ବାଲ୍ୟବିବାହ ରୋକିବାକୁ ପ୍ରଶିକ୍ଷଣ
ନବରଙ୍ଗପୁର : ଜିଲ୍ଲାରେ ବାଲ୍ୟବିବାହକୁ ସମ୍ପୁର୍ଣ୍ଣ ନିରାକରଣ ନିମନ୍ତେ ଆଜି ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ପୋଲିସ ଓ ବାଲ୍ୟ ବିବାହ ନିଷେଦ୍ଧ ଅଧିକାରୀଙ୍କ ଏକ ପ୍ରଶିକ୍ଷଣ ଶିବିର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରଶିକ୍ଷଣ ଶିବିର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଖୁଣ୍ଟିଆ ଜିଲ୍ଲାରେ ପ୍ରତ୍ୟେକ ଶିଶୁଙ୍କୁ ସୁରକ୍ଷା ଓ ବାଲ୍ୟ ବିବାହକୁ ରୋକିବା ପାଇଁ ପ୍ରଶାସନର ବିଭିନ୍ନ ବିଭାଗ କାର୍ଯ୍ୟ କରୁଛନ୍ତି । ପୂର୍ବରୁ ବାଲ୍ୟ ବିବାହକୁ ରୋକିବା ନିମନ୍ତେ କେବକ ମହିଳା ଓ ଶିଶୁ ବିକାଶ ବିଭାଗର ଦୟିତ୍ୱରେ ରହିଥିବା ବେଳେଏବେ ଏହି କ୍ଷମତାକୁ ବିକେନ୍ଦ୍ରୀକରଣ କରାଯାଇ ପଞ୍ଚାୟତ ରାଜ ବିଭାଗ, ଶିକ୍ଷ୍ୟା ବିଭାଗ, ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଓ ପୁଲିସ ବିଭାଗକୁ ଉତ୍ତର ଦାୟିତ୍ୱ ଦିଆଯାଇଛି । ପଞ୍ଚାୟତ ନିର୍ବାହୀ ଅଧିକାରୀ ପଞ୍ଚାୟତସ୍ତରରେ ବାଲ୍ୟବିବାହ ନିଷେଦ୍ଧ ଅଧିକାରୀ ଭାବରେ କାର୍ଯ୍ୟ କରିବେ । ସିଡିପିଓମାନେ ବ୍ଲକସ୍ତରରେ ବାଲ୍ୟବିବାହ ନିଷିଦ୍ଧ ଅଧିକାରୀ ଭାବରେ କାର୍ଯ୍ୟ କରିବେ । ସେହିପରି ପୁଲିସକୁ ଏହି ନୂଆ ଆଇନ ବ୍ୟବସ୍ଥାରେ ଅଧିକ ଉତ୍ତର ଦାୟିତ୍ୱ ବହନ କରିବେ । ବାଲ୍ୟବିବାହ ନିଷେଦ୍ଧ ଅଧିକାରୀମାନେ ଏହି ପରି ସାମାଜିକ ବ୍ୟାଧିକୁ ସମାଜରୁ ହଟାଇବା ପାଇଁ ବାଲ୍ୟ ବିବାହ ମୁକ୍ତ ସମାଜ ପାଇଁ ଏକ ସାମାଜିକ ଆନେ୍ଦାଳନ ତିଆରି କରିବା ପାଇଁ ଆହ୍ୱାନ ହେଇଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ ବୈଠକ ପ୍ରମ୍ଭରେ ସୂଚନା ଦେଇ କହିଥିଲେ । ଜିଲ୍ଲାରେ ୧୦ ବ୍ଲକ ଓ ୧୮୯ ଟି ଗ୍ରାମ ପଞ୍ଚାୟତ ସ୍ତରରେ ସ୍ତରରେ ଶିଶୁ ସୁରକ୍ଷା କମିଟି, କିଶୋରୀ ସଶକ୍ତିକରଣ ଓ ବାଲ୍ୟବିବାହ ପ୍ରତିରୋଧ ଟାସ୍କ ଫୋର୍ସ , ଶିଶୁ ଶ୍ରମିକ ନିରାକରଣ କମିଟିର ଗଠନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଶିଶୁ ଯୌନ ଶୋଷଣରୁ ସୁରକ୍ଷା ଆଇନ, ଶିଶୁ ଅଧିକାର, ବାଲ୍ୟବିବାହ ନିଷେଧ ଆଇନ ପ୍ରମୁଖ ଉପରେ ବିଷଦ ଭାବରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରମ ଆୟୁକ୍ତ କୁବେର ବେହେରା, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଦ୍ରୌପଦୀ କହଁର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷା ଅଜନ୍ତା ଶୁଭ ଦର୍ଶନୀ, ଜିଲ୍ଲା ସମାଜ କଲ୍ୟାଣ ବିଭାଗର ମହିଳା ସୁରକ୍ଷା ଅଧିକାରୀ ରମା ପଟ୍ଟନାୟକ, ହେଲ୍ପ ଚାଇଲ୍ଡ ଅନୁଷ୍ଠାନର ମୁଖ୍ୟ ଅଜିତ ମନବୋଧ, ସହାୟକ ଶ୍ରମଅଧିକାରୀ ସଂଗ୍ରାମ ଭୂମିଆ, ମାନସ ଖୋସଲା ପ୍ରମୁଖ ସମାଜରେ ମିଳିତ ସହଯୋଗରେ ବାଲ୍ୟ ବିବାହକୁ ରୋକିବା ନିମନ୍ତେ କାର୍ଯ୍ୟ କରିବାକୁ ମତବ୍ୟକ୍ତ କରିଥିଲେ ।