‘ସ୍ମୃତିରେ ରୀନା ମହାପାତ୍ର’ ଲୋକାର୍ପିତ
ବ୍ୟାସନଗର: କବି ତଥା ଅଧ୍ୟାପିକା ରୀନା ମହାପାତ୍ରଙ୍କ ସ୍ମୃତି ଉଦ୍ୟେଶରେ ପ୍ରକାଶିତ ସ୍ମରଣୀକା ସ୍ମୃତିରେ ରୀନା ମହାପାତ୍ର ଉନ୍ମୋଚିତ ହୋଇଯାଇଛି । ଡଃ ସୂର୍ଯ୍ୟମଣି ଖୁଣ୍ଟିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ଉସôବରେ ଗୋକର୍ଣ୍ଣିକାର ସଂପାଦକ ରମାକାନ୍ତ ଜେନା,ବରିଷ୍ଠ କବି ବିଦୁ୍ୟତଲତା ଦାଶ, ଡକ୍ଟର ସୁବନା ପାଢି, ଡକ୍ଟର ଅରୁଣ କୁମାର ଦାଶ, ପ୍ରାଧ୍ୟାପକ ହିମାଂଶୁ ଶେଖର ଦ୍ୱିବେଦୀ, ଡାକ୍ତର ପ୍ରଶାନ୍ତ କୁମାର ତାସ ପ୍ରାକ୍ତନ ପୌରଅଧ୍ୟକ୍ଷା ସବିତା ରାଉତ, ସମାଜସେବୀ ରତିରଂଜନ ବରାଳ ପ୍ରମୁଖ ଯୋଗଦେଇରୀନା ମହାପାତ୍ରଙ୍କ ବହୁମୁଖୀ ପ୍ରତିଭା ସଂପର୍କରେ ଆଲୋକପାତ କରିଥିଲେ । ଇଂ ନନ୍ଦ ମହାନ୍ତି, ପ୍ରଜ୍ଞାପ୍ରବର୍ତିକା ଦାଶ, ପ୍ରଭାତି ରାଉତ, ପଣ୍ଡିତ ଅକ୍ଷୟ ଦାଶ, ପ୍ରଭାତ ସିହ୍ନା ସ୍ୱର୍ଗତାଙ୍କ ସୃଷ୍ଟି ସମ୍ଭାର ଉପରେ ଆଲୋଚନା କରିଥିବାବେଳେ କବି ଦୟାନିଧି ନାୟକ ମଞ୍ଚ ପରିଚାଳନା ଓ ସ୍ମୃତିଲିପିର ସଂପାଦକ ଭୁବନ ମୋହନ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ । ଦ୍ୱିତୀୟ ଅଧିବେଶନ କବି ସଂଧ୍ୟା ଘଡେଇ, ପରିବେଶବିତ ଶରତ କୁମାର ଦାଶ, ଅଧ୍ୟାପକ ପ୍ରଦୀପ୍ତ କୁମାର ଦାସ, ଡକ୍ଟର ଅଜୟ କୁମାର ଜେନା ଓ ଲବଙ୍ଗଲତା ପରିଡାଙ୍କର ମିଳିତ ସଂଯୋଜନାରେ ସ୍ମୃତିକବିତା ପାଠୋତ୍ସବରେ କବି ଯୋଗୀନ୍ଦ୍ରନାଥ ସାହୁ, ନିର୍ମଳ ରାଉତ, କାର୍ତିକ ସ୍ୱାଇଁ, ମୀନା ମହାପାତ୍ର, ଶୁଭସ୍ମିତା ସାହୁ, ପୁଣ୍ୟପ୍ରଜ୍ୟୋଳ ମହାପାତ୍ର, ଗୋବିନ୍ଦଚନ୍ଦ୍ର ଖଣ୍ଡେଇ, ପବିତ୍ର କୁମାର ରାଉତରାୟ, ଇନ୍ଦ୍ରମଣୀ ମହାକୁଡ, ପ୍ରତିମା ରଥ, ଯୁଗପ୍ରଭା ସାବତ, ନବଘନ ସ୍ୱାଇଁ, ଟୁଲୁଦାଦା, ଅକ୍ଷୟ କୁମାର ବାରିକ, ବାଇଧର ମାଝୀ, ନାରାୟଣ ନାୟକ, ମଧୁସ୍ମିତା ନାୟକ, ପ୍ରଶତୀ ହୋତା ଓ ପ୍ରଣତୀ ପ୍ରୀତିନନ୍ଦା ନାୟକ ପ୍ରମୁଖ କବି କବିତାପାଠ କରିଥିଲେ । ଇଂଜିନିୟର ସୁବାସ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।