ପୁରୀ ଆଇଡିଏଚ୍ ପୁରସ୍କୃତ
ପୁରୀ: କେନ୍ଦ୍ର ସରକାରଙ୍କ କାୟାକଳ୍ପ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ପ୍ରଥମ ଥର ପାଇଁ ପୁରୀର ଟିବି ଏବଂ ଆଇଡିଏଚ୍ ହସ୍ପିଟାଲ ଏକ ଲକ୍ଷ ଟଙ୍କା ପୁରଷ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛି । କେନ୍ଦ୍ର ସରକାର ଏହି ଯୋଜନାରେ ୫୧ଟି ମାନଦଣ୍ଡ ଆଧାରରେ ଉକ୍ରୃଷ୍ଟ ହସ୍ପିଟାଲକୁ ପୁରସ୍କୃତ କରିବେ । ଯେଉଁ ହସ୍ପିଟାଲ ୭୫ଭାଗ ମାନଦଣ୍ଡ ପୂରଣ କରୁଥିବ ସେହିମାନଙ୍କୁ ପୁରସ୍କୃତ କରାଯିବାର ଲକ୍ଷ୍ୟ ରହିଛି । ପୁରୀର ଆଇଡିଏଚ୍ ପୁରସ୍କୃତ ହେବା ଖବର ପରେ ବିଧାୟକଙ୍କ ପ୍ରତିନିଧି ତଥା ଆରକେଏସ୍ ଗଭର୍ଣ୍ଣର୍ିଂ ସଦସ୍ୟ ଘନଶ୍ୟାମ ମର୍ଦ୍ଦରାଜ, ଡାକ୍ତରଖାନାର ସୁପରିଟେଣ୍ଡ ଡ.ଉପବଳ ନନ୍ଦିଙ୍କୁ ପ୍ରଶଂସା କରିଛନ୍ତି । ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର ୩ ଜଣିଆ ଟିମ୍ ଓ ଜିଲ୍ଳା ମୁଖ୍ୟ ଚିକିତ୍ସାଧିକାରୀଙ୍କ ପ୍ରୋଗ୍ରାମ ମ୍ୟାନେଜର ଗତ ଜାନୁୟାରୀ ମାସ ୧୮ ତାରିଖରେ ଆଇଡିଏଚ୍ ପରିଦର୍ଶନ କରି ଡାକ୍ତରଖାନାର ପରିମଳ ବ୍ୟବସ୍ଥା, ସଫେଇ କାର୍ଯ୍ୟ, ରୋଗୀସେବା ଓ ଉଦ୍ୟାନକୁ ପ୍ରଶଂସା କରିଥିଲେ ।