ଉପାନ୍ତ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଠପ୍
ଭୁବନେଶ୍ୱର: ବଲାଙ୍ଗିର ଜିଲ୍ଲା ତୁରେକେଲା ଉପାନ୍ତ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଠପ୍ । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦେବା ବଦଳରେ ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ତୁରେକେଲା ବ୍ଲକ ମହୁଲପାଟି ଗାଁରେ ପ୍ରାୟ ୪ ହଜାରରୁ ଅଧିକ ଲୋକ ବସବାସ କରୁଛନ୍ତି । ଚାଷବାସ ଉପରେ ନିର୍ଭର କରି ଚଳିବା ସହ ଗରିବ ଲୋକେ ଦାଦନ ମଧ୍ୟ ଯିବାର ନଜିର ରହିଛି । ତେବେ ସେହି ଗାଁରେ ଅବସ୍ଥିତ ଆରୋଗ୍ୟ ମନ୍ଦିର ପାଲଟିଛି ଭୂତକୋଠି । ଏହା ସପ୍ତାହକୁ ଥରେ ମାତ୍ର କାଁ ଭାଁ ଖୋଲାଯାଉଛି ଓ ଅଳିଆ ଆବର୍ଜନା ପଡିରହିଛି । ଛାତ ଆଁ କଲାଣି, ବର୍ଷା ଋତୁରେ ପାଣି ଗଳୁଛି, ବିଦୁ୍ୟତ୍ ତାର ସାମଗ୍ରୀ ଚୋର କରି ନେଇ ଗଲେଣି । ତେବେ ଏହି କେନ୍ଦ୍ର ନାହିଁ ନାହିଁରେ ଚାଲିଥିବା ଅଭିଯୋଗ ସାମ୍ନାକୁ ଆସିଛି । ତେବେ ସରକାର ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ ଦେଉଥିବାବେଳେ ବିଭାଗୀୟ ଅଧିକାରୀଙ୍କ ଅବହେଳା ପାଇଁ ଏହି କେନ୍ଦ୍ର ଅବହେଳିତ ଅବସ୍ଥାରେ ପଡିରହିଥିବା ଦେଖିବାକୁ ମିଳିଛି । ଏହି କୋଠା ଏତେ ବିପଦପୂର୍ଣ୍ଣ ଯେ, କେତେବେଳେ କାହାର ମୁଣ୍ଡରେ ଅତଡା ଖସିବ କିଏ କହିବ ? ଶୀଘ୍ର ଏହି କୋଠାକୁ ମରାମତି କିମ୍ବା ଅନ୍ୟତ୍ର ଏକ କୋଠା ନିର୍ମାଣ ପାଇଁ ସାଧାରଣରେ ଦାବି ହେଉଛି । ଗାଁ ଲୋକଙ୍କ କହିବା ଅନୁସାରେ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ନିୟମିତ ଆସୁନାହାନ୍ତି ଓ ସପ୍ତାହରେ କେବେ ଦିନେ ଆସୁଥିବା ଲୋକେ କହିଛନ୍ତି ।