ଗଛରେ ପିଟି ହେଲା ବାଇକ୍; ଜଣେ ମୃତ

 ସିଂହପୁର : ବିଞ୍ଝାରପୁର ବ୍ଲକ ଚିକଣା ପଞ୍ଚାୟତ ମଦରିଙ୍ଗପାଳ ନିକଟରେ ବାଇକ୍ ଦୁର୍ଘଟଣାରେ ବାଇକ ଚାଳକଙ୍କ ମୃତୁ୍ୟ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଖବର ମୁତାବକ ସୟଦପୁର ଅଞ୍ଚଳର ପ୍ରମୋଦ ମଲ୍ଲିକଙ୍କ ପୁଅ ଲିପୁ (୨୫) ଏବଂ ସହଯାତ୍ରୀ ବଣ୍ଟି ମଲିକ(୨୪) ଉତଙ୍ଗରାରୁ ଘରକୁ ଫେରୁଥିବା ବେଳେ ମଦରିଙ୍ଗ ପାଳ ନିକଟରେ ନିଜର ଭାରସାମ୍ୟ ହରାଇ ବାଇକଟିକୁ ଏକ ଗଛରେ ଧକ୍କା ଦେଇଥିଲେ । ଘଟଣାସ୍ଥଳରୁ ସ୍ଥାନୀୟ ଲୋକେ ଦୁଇ ଜଣ ଯୁବକଙ୍କୁ ଉଦ୍ଧାର କରି ବିଞ୍ଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ସେଠାରେ ବାଇକ ଚାଳକ ଲିପୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ତାଙ୍କ ସହ ଗାଡିରେ ଥିବା ଯୁବକ ବଣ୍ଟିଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।