ସ୍ନାନ ଯାତ୍ରା ବାତିଲ କଲା ଇସ୍କନ!

ସ୍ନାନ ଯାତ୍ରା ବାତିଲ କଲା ଇସ୍କନ!

ଭୁବନେଶ୍ୱର: ଆମେରିକା ହୁ୍ୟଷ୍ଟନରେ ଇସ୍କନର ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ଏକ ବଡ଼ ଖବରପ୍ରକାଶ ପାଇଛି । ଇସ୍କନ  ସ୍ନାନଯାତ୍ରା ଆୟୋଜନ ବାତିଲ କରିଥିବା ସୂଚନା ମିଳିଛି । ନଭେମ୍ବର ୩ ତାରିଖରେ ହେବାକୁ ଥିବା ସ୍ନାନଯାତ୍ରାକୁ ବାତିଲ କରାଯାଇଥିବା ସୂଚନା ମିଳିଛି । ତେବେ ରଥଯାତ୍ରା ଆୟୋଜନ ବାତିଲ ହୋଇଛି କି ନାହିଁ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ନଭେମ୍ବର ୩ରେ ସ୍ନାନଯାତ୍ରା ଓ ୯ରେ ରଥଯାତ୍ରା ନେଇ ଯୋଜନା ପ୍ରସ୍ତୁତ ଥିଲା । ତେବେ ଏଭଳି ନିଷ୍ପତ୍ତି ପ୍ରତିବାଦରେ ଗଜପତି ମହାରାଜା ଇସ୍କନକୁ ଚିଠି କରିଥିଲେ । ଶ୍ରୀମନ୍ଦିର ପରମ୍ପରା ଅନୁସାରେ ରଥଯାତ୍ରା କରିବାକୁ ଗଜପତି ମହାରାଜା ଉକ୍ତ ଚିଠିରେ ଉଲ୍ଲେଖ କରିଥିଲେ ।