôାଳୀନ ବିଡ଼ିଓ ରଞ୍ଜନ ପରିଡାଙ୍କ ଉଦ୍ୟମ ଓ ଉଭୟ ସରପଞ୍ଚଙ୍କ ପୂର୍ଣ୍ଣ ସହଯୋଗ ଫଳରେ ପଡିରହିଥିବା ଅବଶିଷ୍ଟ ଅନୁଦାନ ଖର୍ଚ୍ଚ କରାଯାଇ ଘରଛାତ ପଡିବା ସହ ପ୍ଳାଷ୍ଟର ଗ୍ରିଲ ଓ ରଙ୍ଗ ସହିତ ଅନ୍ୟାନ୍ୟ କାର୍ଯ୍ୟ କିଛି ହୋଇଥିଲେ ମଧ୍ୟ ଏହା ପୂର୍ଣ୍ଣାଙ୍ଗ ହେବାକୁ ଆଉ କିଛି କାମ ବାକିଅଛି । କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଆଉ ୭ଲକ୍ଷ ଟଙ୍କା ରହିଛି ଖୁବ ଶୀଘ୍ର ଏହାର କାର୍ଯ୍ୟ ଆରମ୍ଭ ହେବ ଓ ପୂର୍ଣ୍ଣାଙ୍ଗ ପାଇଁ ଆବଶ୍ୟକ ପଡୁଥିବା ଅର୍ଥ ପାଇଁ ବିଧାୟକଙ୍କ ସହଯୋଗ ଲୋଡ଼ାଯାଇପ୍ରୋଜେକ୍ଟ ଦିଆଯାଇଛି ବୋଲି ସ୍ଥାନୀୟ ସରପଞ୍ଚ ରଞ୍ଜନ କୁମାର ଦାସ କହିଛନ୍ତି । କଲ୍ୟାଣ ମଣ୍ଡପ ପୂର୍ଣ୍ଣାଙ୍ଗ ହେଲେ ତଳଗଡ଼ ଓ ପାଟରଙ୍ଗା ପଞ୍ଚାୟତ ବାସୀଙ୍କ ବିଭିନ୍ନ କାର୍ଯ୍ୟରେ ଲାଗିପାରନ୍ତା ।