ସୋମବାର ଯାଏଁ ବିଧାନସଭା ମୁଲତବି
ଭୁବନେଶ୍ବର : ରାଜ୍ୟର ସାର ସମସ୍ୟାକୁ ନେଇ ବିଜୁ ଜନତା ଦଳର ବିଧାୟକମାନେ ଗୃହରେ ନାରାବାଜି କରିଛନ୍ତି । ଫଳରେ ସୋମବାର ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ମୁଲତବି କରାଯାଇଛି । ଗୃହ କାର୍ଯ୍ୟର ଦ୍ଵିତୀୟାର୍ଦ୍ଧ ଆରମ୍ଭରୁ ବିଜେଡି ବିଧାୟକମାନେ ସାର ପ୍ରସଙ୍ଗ ଉଠାଇ ଗୃହ ମଧ୍ୟ ଭାଗରେ ପୋଷ୍ଟର ଦେଖାଇ ନାରାବାଜି ଆରମ୍ଭ କରିଥିଲେ । ବାଚସ୍ପତି ସୁରମା ପାଢ଼ୀ ଗୃହରେ ଶୃଙ୍ଖଳା ରକ୍ଷା କରିବାକୁ ନିବେଦନ କରିଥିଲେ ମଧ୍ୟ କିନ୍ତୁ ବିଜେଡିର ବିଧାୟକମାନେ ମାନିବାକୁ ନାରାଜ ଥିଲେ । ଶେଷରେ ବାଚସ୍ପତି ଗୃହକୁ ଆସନ୍ତା ସୋମବାର ଯାଏଁ ଗୃହ ମୁଲତବି ରଖିଛନ୍ତି ।